ଏକ ନୂତନ ସମବାୟ ମନ୍ତ୍ରଣାଳୟ ଗଠନ କଲେ ମୋଦୀ ସରକାର

Posted On: 06 JUL 2021 10:22PM by PIB Bhubaneshwar
 

‘ସହଯୋଗ ଦ୍ୱାରା ସମୃଦ୍ଧି’ର ଦୃଷ୍ଟିକୋଣକୁ ହୃଦୟଙ୍ଗମ କରି ମୋଦୀ ସରକାରଙ୍କ ଦ୍ୱାରା ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଏକ ପୃଥକ୍ 'ସମବାୟ ମନ୍ତ୍ରଣାଳୟ’ ଗଠନ କରାଯାଇଛି ।

ଦେଶରେ ସମବାୟ ବିପ୍ଲବକୁ ମଜବୁତ କରିବା ପାଇଁ ଏହି ମନ୍ତ୍ରଣାଳୟ ଏକ ପୃଥକ୍ ପ୍ରଶାସନିକ, ନ୍ୟାୟିକ ଓ ନୀତିଗତ ଢାଞ୍ଚା ପ୍ରଦାନ କରିବ ।

ତୃଣମୂଳ ପର୍ଯ୍ୟନ୍ତ ପହଞ୍ଚିପାରୁଥିବା ଏକ ବାସ୍ତବ ଜନ କୈନ୍ଦ୍ରିକ ଆନ୍ଦୋଳନ ଭାବେ ସମବାୟଗୁଡ଼ିକୁ ମଜବୁତ କରିବା କ୍ଷେତ୍ରରେ ଏହା ସହାୟକ ହେବ ।

ଆମ ଦେଶରେ, ଏକ ସମବାୟ ଭିତ୍ତିକ ଅର୍ଥନୈତିକ ବିକାଶ ମଡେଲର ଅତ୍ୟନ୍ତ ପ୍ରାସଙ୍ଗିକତା ରହିଛି, ଯେଉଁଠି ପ୍ରତ୍ୟେକ ସଦସ୍ୟ ଦାୟିତ୍ୱବୋଧତାର ସହ କାର୍ଯ୍ୟ କରିଥାନ୍ତି ।

ସମବାୟ ସଂସ୍ଥାଗୁଡ଼ିକ ପାଇଁ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ ନିମନ୍ତେ ଉଦ୍ଦିଷ୍ଟ ପ୍ରକ୍ରିୟାଗୁଡ଼ିକୁ ସୁବ୍ୟବସ୍ଥିତ କରିବା ଏବଂ ବହୁ-ରାଜ୍ୟ ସମବାୟ ସମିତି (ଏମଏସସିଏସ୍)ର ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଉକ୍ତ ମନ୍ତ୍ରଣାଳୟ କାର୍ଯ୍ୟ କରିବ ।

କେନ୍ଦ୍ର ସରକାର ଗୋଷ୍ଠୀ ଆଧାରିତ ବିକାଶମୂଳକ ସହଯୋଗିତା ପାଇଁ ନିଜ ପ୍ରତିଶ୍ରୁତିବଦ୍ଧତାକୁ ଦୃଢ଼ କରିବା ଲାଗି ସଂକେତ ଦେଇଛନ୍ତି । ସମବାୟ ପାଇଁ ଏକ ପୃଥକ୍ ମନ୍ତ୍ରଣାଳୟର ସୃଷ୍ଟି ମଧ୍ୟ ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ବଜେଟ୍ ଘୋଷଣାକୁ ପୂରଣ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance