କଲ୍ୟାଣ ସିଂଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଦୁଃଖକୁ ବ୍ୟକ୍ତ କରିବାକୁ ମୋ ପାଖରେ ଶବ୍ଦ ନାହିଁ । କଲ୍ୟାଣ ସିଂ ଜୀ...ଜଣେ ରାଜନେତା, ବରିଷ୍ଠ ପ୍ରଶାସକ, ତୃଣମୂଳ ସ୍ତରର ନେତା ଏବଂ ବହୁତ ଭଲ ମଣିଷ ଥିଲେ । ଉତ୍ତରପ୍ରଦେଶର ବିକାଶରେ ସେ ଏକ ଅବିସ୍ମରଣୀୟ ଅବଦାନ ଛାଡିଛନ୍ତି । ସେ ତାଙ୍କ ପୁଅ ଶ୍ରୀ ରାଜବୀର ସିଂଙ୍କ ସହ କଥା ହୋଇଥିଲେ ଏବଂ ସମବେଦନା ଜଣାଇଥିଲେ । ଓମ୍ ଶାନ୍ତି।

ଶ୍ରୀ କଲ୍ୟାଣ ସିଂହଙ୍କ ନିଧନରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ବରିଷ୍ଠ ନେତା ଶ୍ରୀ କଲ୍ୟାଣ ସିଂହ ଜୀଙ୍କ  ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଏହି ଦୁଃଖକୁ ବ୍ୟକ୍ତ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । କଲ୍ୟାଣ ସିଂହ ଜୀ... ରାଜନେତା, ବରିଷ୍ଠ ପ୍ରଶାସକ, ତୃଣମୂଳ ସ୍ତର ନେତା ଏବଂ ଜଣେ ମହାନ ବ୍ୟକ୍ତି । ସେ ନିଜ ପଛରେ ଉତ୍ତର ପ୍ରଦେଶର ବିକାଶ ନିମନ୍ତେ ଏକ ଅତୁଟ ଯୋଗଦାନ ଛାଡ଼ି ଯାଇଛନ୍ତି । ତାଙ୍କ ପୁତ୍ର ଶ୍ରୀ ରାଜବୀର ସିଂହଙ୍କ ସହ କଥା ହେଲି ଏବଂ ସମବେଦନା ବ୍ୟକ୍ତ କଲି । ଓମ୍ ଶାନ୍ତି ।

ଭାରତର ସାଂସ୍କୃତିକ ସମୃଦ୍ଧିରେ କଲ୍ୟାଣ ସିଂହ ଜୀଙ୍କ ଯୋଗଦାନ ପାଇଁ ଆଗାମୀ ପିଢ଼ି ସର୍ବଦା ତାଙ୍କ ପ୍ରତି କୃତଜ୍ଞ ରହିବ । ଭାରତୀୟ ମୂଲ୍ୟବୋଧରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ସେ ଆମ ଶତାବ୍ଦୀର ପୁରୁଣା ପରମ୍ପରାଗୁଡ଼ିକ ଉପରେ ଗର୍ବ କରୁଥିଲେ ।

କଲ୍ୟାଣ ସିଂହ ଜୀ ସମାଜର ଅବହେଳିତ ବର୍ଗର କୋଟି କୋଟି ଲୋକଙ୍କର ସ୍ୱର ଥିଲେ । ଚାଷୀ, ଯୁବପିଢ଼ି ଓ ମହିଳାଙ୍କ ସଶକ୍ତୀକରଣ ଅଭିମୁଖେ ସେ ଅନେକ ଉଦ୍ୟମ କରିଥିଲେ ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch