ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାରଗିଲ ବିଜୟ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଏହି ଅବସର ସେହି ବୀର ସନ୍ତାନମାନଙ୍କ ଅଦ୍ୱିତୀୟ ବୀରତ୍ୱ ଓ ସାହସ କଥା ସ୍ମରଣ କରାଇ ଦେଉଛି, ଯେଉଁମାନେ କି ଦେଶର ଗୌରବର ସୁରକ୍ଷା ପାଇଁ ସେମାନଙ୍କ ବଳିଦାନ ଦେଇଥିଲେ ।”
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:
“ଦେଶବାସୀଙ୍କୁ କାରଗିଲ ବିଜୟ ଦିବସରେ ଢେର ଶୁଭକାମନା । ଏହି ଅବସର ଆମକୁ ମା ଭାରତୀର ସେହି ବୀର ସୁପୁତ୍ରଙ୍କ ଅପ୍ରତିମ ସାହସ ଓ ଶୌର୍ଯ୍ୟକୁ ସ୍ମରଣ କରାଇଦେଉଛି, ଯେଉଁମାନେ କି ଦେଶର ଆତ୍ମସମ୍ମାନର ରକ୍ଷା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥିଲେ । ମାତୃଭୂମି ପାଇଁ ବଳିଦାନ ସକାଶେ ସେମାନଙ୍କ ଉତ୍ସାହ ପ୍ରତ୍ୟେକ ପିଢ଼ିକୁ ପ୍ରେରଣ ଦେଉଥିବ । ଜୟହିନ୍ଦ!”
देशवासियों को कारगिल विजय दिवस की ढेरों शुभकामनाएं। यह अवसर हमें मां भारती के उन वीर सपूतों के अप्रतिम साहस और शौर्य का स्मरण कराता है, जिन्होंने देश के आत्मसम्मान की रक्षा के लिए अपना जीवन समर्पित कर दिया। मातृभूमि के लिए मर-मिटने का उनका जज्बा हर पीढ़ी को प्रेरित करता रहेगा। जय…
— Narendra Modi (@narendramodi) July 26, 2025


