ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ପ୍ରାଦ୍ୟାଗିକୀ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଆମର ବୈଜ୍ଞାନିକଙ୍କ ପ୍ରତି ଗର୍ବ ଓ କୃତଜ୍ଞତା ଜ୍ଞାପନ କରିବା ସହ ୧୯୮୮ ମସିହାର ପୋଖରାନ ପରମାଣୁ ପରୀକ୍ଷଣକୁ ସ୍ମରଣ କରିଛନ୍ତି । ସେ ବିଜ୍ଞାନ ଏବଂ ଗବେଷଣା ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ରାଷ୍ଟ୍ରୀୟ ପ୍ରାଦ୍ୟୋଗିକୀ ଦିବସ ଅବସରରେ ଶୁଭକାମନା! ଏହା ଆମର ବୈଜ୍ଞାନିକଙ୍କ ପ୍ରତି ଗର୍ବ ଓ କୃତଜ୍ଞତା ଜ୍ଞାପନ କରିବାର ଏବଂ ୧୯୯୮ର ପୋଖରାନ ପରମାଣା ପରୀକ୍ଷଣକୁ ସ୍ମରଣ କରିବାର ଦିବସ । ଏହା ଆମ ରାଷ୍ଟ୍ରର ବିକାଶ ରାସ୍ତାରେ, ବିଶେଷ କରି ଆତ୍ମନିର୍ଭରତା ଦିଗରେ ଆମ ଅନୁସନ୍ଧାନର ଏକ ଐତିହାସିକ ଘଟଣା ଥିଲା ।

 

ଆମର ଜନସାଧାରଣଙ୍କ ଦ୍ୱାରା ଭାରତ ପ୍ରଦ୍ୟୋଗିକୀ କ୍ଷେତ୍ରର ବିଭିନ୍ନ ବୈଶ୍ୱିକ ନେତା ଭାବେ ପରିଚୟ ହାସଲ କରିପାରିଛି । ଏହା ତେଣିକି ଅନ୍ତରୀକ୍ଷ, ଏଆଇ, ଡିଜିଟାଲ ନବାଚାର, ସବୁଜ ପ୍ରାଦ୍ୟୋଗିକୀ କିମ୍ବା ଏହିପରି ଅନେକ କିଛି କ୍ଷେତ୍ର । ଆମେ ବିଜ୍ଞାନ ଏବଂ ଗବେଷଣା ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛୁ । ଆଶା କରୁଛୁ ପ୍ରଦ୍ୟୋଗିକୀ ମାନବତାର ଉତ୍ଥାନ କରିବ, ଆମର ରାଷ୍ଟ୍ରକୁ ସୁରକ୍ଷିତ ରଖିବ ଏବଂ ଭବିଷ୍ୟର ବିକାଶକୁ ତ୍ୱରାନ୍ୱିତ କରିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Emerging cities see 42% growth in GCC jobs, outpacing metros: Report

Media Coverage

Emerging cities see 42% growth in GCC jobs, outpacing metros: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 27, 2026
May 27, 2026

Strategic, Sustainable, Self-Reliant: How PM Modi is Building Viksit Bharat