“ବିଶ୍ୱର ଦୀର୍ଘତମ ନଦୀ ପର୍ଯ୍ୟଟନ-ଏମ୍‌ଭି ଗଙ୍ଗା ବିଳାସକୁ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ପତାକା ଦେଖାଇ ବାରଣାସୀରେ ଶୁଭାରମ୍ଭ କରିଛନ୍ତି ଓ ତମ୍ବୁ ନଗରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି
“ଏହାଛଡା ଏକ ହଜାର କୋଟିରୁ ଅଧିକ ଟଙ୍କାର ଦେଶର ଆଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ”
ହଳଦିଆର ମଲଟି ମଡେଲ ଟର୍ମିନାଲ ଉଦ୍‌ଘାଟିତ
“ଏମ୍‌ଭି ଗଙ୍ଗା ବିଳାସ ପର୍ଯ୍ୟଟନ ଦ୍ୱାରା ପୂର୍ବ ଭାରତର ଅନେକ ପର୍ଯ୍ୟଟନସ୍ଥଳୀ ଲାଭାନ୍ୱିତ ହେବାକୁ ଯାଉଛନ୍ତି”
“ଏହି ଜଳ ପର୍ଯ୍ୟଟନ ନୂତନ ବିକାଶର ଦିଗକୁ ଜାଗ୍ରତ କରାଇବ”
“ଆଜି ଭାରତର ସବୁ କିଛି ଅଛି ଓ ଅନେକ ଅପାର ସମ୍ଭାବନା ଆପଣମାନଙ୍କ କଳ୍ପନା ବାହାରେ”
“ଗଙ୍ଗାଜୀ କେବଳ ଏକ ନଦୀ ନୁହେଁ ଏବଂ ଆମେ ଦ୍ୱୈତ ଆଭିମୁଖ୍ୟ ନମାମି ଗଙ୍ଗେ ଓ ଅର୍ଥ ଗଙ୍ଗା ଜରିଆରେ ଏହି ପବିତ୍ର ନଦୀର ସେବା କରିବାକୁ ଚାହୁଁଛୁ”
“ବୈଶ୍ୱିକ ରୂପରେଖ ବୃଦ୍ଧିରେ ଭାରତକୁ ଜାଣିବା ଓ ବୁଲି ଆସିବା ଇଚ୍ଛା ମଧ୍ୟ ବୃଦ୍ଧି ପାଉଛି”
“ଏକବିଂଶ ଶତାବ୍ଦୀର ଏହି ଦଶକ ହେଉଛି ଭାରତର ଭିତ୍ତିଭୂମି ଅବସ୍ଥାନ୍ତରର ଦଶକ”
“ନଦୀ ଜଳପଥ ଭାରତର ନୂତନ ଶକ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୧୦-୨୦୨୩) ବାରାଣସୀ ଠାରେ ବିଶ୍ୱର ଦୀର୍ଘତମ ନଦୀ ପର୍ଯ୍ୟଟନ - (ଏମଭି ଗଙ୍ଗାବିଳାସ)ର ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ ସହ ତମ୍ବୁ ନଗରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ହଜାର କୋଟି ଟଙ୍କାରୁ ଅଧିକ ଦେଶର କେତେକ ଆଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।  

ନଦୀରେ ନୌ-ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଆମ ଦେଶରେ ନଦୀ ପର୍ଯ୍ୟଟନ ନେଉଥିବା ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବା ସହ ଭାରତ ଲାଗି ନଦୀ ଜଳ ପର୍ଯ୍ୟଟନ ପାଇଁ ଏକ ନୂତନ ଯୁଗ ଉନ୍ମୋଚନ କରିବ । 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭଗବାନ ମହାଦେବଙ୍କୁ ପ୍ରଶଂସା କରିବା ସହ ଲୋହରୀ ପାଇଁ ପ୍ରତ୍ୟେକଙ୍କୁ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଦାନ ଧର୍ମ, ବିଶ୍ୱାସ ଓ ତପସ୍ୟା ସହ ଆମ ପର୍ବପର୍ବାଣୀ ଏବଂ ନଦୀର ଭୂମିକା ଉପରେ ଗୁରୁତ୍ୱଆରୋପ କରିଥିଲେ । ଜଳପଥକୁ ନେଇ ଏହି ପ୍ରକଳ୍ପଗୁଡିକ ଆହୁରି ମହତ୍ୱ ରଖୁଛି ବୋଲି ସେ କହିଥିଲେ । କାଶୀରୁ ଦିବ୍ରୁଗଡ ପର୍ଯ୍ୟନ୍ତ ଆଜି ଆରମ୍ଭ ହୋଇଥିବା ଜଳ ପର୍ଯ୍ୟଟନ ଯୋଗୁଁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଉତ୍ତର ଭାରତ ସାମ୍ନାକୁ ଆସିବ । ପ୍ରାୟ ଏକହଜାର କୋଟି ଟଙ୍କାର ବାରଣାସୀ, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶ ଓ ଆସାମର ଉଦ୍‌ଘାଟିତ ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ପୂର୍ବ ଭାରତରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ବୋଲି ସେ କହିଥିଲେ ।

 ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଗଙ୍ଗାନଦୀର ପ୍ରମୁଖ ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରବର୍ତ୍ତୀ କାଳରେ ନଦୀକୂଳ ଅଞ୍ଚଳର ବିକାଶବାଧିତ ହେବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାରଣ ଏସବୁ ଅଞ୍ଚଳରୁ ଅନେକ ଜନସାଧାରଣ ଅନ୍ୟ ଆଡେ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି କଥା ଉପରେ ଜୋର ଦେଇଥିଲେ । ପ୍ରଥମ ହେଲା ନମାମି ଗଙ୍ଗେ ଓ ଅର୍ଥ ଗଙ୍ଗା ଜରିଆରେ ଗଙ୍ଗା ସଫେଇ ଅଭିଯାନ ଅର୍ଥ ଗଙ୍ଗା ମାଧ୍ୟମରେ ଯେଉଁ ରାଜ୍ୟ ଦେଇ ଗଙ୍ଗାନଦୀ ପ୍ରବାହିତ ହୋଇଛି ସେଠାରେ ଆର୍ଥିକ ପରିବେଶ ପରିବର୍ତ୍ତନ ଉପରେ ପଦକ୍ଷେପ ନିଆଗଲା । 

ଏହି ପ୍ରଥମ ଜଳଯାତ୍ରାରେ ଯେଉଁ ବିଦେଶୀ ପର୍ଯ୍ୟଟକ ଯାତ୍ରା କରୁଛନ୍ତି ସେମାନଙ୍କୁ ସିଧାସଳଖ ଉଦ୍‌ବୋଧନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଭାରତର ସବୁ କିଛି ଅଛି ଓ ଆହୁରି ଅନେକ ଆପଣମାନଙ୍କ କଳ୍ପନା ବାହାରେ ମଧ୍ୟ ରହିଛି ।” ସେ ଆହୁରି କହିଥିଲେ ଯେ ଭାରତକୁ କେବଳ ହୃଦୟ ମଧ୍ୟରେ ଅନୁଭବ କରି ହେବ, କାରଣ ଆମ ଦେଶ ଜାତି, ଧର୍ମ, ବର୍ଣ୍ଣ, ଅଞ୍ଚଳ ଓ ଦେଶ ନିର୍ବିଶେଷରେ ବିଶ୍ୱର ସମସ୍ତ ଅଞ୍ଚଳରୁ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ ଜଣାଇଥାଏ । 

ନଦୀ ପର୍ଯ୍ୟଟନର ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସମସ୍ତଙ୍କ ପାଇଁ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର । ସେ ଆହୁରି କହିଥିଲେ ଯେ ଯେଉଁମାନେ ଆଧ୍ୟାତ୍ମିକତା ଅନ୍ୱେଷୀ ସେମାନେ କାଶୀ, ବୋଧଗୟା, ବିକ୍ରମଶୀଳା, ପାଟନା ସାହିବ ଓ ମାଜୁଲୀ ପ୍ରଭୃତି ଲକ୍ଷ୍ୟସ୍ଥଳ ଦେଇ ଗତି କରିବେ । ଯେଉଁମାନେ ଭ୍ରମଣ ବିଳାସୀ ସେମାନେ ବାଂଲାଦେଶର ଢାକା ଦେଇ ଯିବାର ସୁଯୋଗ ପାଇବେ ଓ ପ୍ରାକୃତିକ ବିବିଧତା ସନ୍ଦିତ୍ସୁ ପର୍ଯ୍ୟଟକମାନେ ସୁନ୍ଦରବନ ଓ ଆସାମର ବଣଜଙ୍ଗଲ ଅତିକ୍ରମ କରିବେ । ଏହି ଜଳ ପର୍ଯ୍ୟଟନ ଯାତ୍ରା ୨୫ଟି ଭିନ୍ନ ଭିନ୍ନ ନଦୀ ସ୍ରୋତରେ ଯାଉଥିବାରୁ ଭାରତ ନଦୀ ପ୍ରଣାଳୀ ଉପରେ ଆନିସନ୍ଦିତ୍ସୁ ବ୍ୟକ୍ତିମାନଙ୍କ ନିମନ୍ତେ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ଯେଉଁମାନେ ଭାରତୀୟ ରୋଷେଇ ଶୈଳୀ ଓ ଖାଦ୍ୟ ଉପରେ ଜାଣିବାକୁ ଚାହୁଁଥିବେ ସେମାନଙ୍କ ନିମନ୍ତେ ଏହି ଯାତ୍ରାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ସେ କହିଥିଲେ । “ଏହି ଜଳ ପର୍ଯ୍ୟଟନରେ ଭାରତୀୟ ଐତିହ୍ୟ ଓ ଏହାର ଆଧୁନିକତାର ଅପୂର୍ବ ମିଶ୍ରଣ ଦେଖିହେବ” ବୋଲି କହି ଏହି ଜଳ ପର୍ଯ୍ୟଟନର ନୂତନ ଯୁଗରେ ଦେଶରେ ଯୁବ ପୀଢି ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ । କେବଳ ବିଦେଶୀ ପର୍ଯ୍ୟଟକ ନୁହଁନ୍ତି ବରଂ ଯେଉଁ ଭାରତୀୟ ଏହି ଅଭିଜ୍ଞତା ଆହରଣ କରିବା ପାଇଁ ଅନ୍ୟାନ୍ୟ ଦେଶଗୁଡିକୁ ଯାଉଥିଲେ, ସେମାନେ ବର୍ତ୍ତମାନ ଉତ୍ତର ଭାରତ ଆଡକୁ ମୁହାଁଇବେ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅର୍ଥବ୍ୟୟ ଓ ବିଳାସୀ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଦେଶର ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଜଳପଥରେ ଏହି ମଧ୍ୟ ଜଳ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପର୍ଯ୍ୟଟନର ଏକତାଗଡା ପର୍ଯ୍ୟାୟ ମଧ୍ୟକୁ ପ୍ରବେଶ କରୁଛି, କାରଣ ବୈଶ୍ୱିକ ଦୃଷ୍ଟିଭଙ୍ଗୀ ଭାରତ ସମ୍ପର୍କରେ ଅବଗତ ହେବା ପାଇଁ ମଧ୍ୟ ବୃଦ୍ଧି ପାଉଛି । ସେଥିପାଇଁ ଦେଶର ପର୍ଯ୍ୟଟନ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଗତ ଆଠବର୍ଷ ମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ୱାସର ସ୍ଥାନଗୁଡିକୁ ଏଥିପାଇଁ ବିକଶିତ କରାଗଲା ଓ କାଶୀ ଏହାର ଜୀବନ୍ତ ଉଦାହରଣ । ଉନ୍ନତ ସୁବିଧା ତଥା କାଶୀ ବିଶ୍ୱନାଥ ଧାମର ପୁନରୁଦ୍ଧାର ଯୋଗୁଁ କାଶୀକୁ ଉକ୍ତମାନଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇଛି । ଏହାଫଳରେ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ବଡ ପ୍ରୋତ୍ସାହନ ମିଳିଛି । ନୂତନ ତମ୍ବୁ ନଗଣୀ ଯାହାକି ଆଧୁନିକତା, ଆଧ୍ୟାତ୍ମିକତା ଓ ବିଶ୍ୱାସରେ ଭରପୁର ପର୍ଯ୍ୟଟକଙ୍କୁ ଏକ ଅନନ୍ୟା ଅଭିଜ୍ଞତା ଦେବ । 

ଆଜିର ଘଟଣା ହେଉଛି ୨୦୧୪ ପରର ନୀତି, ନିଷ୍ପତ୍ତି ଓ ନିର୍ଦ୍ଦେଶର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଏକବିଂଶ ଶତାବ୍ଦୀର ଏହି ଦଶକ ହେଉଛି ଭିତ୍ତିଭୂମି ଅବସ୍ଥାନ୍ତରର ଦଶକ । ଭାରତ ଆଜି ଭିତ୍ତିଭୂମିର ଯେଉଁସ୍ତରରେ ପହଞ୍ଚିଛି କିଛି ବର୍ଷ ଆଗରୁ ଏହା କଳ୍ପନା ବାହାରେ ଥିଲା ।” ସେ କହିଥିଲେ ଯେ ଘର, ଶୌଚାଳୟ, ହସ୍‌ପିଟାଲ, ବିଦ୍ୟୁତ, ଜଳ, ରୋଷେଇ ଗ୍ୟାସ, ଶିକ୍ଷାନୁଷ୍ଠାନ ଭଳି ସାମାଜିକ ଭିତ୍ତିଭୂମିଠାରୁ ଆରମ୍ଭ କରି ଡିଜିଟାଲ ଭିତ୍ତିଭୂମି ଓ ସେଠାରୁ ରେଳବାଇ, ଜଳପଥ, ବିମାନପଥ ଓ ସଡକ ଭଳି ବସ୍ତୁଗତ ଭିତ୍ତିଭୂମି ଭାରତର ଦ୍ରୁତ ଅଭିବୃଦ୍ଧିର ମଜବୁତ ସଙ୍କେତ । ପ୍ରତ୍ୟେକ କ୍ଷେତ୍ରରେ ଭାରତ ସବୁଠାରୁ ଶ୍ରେଷ୍ଠ ଓ ବୃହତ୍ତମ କାର୍ଯ୍ୟ ଦେଖୁଛି ।

 ପରିବହନର ସମୃଦ୍ଧ ଇତିହାସ ସତ୍ୱେ ୨୦୧୪ ମସିହା ଆଗରୁ ଭାରତରେ ଜଳପଥର କମ୍ ବ୍ୟବହାର ହେଉଥିଲା । ୨୦୧୪ ମସିହା ପରଠାରୁ ଆଧୁନିକ ଭାରତ ଗଠନ ପାଇଁ ଦେଶର ଏହି ପ୍ରାଚୀନ ଶକ୍ତିକୁ ସଜ୍ଜିତ କରାଯାଇଛି । ଦେଶର ବଡ ବଡ ନଦୀରେ ଜଳପଥର ବିକାଶ ନିମନ୍ତେ ନୂତନ ନିୟମ ଓ ବିସ୍ତୃତ କାର୍ଯ୍ୟାନ୍ୱୟନ ଯୋଜନାମାନ କରାଯାଇଛି । ୨୦୧୪ ମସିହାରେ ଦେଶରେ କେବଳ ପାଞ୍ଚଟି ଜଳପଥ ରହିଥିବା ବେଳେ, ବର୍ତ୍ତମାନ ୧୧୧ଟି ରହିଛି ଓ ସେଥିରୁ ୨୪ଟି କାର୍ଯ୍ୟକ୍ଷମ ମଧ୍ୟ ହୋଇସାରିଲାଣି । ଆଠବର୍ଷ ତଳେ ନଦୀପଥରେ ପଣ୍ୟଦ୍ରବ୍ୟ କାରବାର ୩୦ହଜାର ଟନ୍ ଥିବା ବେଳେ ବର୍ତ୍ତମାନ ଏଥିରେ ତିନିଗୁଣ ବୃଦ୍ଧି ଘଟିଛି । ପୂର୍ବ ଭାରତର ବିକାଶର ଗାଥାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଘଟଣା ପୂର୍ବ ଭାରତର ଅଭିବୃଦ୍ଧିର କଳକୁ ବିକାଶମୁଖୀ କରିବ । ଏହା ହଳଦିଆ ମଲଟି ମଡେଲ ଟର୍ମିନାଲକୁ ବାରାଣାସୀ ସହ ସଂଯୋଗ କରୁଥିବାବେଳେ ଭାରତ-ବାଂଲାଦେଶ ମାର୍ଗଦର୍ଶିକା ରାସ୍ତା ଓ ଉତ୍ତର ପୂର୍ବାଂଚଳ ସହ ମଧ୍ୟ ସଂଯୋଗ କରିବ । ଏହା ମଧ୍ୟ କୋଲାକାତା ବନ୍ଦର ଓ ବାଂଲାଦେଶକୁ ସଂଯୋଗ କରିବ । ଏହାଫଳରେ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ବାଂଲାଦେଶ ସହ ବ୍ୟାବସାୟିକ ସୁବିଧା ହେବ ।

 କର୍ମଚାରୀଙ୍କ ତାଲିମ ଓ କୁଶଳୀ କାରିଗରଙ୍କ ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ କୌଶଳ ବିକାଶ କେନ୍ଦ୍ର ଗୌହାଟୀରେ ନିର୍ମିତ ହେଉଥିବାବେଳେ, ଜାହାଜ ମରାମତି ପାଇଁ ଗୌହାଟୀରେ ମଧ୍ୟ ନୂତନ ସୁବିଧା କରାଯାଉଛି । “ସେ ଜଳ ପର୍ଯ୍ୟଟନ ବା ପଣ୍ୟବାହୀ ଜାହାଜ ହେଉ, ସେମାନେ କେବଳ ପର୍ଯ୍ୟଟନ ଓ ପରିବହନ ସାମର୍ଥ୍ୟ ବୃଦ୍ଧି କରନ୍ତି ନାହିଁ, ବରଂ ସେମାନଙ୍କ ସେବା ସହ ସଂଶ୍ଳିଷ୍ଟ ସମଗ୍ର ଶିଳ୍ପରେ ମଧ୍ୟ ନୂତନ ସୁଯୋଗ ସୃଷ୍ଟି ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 ଏକ ଅନୁଧ୍ୟାନର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳପଥ ପରିବେଶ ନିମନ୍ତେ ସୁବିଧାଜନକ ହେବା ସହ ଏହା ଅର୍ଥ ବଂଚାଇବାରେ ମଧ୍ୟ ସହାୟକ ହୋଇଥାଏ । ଜଳପଥରେ ପରିବହନ ଖର୍ଚ୍ଚ ସଡକ ପଥ ତୁଳନାରେ ଅଢେଇଗୁଣ କମ୍‌୍ ହୋଇଥିବାବେଳେ ରେଳବାଇ ତୁଳନାରେ ମଧ୍ୟ ଏକ ତୃତୀୟାଂଶ କମ୍ । ପ୍ରଧାନମନ୍ତ୍ରୀ ଜାତୀୟ ଲଜିଷ୍ଟିକ୍ ନୀତି ବିଷୟ ଉତ୍‌୍‌ଥାପନ କରି ଭାରତର ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଜଳପଥ ବିକାଶ କରିବାରେ ସାମର୍ଥ୍ୟ ରହିଛି ବୋଲି କହିଥିଲେ । ଦେଶରେ ୧୨୫ଟି ଅଧିକ ନଦୀ ଥିବାବେଳେ, ଏହାର ପ୍ରବାହକୁ ପରିବହନ ଓ ଲୋକଙ୍କୁ ନବାଆଣିବା ନିମନ୍ତେ ବ୍ୟବହାର କରି ବନ୍ଦର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ବକ୍ତବ୍ୟ ସମାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶରେ ଜଳପଥର ବିକାଶ ଲାଗି ନିରବଚ୍ଛିନ୍ନ ଉଦ୍ୟମ ଅବ୍ୟାହତ ରହିଛି ବୋଲି କହି କହିଥିଲେ ଯେ “ଏକ ଉନ୍ନତ ଭାରତ ଗଠନ ନିମନ୍ତେ ମଜବୁତ ସଂଯୋଗୀକରଣର ଆବଶ୍ୟକତା ରହିଛି ।” ପ୍ରଧାନମନ୍ତ୍ରୀ ବିଶ୍ୱାସର ସହ କହିଥିଲେ ଯେ ଭାରତର ନଦୀଗୁଡିକ ଜଳଶକ୍ତି, ବାଣିଜ୍ୟ ଓ ପର୍ଯ୍ୟଟନକୁ ନୂତନ ଶିଖରରେ ପହଂଚାଇପାରିବ । ଏଥିସହ ସେ ଜଳପଥ ଯାତ୍ରୀମାନଙ୍କ ସୁଖଦ ଯାତ୍ରା କାମନା କରିଥିଲେ । 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

 ପୃଷ୍ଠଭୂମି

ଏମ୍‌ଭି ଗଙ୍ଗା ବିଳାସ-ଏମ୍‌ଭି ଗଙ୍ଗାବିଳାସ ଉତ୍ତରପ୍ରଦେଶର ବାରାଣାସୀରୁ ଏହାର ଯାତ୍ରା ଆରମ୍ଭ କରିବା ସହ ୩୨୦୦ କିଲୋମିଟର ଅତିକ୍ରମ କରି ୫୧ ଦିନ ପରେ ଆସାମର ଦିବ୍ରୁଗଡଠାରେ ପହଞ୍ôଚବ । ଏହା ଭାରତ ଓ ବାଂଲାଦେଶର ୨୭ଟି ନଦୀପଥ ଦେଇ ଯାତ୍ରା କରିବ । ଏମ୍‌ଭି ଗଙ୍ଗା ବିଳାସରେ ତିନିଟି ଡେକ, ୧୮ଟି ସୁଇଟ୍ ଓ ୩୬ଜଣ ପର୍ଯ୍ୟଟକଙ୍କୁ ନେବାର ସାମର୍ଥ୍ୟ ରହିଛି । ଏଥିରେ ସମସ୍ତ ସୌଖୀନ ସୁବିଧା ମଧ୍ୟ ରହିଛି । ଏହି ପ୍ରଥମ ଜଳଯାତ୍ରାରେ ସ୍ୱିଜରଲ୍ୟାଣ୍ଡର ୩୨ଜଣ ପର୍ଯ୍ୟଟକ ସମ୍ପୂର୍ଣ୍ଣ ଯାତ୍ରା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ।

ଏମ୍‌.ଭି. ଗଙ୍ଗାବିଳାସ ଜଳଯାତ୍ରା ଦେଶର ସର୍ବଶ୍ରେଷ୍ଠ ବିଷୟ ବିଶ୍ୱକୁ ଦେଖାଇବ । ୫୧ ଦିନ ବ୍ୟାପୀ ଯାତ୍ରାରେ ବିଶ୍ୱ ଐତିହ୍ୟ ସ୍ଥାନ, ଜାତୀୟ ଉଦ୍ୟାନ, ନଦୀଘାଟ ଭଳି ୫୦ଟି ପର୍ଯ୍ୟଟନ ସ୍ଥଳୀ ଅତିକ୍ରମ କରିବ । ସେଗୁଡିକ ମଧ୍ୟରେ ବିହାରର ପାଟନା, ଝାଡଖଣ୍ଡର ସାହିବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଓ ଆସାମର ଗୌହାଟୀ ଅନ୍ତର୍ଭୁକ୍ତ । ଏହି ଯାତ୍ରା ପର୍ଯ୍ୟଟକମାନଙ୍କୁ ଏକ ପରୀକ୍ଷାମୂଳକ ଜଳଯାତ୍ରା ଭାବେ ଭାରତ ଓ ବାଲାଂଦେଶର କଳା,ସଂସ୍କୃତି, ଇତିହାସ ଓ ଆଧ୍ୟାତ୍ମିକତା ଉପରେ ଜାଣିବାର ସୁଯୋଗ ଦେବ । 

ଜଳ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଏହାର ବିରାଟ ସାମର୍ଥ୍ୟର ରହସ୍ୟ ଉନ୍ମୋଚିତ ହେବ । ଏହି ସେବା ସହ ଭାରତର ଜଳ ପର୍ଯ୍ୟଟନର ଏକ ନୂତନ ଯୁଗର ମଧ୍ୟ ଅୟମାରମ୍ଭ ହେବ । 

ବାରାଣାସୀରେ ତମ୍ବୁ ନଗରୀ- ଗଙ୍ଗା ନଦୀ କୂଳରେ ସେ ଅଞ୍ଚଳର ପର୍ଯ୍ୟଟନ ବିଭବର ସାମର୍ଥ୍ୟ ପରିଖିବା ପାଇଁ ଏହି ତମ୍ବୁ ନଗରୀର ପରିକଳ୍ପନା କରାଯାଇଛି । ଏହି ପ୍ରକଳ୍ପ ନଗରୀଘାଟ ଗୁଡିକର ବିପରୀତ ପାଶ୍ୱର୍ରେ ରହିଛି । ବାରାଣାସୀରେ ଅଧିକ ଯାତ୍ରୀ ସମାଗମ କାଳରେ ସେମାନଙ୍କ ରହିବା ସୁବିଧା ପାଇଁ କାଶୀ ବିଶ୍ୱନାଥ ଧାମର ଉଦ୍‌ଘାଟନ ପରେ କରାଯାଇଛି । ବାରାଣାସୀ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହା ପିପିପି ମୋଡରେ କରାଯାଇଛି । ପର୍ଯ୍ୟଟକମାନେ ନିକଟରେ ଥିବା ବିଭିନ୍ନ ଘାଟରୁ ଡଙ୍ଗା ଯୋଗେ ଆସି ତମ୍ମୁ ନଗରୀରେ ପହଂଚିବେ । ତମ୍ମୁନଗରୀ ପ୍ରତିବର୍ଷ ଅକ୍ଟୋବରରୁ ଜୁନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ଓ ତିନିମାସ ପାଇଁ ନଦୀ ଜଳ ସ୍ତର ବୃଦ୍ଧି ଓ ବର୍ଷା ଦିନରେ ଭାଙ୍ଗି ଦିଆଯିବ । 

ଆଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପ -ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହଳଦିଆ ମଲଟି-ମଡେଲ ଟର୍ମିନାଲକୁ ଉଦ୍‌ଘାଟନ କରିଛନ୍ତି । ଜଳମାର୍ଗ ବିକାଶ ପ୍ରକଳ୍ପ ଅଧୀନରେ ବିକଶିତ ହଳଦିଆ ମଲଟି ମଡେଲ ଟର୍ମିନାଲ ବାଷିର୍କ ତିନି ନିୟୁତ ମେଟ୍ରିକ ଟନ ପଣ୍ୟ ପରିବହନ କରିବାରେ କ୍ଷମତା ଥିବାବେଳେ, ଏହାର ବର୍ଥ ୩୦୦ଡେଡ୍‌ୱେଟ ଟନେଜର ଜାହାଜ ପରିଚାଳନା କରିପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଳାରେ ସୟଦପୁର, ଛୋଚକପୁର, ଜମାନିଆ ଓ ବାଲିଆ ଜିଲ୍ଲାର କଂସପୁରଠାରେ ଚାରିଟି ଭାସମାନ ଗୋଷ୍ଠୀଭିତ୍ତିକ ଜେଟୀର ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବିହାରର ପାଟନା ଜିଲ୍ଳାର ଦୀଘା, ନାକଟା ଜୀୟାରା, ବାଢ୍ ଓ ପାନାପୁର ଏବଂ ସମସ୍ତିପୁରଜିଲ୍ଲାର ହସନପୁରଠାରେ ପାଞ୍ଚଟି ଗୋଷ୍ଠୀ ସମୂହ ଜେଟୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ସ୍ଥାନୀୟ ଅଧିବାସୀଙ୍କର ଜୀବନ ଜୀବିକାର ବିକାଶ ପାଇଁ ଗଙ୍ଗା ନଦୀରେ ୬୦ରୁ ଅଧିକ ଗୋଷ୍ଠୀ ଜେଟୀର ନିର୍ମାଣ କାର୍ଯ୍ୟ ଚାଲିଛି । କ୍ଷୁୁଦ୍ରଚାଷୀ, ମତ୍ସ୍ୟ ୟୁନିଟ୍‌, ଅଣ ସଂଗଠିତ ଫସଲ ୟୁନିଟ୍‌, ଉଦ୍ୟାନ କୃଷକ, ମାଳି ଓ କାରିଗରମାନଙ୍କ ବ୍ୟବସାୟରେ ଏଗୁଡିକ ସହାୟକ ହେବ । 

ପ୍ରଧାନମନ୍ତ୍ରୀ ମଧ୍ୟ ଗୌହାଟୀଠାରେ ସାମୁଦ୍ରିକ କୌଶଳ ବିକାଶ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି । ଏହା ଉତ୍ତର ପୂର୍ବାଞ୍ଚଳରେ କୌଶଳ ବିକାଶ କରିବା ସହ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 ଏହାଛଡା ପ୍ରଧାନମନ୍ତ୍ରୀ ଏକ ଜାହଜ ମରାମତି ସୁବିଧାର ଶିଳାନ୍ୟାସ କରିବା ସହ ଗୌହାଟୀର ପାଣ୍ଡୁ ଟର୍ମିନାଲର ଉନ୍ନତିକରଣ ଶିଳାନ୍ୟାସ ମଧ୍ୟ କରିଛନ୍ତି । ପାଣ୍ଡୁ ଟର୍ମିନାଲରେ ଜାହାଜ ମରାମତି ସୁବିଧା ଯୋଗୁଁ ଅନେକ ମୂଲ୍ୟବାନ ସମୟ ମଧ୍ୟ ବଞ୍ଚିବ, କାରଣ କୋଲାକାତାକୁ ମରାମତି ପାଇଁ ପଠାଇବାକୁ ହେଲେ ମାସକରୁ ଅଧିକ ସମୟ ଦରକାର ହୋଇଥାଏ । ଏହା ଦ୍ୱାରା ଅର୍ଥ ବଞ୍ଚିବା ସହ ପରିବହନ ବାବଦ ଖର୍ଚ୍ଚ ବଂଚାଯାଇପାରିବ। ପାଣ୍ଡୁ ଟର୍ମିନାଲକୁ ସଂଯୋଗ କରୁଥିବା ରାସ୍ତା ଯୋଗୁଁ ୨୭ନମ୍ବର ଜାତୀୟ ରାଜପଥରେ ୨୪ଘଣ୍ଟିଆ ସଂଯୋଗ ସୁବିଧା ହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post posts Rs 15,296 crore revenue in FY26, up 16%: Scindia

Media Coverage

India Post posts Rs 15,296 crore revenue in FY26, up 16%: Scindia
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."