ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଶ୍ୱବ୍ୟାପୀ ବସବାସ କରୁଥିବା ଭାରତୀୟ ସମୁଦାୟକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରବାସୀ ଭାରତୀୟମାନେ ଭାରତ ଏବଂ ବିଶ୍ୱ ମଧ୍ୟରେ ଏକ ଶକ୍ତିଶାଳୀ ସେତୁ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।
ସେ ଆହୁରି ମଧ୍ୟ ରେଖାଙ୍କିତ କରିଥିଲେ ଯେ ପ୍ରବାସୀ ଭାରତୀୟମାନଙ୍କୁ ଭାରତର ଆହୁରି ନିକଟତର କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ପ୍ରବାସୀ ଭାରତୀୟ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରବାସୀ ଭାରତୀୟମାନେ ଭାରତ ଏବଂ ବିଶ୍ୱ ମଧ୍ୟରେ ଏକ ଶକ୍ତିଶାଳୀ ସେତୁ ହୋଇ ରହିଛନ୍ତି। ସେମାନେ ଯେଉଁଠାକୁ ଗଲେ ମଧ୍ୟ ସମାଜକୁ ସମୃଦ୍ଧ କରିଛନ୍ତି ଏବଂ ନିଜ ମୂଳ ସହିତ ଯୋଡ଼ି ହୋଇ ରହିଛନ୍ତି। ମୁଁ ବାରମ୍ବାର କହୁଛି ଯେ ଆମର ପ୍ରବାସୀମାନେ ହେଉଛନ୍ତି ଆମର ରାଷ୍ଟ୍ରଦୂତ, ଯେଉଁମାନେ ଭାରତର ସଂସ୍କୃତିକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିଛନ୍ତି। ପ୍ରବାସୀ ଭାରତୀୟଙ୍କୁ ଭାରତର ଆହୁରି ନିକଟତର କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।’’
Warm greetings on Pravasi Bharatiya Diwas. The Indian diaspora remains a powerful bridge between India and the world. They have enriched societies wherever they went and, at the same time, stayed connected to their roots. I often say that our diaspora is our Rashtradoots, who…
— Narendra Modi (@narendramodi) January 9, 2026


