ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାପର୍ବ ଛଟ ସମୟରେ ପାଳିତ ଏକ ଗୁରୁତ୍ୱପୂର୍ଣ୍ଣ ରୀତି ‘ଖରନା’ର ପବିତ୍ର ଅବସରରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ସହିତ ଜଡିତ କଷ୍ଟକର ଉପବାସ ଏବଂ ରୀତିନୀତି ପାଳନ କରୁଥିବା ସମସ୍ତ ଭକ୍ତଙ୍କ ପ୍ରତି ସେ ତାଙ୍କର ସମ୍ମାନ ପ୍ରକାଶ କରିଛନ୍ତି।
ଶ୍ରୀ ମୋଦୀ ଏହି ଅବସରରେ ଛଟି ମାତାଙ୍କୁ ଉତ୍ସର୍ଗୀକୃତ ଭକ୍ତିଗୀତ ମଧ୍ୟ ଶେୟାର କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଆପଣମାନଙ୍କୁ ଛଟ ମହାପର୍ବର ଖରନା ପୂଜା ଅବସରରେ ଅନେକ ଶୁଭକାମନା । ସମସ୍ତ ବ୍ରତଧାରୀମାନଙ୍କୁ ସାଦର ପ୍ରଣାମ! ଶ୍ରଦ୍ଧା ଏବଂ ସଂଯମତାର ପ୍ରତୀକ ଏହି ପବିତ୍ର ପର୍ବ ଅବସରରେ ଗୁଡରେ ପ୍ରସ୍ତୁତ ଖିରି ସହିତ ସାତ୍ୱିକ ପ୍ରସାଦ ଭୋଜନ କରିବାର ପରମ୍ପରା ରହିଛି । ଏହି ପର୍ବ ଅବସରରେ ଛଟି ମାତା ସମସ୍ତଙ୍କୁ ନିଜର ଆଶୀର୍ବାଦ ପ୍ରଦାନ କରନ୍ତୁ, ଏହା ହିଁ ମୋର କାମନା ।
https://www.youtube.com/watch?v=mOTEaLwwKK0
https://m.youtube.com/watch?v=fwX2g9jjo1o&pp=0gcJCR4Bo7VqN5tD”
आप सभी को महापर्व छठ की खरना पूजा की असीम शुभकामनाएं। सभी व्रतियों को सादर नमन! श्रद्धा और संयम के प्रतीक इस पावन अवसर पर गुड़ से तैयार खीर के साथ ही सात्विक प्रसाद ग्रहण करने की परंपरा रही है। मेरी कामना है कि इस अनुष्ठान पर छठी मइया हर किसी को अपना आशीर्वाद दें।…
— Narendra Modi (@narendramodi) October 26, 2025


