ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତି ପ୍ରସିଦ୍ଧ ପଡ୍‌କାଷ୍ଟର୍ ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ଆକର୍ଷଣୀୟ ଏବଂ ବିଚାରୋତ୍ତେଜକ ଆଲୋଚନା କରିଥିଲେ । ତିନି ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲ୍ୟକାଳ, ହିମାଳୟରେ ବିତାଇଥିବା ତାଙ୍କର ପ୍ରାରମ୍ଭିକ ବର୍ଷ ଏବଂ ସାର୍ବଜନୀନ ଜୀବନରେ ତାଙ୍କର ଯାତ୍ରା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରସିଦ୍ଧ ଏଆଇ ଗବେଷକ ଏବଂ ପଡ୍‌କାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ଏହି ବହୁପ୍ରତିକ୍ଷୀତ ତିନି ଘଣ୍ଟାର ପଡ୍‌କାଷ୍ଟ ଆସନ୍ତା କାଲି, ୧୬ ମାର୍ଚ୍ଚ ୨୦୨୫ରେ ରିଲିଜ ହେବ । ଲେକ୍ସ ଫ୍ରିଡ୍‌ମ୍ୟାନ ଏହି ଆଲୋଚନାକୁ ତାଙ୍କ ଜୀବନର “ସର୍ବାଧିକ ଶକ୍ତିଶାଳୀ ବାର୍ତ୍ତାଳାପ ମଧ୍ୟରୁ ଅନ୍ୟତମ” ବୋଲି ବର୍ଣ୍ଣନା କରିଛନ୍ତି ।

ଆଗାମୀ ପଡ୍‌କାଷ୍ଟ ବିଷୟରେ ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି :

“ଏହା ପ୍ରକୃତରେ ଲେକ ଫ୍ରିଡ୍‌ମ୍ୟାନ୍‌ଙ୍କ ସହ ଏକ ଆକର୍ଷଣୀୟ ଆଲୋଚନା ଥିଲା, ଯେଉଁଥିରେ ମୋର ବାଲ୍ୟକାଳ, ହିମାଳୟରେ ବିତାଇଥିବା ବର୍ଷ ଏବଂ ସାର୍ବଜନୀନ ଜୀବନ ଯାତ୍ରାକୁ ମନେ ପକାଇବା ସମେତ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା ।

ଏହି ଆଲୋଚନାରେ ସାମିଲ ହୁଅନ୍ତୁ ଏବଂ ଏହାର ଏକ ଅଂଶ ହୁଅନ୍ତୁ!”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Bihar meets Prime Minister
April 21, 2026

Chief Minister of Bihar, Shri Samrat Choudhary met the Prime Minister, Shri Narendra Modi at New Delhi, today.

The Prime Minister posted on X:

"Chief Minister of Bihar, Shri @samrat4bjp met Prime Minister @narendramodi."