ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରୋଧର ବିନାଶକାରୀ ପ୍ରକୃତି ଏବଂ ବ୍ୟକ୍ତିଗତ କଲ୍ୟାଣ ତଥା ସାମୂହିକ ପ୍ରଗତି ପାଇଁ ଆଭ୍ୟନ୍ତରୀଣ ସଂଯମର ଗୁରୁତ୍ୱକୁ ରେଖାଙ୍କିତ କରି ଏକ ଗଭୀର ବାର୍ତ୍ତା ସେୟାର କରିଛନ୍ତି।
ଏକ ପ୍ରାଚୀନ ସଂସ୍କୃତ ପଦ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୋଧ କିପରି ବିଚାରକୁ ଦୁର୍ବଳ କରିଥାଏ, ସାମାଜିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରିଥାଏ ଏବଂ ମାନବୀୟ ସାମର୍ଥ୍ୟକୁ ହ୍ରାସ କରିଥାଏ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
‘‘କ୍ରୋଧ: ପ୍ରାଣହର: ଶତ୍ରୁ: କ୍ରାଧି ମିତ୍ରମୁଖେ ରିପୁ: ।
କ୍ରୋଧେ ହାସିର୍ମହାତୀକ୍ଷ୍ଣ: ସର୍ବ କ୍ରୋଧୋରୂପକର୍ଷତି ।।’’
क्रोधः प्राणहरः शत्रुः क्रोधो मित्रमुखो रिपुः।
— Narendra Modi (@narendramodi) December 12, 2025
क्रोधो ह्यसिर्महातीक्ष्णः सर्व क्रोधोऽपकर्षति॥ pic.twitter.com/GBxlYC0oIH


