ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ୨୫ତମ ପ୍ରତିଷ୍ଠା ଦିବସରେ ରାଜ୍ୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତି ଏବଂ ସଂସ୍କୃତି ପ୍ରତି ସମର୍ପିତ ରାଜ୍ୟ ଛତିଶଗଡ ପ୍ରଗତିର ନୂତନ ମାନଦଣ୍ଡ ସ୍ଥାପନ କରୁଛି । ସେ ଉଲ୍ଲେଖ କରିଛନ୍ତି ଯେ, ନକ୍ସଲବାଦ ଦ୍ୱାରା ପ୍ରଭାବିତ ଏହି କ୍ଷେତ୍ର ଏବେ ବିକାଶରେ ପ୍ରତିଯୋଗିତା କରୁଛି । ଛତିଶଗଡର ପ୍ରତିଭାବାନ ଲୋକଙ୍କ କଠିନ ପରିଶ୍ରମ ଏବଂ ଔଦ୍ୟୋଗିକତା ଏକ ବିକଶିତ ଭାରତର ସ୍ୱପ୍ନ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଛତିଶଗଡର ମୋର ଭାଇ-ଭଉଣୀମାନଙ୍କୁ ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂର୍ତ୍ତୀ ଅବସରରେ ଅନେକ ଶୁଭକାମନା ଜଣାଇଛନ୍ତି । ପ୍ରକୃତି ଏବଂ ସଂସ୍କୃତି ପ୍ରତି ସମର୍ପିତ ଏହି ରାଜ୍ୟ ଆଜି ପ୍ରଗତିର ନୂଆ ମାନଦଣ୍ଡ ସ୍ଥାପିତ କରୁଛି । ଦିନେ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଏହି କ୍ଷେତ୍ରର ଅନେକ ଅଞ୍ଚଳ ଏବେ ବିକାଶ ପଥରେ ପ୍ରତିଯୋଗିତାରେ ସାମିଲ ହେଉଛି । ମୋର ବିଶ୍ୱାସ ଯେ, ଛତିଶଗଡର ପରିଶ୍ରମୀ ଏବଂ ପ୍ରତିଭାଶାଳୀ ଲୋକମାନେ ନିଜର ପରିଶ୍ରମ ଏବଂ ଔଦ୍ୟୋଗିକତା ଯୋଗୁଁ ଆମର ଏହି ରାଜ୍ୟ ‘ବିକଶିତ ଭାରତ’ର ଦୃଷ୍ଟିକୋଣକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ”
छत्तीसगढ़ के अपने सभी भाई-बहनों को राज्य के स्थापना दिवस की 25वीं वर्षगांठ की अनेकानेक शुभकामनाएं। प्रकृति और संस्कृति को समर्पित यह प्रदेश आज प्रगति के नित-नए मानदंड गढ़ने में जुटा है। कभी नक्सलवाद से प्रभावित रहे यहां के कई इलाके आज विकास की प्रतिस्पर्धा कर रहे हैं। मुझे भरोसा…
— Narendra Modi (@narendramodi) November 1, 2025


