ନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ
‘‘ରୋଜଗାର ମେଳା ଯୁବପିଢ଼ିଙ୍କ ପାଇଁ ‘ବିକଶିତ ଭାରତ’ର ନିର୍ମାତା ହେବା ପାଇଁ ବାଟ ଖୋଲିଛି’’
‘‘ନାଗରିକମାନଙ୍କ ପାଇଁ ସହଜ ଜୀବନଯାପନକୁ ଆପଣ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ’’
ଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚୁଛନ୍ତି
‘‘ଭାରତରେ ଭିତ୍ତିଭୂମି ବିପ୍ଳବ ଦେଖିବାକୁ ମିଳୁଛି’’
‘‘ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଅସମ୍ପୂର୍ଣ୍ଣ ପ୍ରକଳ୍ପ ଏକ ବଡ଼ ଅନ୍ୟାୟ, ଆମେ ତାହାର ସମାଧାନ କରୁଛୁ’’
‘‘ଭାରତର ଅଭିବୃଦ୍ଧି କାହାଣୀକୁ ନେଇ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ଆଶାବାଦୀ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନବନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଏହି ପ୍ରାର୍ଥୀମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି ।

ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି । ଆଜିର କାର୍ଯ୍ୟକ୍ରମ ଅବସରରେ ସାରା ଦେଶରେ ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତି ପତ୍ର ନବନିଯୁକ୍ତ ପ୍ରାର୍ଥୀଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ବୋଲି ସେ ଦର୍ଶାଇଥିଲେ। ଏହି ଅବସରରେ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଜନସାଧାରଣଙ୍କ ସହିତ ସିଧାସଳଖ କାରବାର କରୁଥିବା ବ୍ୟବସ୍ଥାର ଏକ ଅଂଶ ହେବାକୁ ଯାଉଛନ୍ତି । ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସାଧାରଣ ଲୋକଙ୍କ 'ସହଜ ଜୀବନଯାପନ' ପ୍ରତି ସେମାନେ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍‌।

ଚଳିତ ମାସ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ ସମାରୋହ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୪୯ ମସିହା ଏହି ଦିନରେ ଦେଶ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେଇଥିଲା । ସେ ବାବା ସାହେବ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ଯିଏକି ସମ୍ବିଧାନର ସ୍ଥପତି ଭାବରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ ଯେ ସ୍ୱାଧୀନତା ପରେ ସମାନତାର ନୀତିକୁ ଅଣଦେଖା କରାଯାଇଥିଲା ଏବଂ ସମାଜର ଏକ ପ୍ରମୁଖ ବର୍ଗ ବର୍ଷ ବର୍ଷ ଧରି ସମ୍ବଳ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ହିଁ 'ବଞ୍ଚିତମାନଙ୍କୁ ପ୍ରାଥମିକତା' ମନ୍ତ୍ର ଗ୍ରହଣ କରାଯାଇଥିଲା ଏବଂ ଏକ ନୂତନ ମାର୍ଗ ତିଆରି ହୋଇଥିଲା। ଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚିଥିଲେ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ବହୁ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସରକାରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଫଳରେ ଆଜି ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମଲାତନ୍ତ୍ର, ଜନସାଧାରଣ ଏବଂ ଫାଇଲ ବ୍ୟବସ୍ଥା ସମାନ ରହିଥିଲେ ମଧ୍ୟ ଗରିବ ଏବଂ ମଧ୍ୟବିତ୍ତଙ୍କ ବିକାଶକୁ ପ୍ରାଥମିକତା ଦେଇ ସମଗ୍ର ବ୍ୟବସ୍ଥାର କାର୍ଯ୍ୟ ପ୍ରଣାଳୀ ଏବଂ ଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆସିଛି । ଏହା ସାଧାରଣ ଲୋକଙ୍କ କଲ୍ୟାଣର ସକାରାତ୍ମକ ଫଳାଫଳକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସରକାରୀ ଯୋଜନାର ପ୍ରଭାବ ଗରିବଙ୍କ ପାଖରେ ପହଞ୍ଚିବାର ପ୍ରମାଣ ବୋଲି ସେ କହିଛନ୍ତି। ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ଘର ପାଖରେ ପହଞ୍ଚାଉଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସମୟକୁ ଲୋକଙ୍କ ସେବାରେ ଉପଯୋଗ କରିବାକୁ ଅନୁରୋଧ କରିଥିଲେ।

 

ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ କହିଥିଲେ ଯେ ସେମାନେ ଆଧୁନିକ ରାଜପଥ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ଜଳପଥ କ୍ଷେତ୍ରରେ ଭାରତକୁ ବଦଳାଇବା ପାଇଁ ଭିତ୍ତିଭୂମି ବିପ୍ଳବକୁ ଦେଖୁଛନ୍ତି । ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରୁଛି। 

ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ମିଶନ ମୋଡ୍ ରେ କାର୍ଯ୍ୟ କରାଯିବା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ସେଗୁଡ଼ିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛନ୍ତି। ବିଳମ୍ବିତ ପ୍ରକଳ୍ପର ଉଦାହରଣ ଦେଇ ସେ କହିଥିଲେ, ୨୨-୨୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିଦାର କଲବୁର୍ଗି ରେଳ ଲାଇନ କାମ ନିକଟରେ ଶେଷ ହୋଇଛି । ସରକାର ଏହାକୁ ମାତ୍ର ୩ ବର୍ଷରେ ଶେଷ କରିଛନ୍ତି। ସିକ୍କିମର ପାକ୍ୟୋଙ୍ଗ ବିମାନବନ୍ଦର ନିର୍ମାଣ ପାଇଁ ୨୦୦୮ରେ ପରିକଳ୍ପନା କରାଯାଇଥିଲା, କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଏହା କେବଳ କାଗଜପତ୍ରରେ ରହିଥିଲା । ୨୦୧୪ ପରେ ଆରମ୍ଭ ହୋଇ ୨୦୧୮ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ପାରାଦୀପ ବିଶୋଧନାଗାର ୨୦-୨୨ ବର୍ଷ ଧରି କେବଳ ଆଲୋଚନା ପର୍ଯ୍ୟାୟରେ ରହିଥିଲା ଏବଂ ଏ ଦିଗରେ କୌଣସି ବିଶେଷ ଅଗ୍ରଗତି ହୋଇନଥିଲା । ନିକଟରେ ଏହି ବିଶୋଧନାଗାର କାର୍ଯ୍ୟ ଶେଷ ହୋଇଛି।

ଦେଶର ରିୟଲ ଇଷ୍ଟେଟ୍ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ବିଲ୍ଡର ଏବଂ ମଧ୍ୟବିତ୍ତଙ୍କ ଅବନତି ଆଡକୁ ଅଗ୍ରସର ହେଉଥିଲା କିନ୍ତୁ ରେରା ଆଇନ ହିଁ ସ୍ୱଚ୍ଛତା ଆଣିଛି ଏବଂ ନିବେଶକୁ ପ୍ରୋତ୍ସାହିତ କରିଛି । ପ୍ରକଳ୍ପଗୁଡିକ କିପରି ଅଟକି ଯାଉଥିଲା ଯାହା ନିଯୁକ୍ତି ସୁଯୋଗକୁ ଠପ୍ କରିଦେଉଥିଲା ସେ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, "ଆଜି ଦେଶରେ ଏକ ଲକ୍ଷରୁ ଅଧିକ ରିଅଲ ଇଷ୍ଟେଟ ପ୍ରକଳ୍ପ ରେରା ଅଧୀନରେ ପଞ୍ଜୀକୃତ ହୋଇଛି । ସେ କହିଛନ୍ତି ଯେ ଦେଶର ବଢୁଥିବା ରିଅଲ ଇଷ୍ଟେଟ ଆଜି ବିପୁଳ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।

କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଆଜି ଦେଶର ଅର୍ଥବ୍ୟବସ୍ଥାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତର ଅଭିବୃଦ୍ଧି ହାରକୁ ନେଇ ବିଶ୍ୱର ଜଣାଶୁଣା ଅନୁଷ୍ଠାନ ଗୁଡ଼ିକ ଅତ୍ୟନ୍ତ ଆଶାବାଦୀ ରହିଛନ୍ତି। ଭାରତର ଦ୍ରୁତ ଅଭିବୃଦ୍ଧି ସହିତ ବଢ଼ୁଥିବା ନିଯୁକ୍ତି ସୁଯୋଗ, ଏକ ବିଶା କାର୍ଯ୍ୟବଳ ଜନସଂଖ୍ୟା ଏବଂ ବଢ଼ୁଥିବା ଶ୍ରମ ଉତ୍ପାଦକତା ଉପରେ ବିଶ୍ୱସ୍ତରୀୟ ନିବେଶ ମାନ୍ୟତା ପ୍ରଦାନକାରୀ ସଂସ୍ଥାମାନେ ମାନ୍ୟତା ଦେଇଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । ସେ ଏହାର ଏକ ପ୍ରମୁଖ କାରଣ ଭାବେ ଭାରତର ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଭାରତରେ ରୋଜଗାର ଓ ଆତ୍ମନିଯୁକ୍ତିର ଅନେକ ସମ୍ଭାବନା ସୃଷ୍ଟି ହେବ ବୋଲି ଏହି ତଥ୍ୟ ପ୍ରମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ହେଉଥିବା ବିକାଶର ସୁଫଳ ଯେପରି ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରୀ କର୍ମଚାରୀ ଭାବରେ ନିଯୁକ୍ତି ପାଇଥିବା ଲୋକମାନଙ୍କ ଭୂମିକା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କୌଣସି ଅଞ୍ଚଳ ଯେତେ ଦୂରରେ ଥାଉ ନା କାହିଁକି, ଏହା ଆପଣଙ୍କ ପ୍ରାଥମିକତା ହେବା ଉଚିତ। ଜଣେ ବ୍ୟକ୍ତି ଯେତେ ଦୁର୍ଗମ ସ୍ଥାନରେ ରହିଥାଆନ୍ତୁ ନା କାହିଁକି, ଆପଣଙ୍କୁ ତାଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଏକ ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ନବନିଯୁକ୍ତ ବ୍ୟକ୍ତିମାନେ ଭାରତ ସରକାରଙ୍କ କର୍ମଚାରୀ ଭାବରେ ଏହି ଆଭିମୁଖ୍ୟ ସହିତ ଆଗକୁ ବଢ଼ିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ।

 

ଦେଶ ପାଇଁ ଆଗାମୀ ୨୫ ବର୍ଷ ସମୟର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ନୂତନ ଶିକ୍ଷଣ ମଡ୍ୟୁଲ୍ 'କର୍ମଯୋଗୀ ପ୍ରାରମ୍ଭ' ସହିତ ଯୋଡ଼ି ହୋଇ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଜାରି ରଖିବାକୁ ସେ ନବନିଯୁକ୍ତମାନଙ୍କୁ ଅନୁରୋଧ କରିଥିଲେ। ବର୍ଷେ ତଳେ 'କର୍ମଯୋଗୀ ପ୍ରାରମ୍ଭ' ମଡ୍ୟୁଲ୍ ଆରମ୍ଭ ହେବା ପରଠାରୁ ଲକ୍ଷ ଲକ୍ଷ ନୂଆ ସରକାରୀ କର୍ମଚାରୀ ତାଲିମ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ ଲାଇନ୍ ପ୍ରଶିକ୍ଷଣ ପ୍ଲାଟଫର୍ମ ଆଇଜିଓଟି କର୍ମଯୋଗୀରେ ୮୦୦ରୁ ଅଧିକ ପାଠ୍ୟକ୍ରମ ଉପଲବ୍ଧ ରହିଛି। ‘‘ଏହାକୁ ଆପଣଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ", ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ । ନୂଆକରି ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶ୍ରୀ ମୋଦୀ ପୁଣି ଥରେ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ର ନିର୍ମାଣ ଦିଗରେ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ପୃଷ୍ଠଭୂମି

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତିକରଣ ଓ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ନବନିଯୁକ୍ତମାନେ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ଭୂମିକା ସମ୍ବନ୍ଧୀୟ ଦକ୍ଷତା ସହିତ ଦେଶର ଶିଳ୍ପ, ଆର୍ଥିକ ଏବଂ ସାମାଜିକ ବିକାଶକୁ ସୁଦୃଢ଼ କରିବା କାର୍ଯ୍ୟରେ ଯୋଗଦାନ କରିବେ ଯାହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ପ୍ରଶିକ୍ଷଣ ଗ୍ରହଣ କରିବାର ସୁଯୋଗ ପାଉଛନ୍ତି । ଏଥିରେ ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍‌ ଜରିଆରେ ୮୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି। 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost for India! IMF raises GDP growth forecast to 6.5% for FY27 despite Middle East conflict; lower US tariffs to benefit economy

Media Coverage

Boost for India! IMF raises GDP growth forecast to 6.5% for FY27 despite Middle East conflict; lower US tariffs to benefit economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Fatehgarh Sahib district, Punjab
April 15, 2026

The Prime Minister, Shri Narendra Modi, has expressed deep sorrow over the mishap in Fatehgarh Sahib district, Punjab.

The Prime Minister said he was pained to hear about the incident. He extended his condolences to those who have lost their loved ones and prayed for the speedy recovery of those injured.

The Prime Minister’s Office said in X post;

“Pained to hear about the mishap in Fatehgarh Sahib district, Punjab. I extend my condolences to those who have lost their loved ones. Praying for the speedy recovery of those injured: PM

@narendramodi”