ଜନ ଧନ ଯୋଜନା ଆରମ୍ଭ ହେବାର 6 ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)କୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜକୁ 6 ବର୍ଷ ତଳେ ବ୍ୟାଙ୍କ ଖାତା ନଥିବା ଜନସାଧାରଣଙ୍କୁ ବ୍ୟାଙ୍କରେ ଖାତା ଖୋଲିବା ଲକ୍ଷ୍ୟ ରଖି ଏହି ବହୁ ଆକାଂକ୍ଷିତ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରାଯାଇଥିଲା । ଏହି ପଦକ୍ଷେପ ଏକ ପରିବର୍ତ୍ତନର ବାର୍ତ୍ତାବହ ଭାବେ କାର୍ଯ୍ୟ କୋଟି କୋଟି ଜନସାଧାରଣଙ୍କ ପାଇଁ ଦାରିଦ୍ର୍ୟ ଦୂରୀକରଣର ଆଧାର ଭାବେ କାର୍ଯ୍ୟ କରିଛି ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଯୋଗୁଁ ଅନେକ ପରିବାରର ଭବିଷ୍ୟତ ଆଜି ସୁଦୃଢ ହୋଇପାରିଛି । ହିତାଧିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଗରିବ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ପିଏମଜେଡିୱାଇକୁ ସଫଳ କରିବା ଦିଗରେ ଯଥେଷ୍ଟ ପରିଶ୍ରମ କରିଥିବା ସମସ୍ତଙ୍କୁ ମୁଁ ସାଧୁବାଦ ଜଣାଉଛି” ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi