ଭୋଟର ହେବା ଏକ ଉତ୍ସବର ଅବସର, ମାଇ-ଭାରତ ସ୍ୱେଚ୍ଛାସେବୀମାନଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଭୋଟର ଦିବସ ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦିନ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସକୁ ଆହୁରି ଗଭୀର କରିବାର ଏକ ସୁଯୋଗ। ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଉତ୍ସର୍ଗୀକୃତ ପ୍ରୟାସ ପାଇଁ ସେ ଭାରତର ନିର୍ବାଚନ ଆୟୋଗଙ୍କ ସହ ଜଡ଼ିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ। 
ଭୋଟରଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଜଣେ ଭୋଟର ହେବା କେବଳ ଏକ ସାମ୍ବିଧାନିକ ବିଶେଷାଧିକାର ନୁହେଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ, ଯାହା ପ୍ରତ୍ୟେକ ନାଗରିକଙ୍କୁ ଭାରତର ଭବିଷ୍ୟତକୁ ରୂପ ଦେବାରେ ଏକ ସ୍ୱର ଦେଇଥାଏ। ସର୍ବଦା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଏବଂ ଗଣତନ୍ତ୍ରର ଭାବନାକୁ ସମ୍ମାନ ଦେବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଏକ ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରାଯାଇପାରିବ। 
ଶ୍ରୀ ମୋଦୀ ଭୋଟର ହେବା ଏକ ଉତ୍ସବର ଅବସର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପ୍ରଥମ ଥର ପାଇଁ ଭୋଟରମାନଙ୍କୁ ଉତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 
ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ମାଇଁ-ଭାରତ ସ୍ୱେଚ୍ଛାସେବୀମାନଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ଯେତେବେଳେ ସେମାନଙ୍କ ଆଖପାଖର କେହି, ବିଶେଷ କରି ଜଣେ ଯୁବକ ପ୍ରଥମ ଥର ପାଇଁ ଭୋଟର ଭାବରେ ପଞ୍ଜୀକୃତ ହୁଅନ୍ତି, ସେତେବେଳେ ଖୁସି ହେବା ଏବଂ ଉତ୍ସବ ପାଳନ କରିବା । 
ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି; 
ଜାତୀୟ ଭୋଟର ଦିବସ ଅବସରରେ ଶୁଭେଚ୍ଛା।  
ଏହି ଦିନ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆମର ବିଶ୍ୱାସକୁ ଆହୁରି ଗଭୀର କରିବା ପାଇଁ ଉଦ୍ଦିଷ୍ଟ। 
ଆମର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ କରିଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ସହ ଜଡ଼ିତ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। 
ଜଣେ ଭୋଟର ହେବା କେବଳ ଏକ ସାମ୍ବିଧାନିକ ବିଶେଷାଧିକାର ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ଯାହା ପ୍ରତ୍ୟେକ ନାଗରିକଙ୍କୁ ଭାରତର ଭବିଷ୍ୟତକୁ ରୂପ ଦେବାରେ ଏକ ସ୍ୱର ଦେଇଥାଏ। ଆସନ୍ତୁ ଆମେ ସର୍ବଦା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଆମ ଗଣତନ୍ତ୍ରର ଭାବନାକୁ ସମ୍ମାନ ଦେବା, ଯାହା ଦ୍ୱାରା ଏକ ବିକଶିତ ଭାରତର ମୂଳଦୁଆକୁ ମଜବୁତ କରାଯାଇପାରିବ ।
"ଭୋଟର ହେବା ଏକ ଉତ୍ସବର ଅବସର! 
ଆଜି, ଜାତୀୟ ଭୋଟର ଦିବସ ଅବସରରେ, ମାଇ-ଭାରତ ସ୍ୱେଚ୍ଛାସେବୀମାନଙ୍କୁ ଏକ ଚିଠି ଲେଖିଛୁ ଯେ ଆମ ଆଖପାଖର କେହି ଜଣେ ଭୋଟର ଭାବରେ ପଞ୍ଜୀକରଣ କଲାବେଳେ ଆମେ ସମସ୍ତେ କିପରି ଖୁସି ହେବା ଉଚିତ୍ ।
"ଜଣେ ଭୋଟର ହେବାର ଉତ୍ସବ ପାଳନ କରିବା ଏକ ଗୌରବମୟ ଅବସର! 
ଆଜି ଜାତୀୟ ଭୋଟର ଦିବସ ଅବସରରେ ମୁଁ' ମାଇ ଭାରତର ସ୍ୱେଚ୍ଛାସେବୀମାନଙ୍କୁ ଏକ ଚିଠି ଲେଖିଛି। ଏଥିରେ ମୁଁ ସେମାନଙ୍କୁ ଅନୁରୋଧ କରିଛି ଯେ, ଯେତେବେଳେ ଆମ ଆଖପାଖର ଜଣେ ଯୁବକ ପ୍ରଥମ ଥର ପାଇଁ ଭୋଟର ଭାବରେ ପଞ୍ଜୀକୃତ ହେବେ, ସେତେବେଳେ ଆମେ ସେହି ଖୁସି ଅବସରକୁ ଏକାଠି ପାଳନ କରିବା ଉଚିତ୍ ।
 

 

“Becoming a voter is an occasion of celebration! Today, on #NationalVotersDay, penned a letter to MY-Bharat volunteers on how we all must rejoice when someone around us has enrolled as a voter.”

 

 

“मतदाता बनना उत्सव मनाने का एक गौरवशाली अवसर है! आज #NationalVotersDay पर मैंने MY-Bharat के वॉलंटियर्स को एक पत्र लिखा है। इसमें मैंने उनसे आग्रह किया है कि जब हमारे आसपास का कोई युवा साथी पहली बार मतदाता के रूप में रजिस्टर्ड हो, तो हमें उस खुशी के मौके को मिलकर सेलिब्रेट करना चाहिए।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi