"ଆପଣମାନେ ହେଉଛନ୍ତି ଏହି 'ଅମୃତ କାଳ' ର 'ଅମୃତ ରକ୍ଷକ'
“ଗତ କିଛି ବର୍ଷ ମଧ୍ୟରେ, ଆମେ ଅର୍ଦ୍ଧସାମରିକ ବାହିନୀର ନିଯୁକ୍ତି ପ୍ରକ୍ରିୟାରେ ଅନେକ ବୃହତ୍ ପରିବର୍ତ୍ତନ ଆଣିଛୁ”
“ଆଇନର ଶାସନ ଦ୍ୱାରା ସୁରକ୍ଷିତ ବାତାବରଣ ବିକାଶର ଗତିକୁ ତ୍ୱରାନ୍ୱିତ କରିଥାଏ”
“ବିଗତ ୯ ବର୍ଷ ମଧ୍ୟରେ ପରିବର୍ତ୍ତନର ଏକ ନୂଆ ପର୍ଯ୍ୟାୟ ଦେଖିବାକୁ ମିଳିଛି”
"୯ ବର୍ଷ ପୂର୍ବେ ଆଜିର ଦିନରେ ଆରମ୍ଭ ହୋଇଥିବା ‘ଜନଧନ ଯୋଜନା’ ଗାମବାସୀ ଓ ଗରିବଙ୍କ ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ଏକ ବୃହତ୍ ଭୂମିକା ଗ୍ରହଣ କରିଛି"
ଦେଶରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଜନଧନ ଯୋଜନାର ଭୂମିକା ପ୍ରକୃତରେ ଏକ ଅଧ୍ୟୟନର ବିଷୟ
ସରକାର ଓ ପ୍ରଶାସନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ମିଶନରେ ଆପଣମାନେ ହିଁ ମୋର ସବୁଠାରୁ ବଡ଼ ଶକ୍ତି

ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌), ସୀମା ସୁରକ୍ଷା ବଳ (ବିଏସଏଫ୍‌), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି । ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ - ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅମୃତ କାଳରେ ‘ଅମୃତ ରକ୍ଷକ' ଭାବେ ମନୋନୀତ ହୋଇଥିବା ନବ ନିଯୁକ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ କେବଳ ଦେଶର ସେବା କରିବେ ନାହିଁ , ବରଂ ଦେଶ ଓ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ସେ ସେମାନଙ୍କୁ ‘ଅମୃତ ରକ୍ଷକ' ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ହିଁ ଏହି 'ଅମୃତ କାଳ' ର 'ଅମୃତ ରକ୍ଷକ' ।

ରୋଜଗାର ମେଳାର ଏହି ସଂସ୍କରଣ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଦେଶ ଗର୍ବ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିିଥିଲେ । ସେ କହିଛନ୍ତି ଯେ ଚନ୍ଦ୍ରଯାନ - ୩ ସଫଳ ଅବତରଣ ପରେ ପ୍ରଜ୍ଞାନ ରୋଭର କ୍ରମାଗତ ଭାବେ ଚନ୍ଦ୍ରର ଅତ୍ୟାଧୁନିକ ଫଟୋ ପ୍ରସାରଣ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ସମ୍ମାନଜନକ ମୁହୂର୍ତ୍ତରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ସମସ୍ତ ନୂତନ ନିଯୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ ସେ ଶୁଭେଚ୍ଛା ଜଣାଇଥିଲେ । 

 

ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କିମ୍ବା ସୁରକ୍ଷା ଏବଂ ପୋଲିସ ବାହିନୀ ଚୟନ ସହିତ ଆସୁଥିବା ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସରକାର ପୋଲିସ୍ ବାହିନୀର ଆବଶ୍ୟକତା ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ଗମ୍ଭୀର ଅଛନ୍ତି । ଅର୍ଦ୍ଧସାମରିକ ବାହିନୀ ନିଯୁକ୍ତି କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଆବେଦନ ଠାରୁ ଚୂଡ଼ାନ୍ତ ଚୟନ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି, ପୂର୍ବ ଭଳି କେବଳ ଇଂରାଜୀ କିମ୍ବା ହିନ୍ଦୀ ଭାଷା ବ୍ୟତୀତ ୧୩ଟି ଆଂଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି । ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଂଚଳରେ ଶତାଧିକ ଆଦିବାସୀ ଯୁବକଙ୍କୁ ନିୟମ କୋହଳ କରି ନିଯୁକ୍ତି ଦେବା ପାଇଁ ସେ ଉଲ୍ଲେଖ କରିଥିଲେ । ସୀମାବର୍ତ୍ତୀ ଅଞ୍ଚଳ ଓ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଯୁବକ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଟା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । 

ଦେଶର ବିକାଶକୁ ସୁନିଶ୍ଚିତ କରିବାରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କର ଦାୟିତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଇନ୍‌ର ଶାସନ ଦ୍ୱାରା ଏକ ସୁରକ୍ଷିତ ପରିବେଶ ବିକାଶର ଗତିକୁ ତ୍ୱରାନ୍ୱିତ କରିଥାଏ । ଉତ୍ତରପ୍ରଦେଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏମିତି ଏକ ସମୟ ଥିଲା. ବିକାଶରେ ଏହି ରାଜ୍ୟ ପଛରେ ଥିଲା ଏବଂ ଅପରାଧ କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଆଇନର ଶାସନ ଆରମ୍ଭ ହେବା ପରେ ରାଜ୍ୟ ଏବେ ବିକାଶର ନୂତନ ଶିଖର ଛୁଇଁବାରେ ସକ୍ଷମ ହୋଇଛି ଏବଂ ଏକ ଭୟମୁକ୍ତ ନୂତନ ସମାଜ ପ୍ରତିଷ୍ଠା କରାଯାଉଛି । “ଆଇନ ଶୃଙ୍ଖଳାର ଏଭଳି ବ୍ୟବସ୍ଥା ଲୋକଙ୍କ ମଧ୍ୟରେ ଥିବା ବିଶ୍ୱାସକୁ ଦୃଢ଼ କରୁଛି ବୋଲି ସେ କହିଛନ୍ତି” । ଅପରାଧ ହାର କମିବା ସହ ରାଜ୍ୟରେ ପୁଞ୍ଜି ନିବେଶ ବୃଦ୍ଧି ପାଉଛି ବୋଲି ସେ ଉଲ୍ଲେଖ କରିବା ସହ ଯେଉଁ ରାଜ୍ୟରେ ଅପରାଧ ହାର ଅଧିକ ରହିଛି ସେଠାରେ ପୁଞ୍ଜି ନିବେଶ ପରିମାଣ ବହୁତ କମ୍ ରହିଛି ଏବଂ ସମସ୍ତ ନିଯୁକ୍ତି ସୁଯୋଗ ବନ୍ଦ ହୋଇଯାଇଛି ବୋଲି ଦର୍ଶାଇଛନ୍ତି । 

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତର ମାନ୍ୟତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଥିଲେ ଯେ, ଏହି ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ । “ମୋଦୀ ଅତ୍ୟନ୍ତ ଦାୟିତ୍ୱର ସହ ଏଭଳି ଗ୍ୟାରେଣ୍ଟି ଦେଉଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାଧାରଣ ନାଗରିକ ମାନଙ୍କ ଉପରେ ବଢୁଥିବା ଅର୍ଥନୀତିର ପ୍ରଭାବ ଜାରି ରଖିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅର୍ଥନୀତିର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରର ଅଭିବୃଦ୍ଧି ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ସମୟରେ ଫାର୍ମା ଉଦ୍ୟୋଗ ଗୁଡିକର ଭୂମିକା ବିଷୟରେ ସେ ଆଲୋଚନା କରିଥିଲେ । ଆଜି , ଭାରତର ଫାର୍ମା ଉଦ୍ୟୋଗର ମୂଲ୍ୟ ପାଖାପାଖି ୪ ଲକ୍ଷ କୋଟି ଟଙ୍କାରେ ପହଂଚିଛି ଏବଂ ୨୦୩୦ ସୁଦ୍ଧା ଏହି ଉଦ୍ୟୋଗର ମୂଲ୍ୟ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିବୃଦ୍ଧିର ଅର୍ଥ ହେଉଛି ଆଗାମୀ ବର୍ଷ ଗୁଡ଼ିକରେ ଫାର୍ମା ଉଦ୍ୟୋଗରେ ଅଧିକ ପରିମାଣରେ ଯୁବକ ମାନଙ୍କର ଆବଶ୍ୟକତା ପଡିବ ଏବଂ ନିଯୁକ୍ତି ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ ।

 

ଅଟୋମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶ ଉଦ୍ୟୋଗ ଗୁଡିକର ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଉଭୟ ଉଦ୍ୟୋଗର ମୂଲ୍ୟ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବଂ ଆଗାମୀ ବର୍ଷ ଗୁଡ଼ିକରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ଅଟୋମୋବାଇଲ ଉଦ୍ୟୋଗକୁ ଆହୁରି ଅନେକ ଯୁବକଙ୍କର ଆବଶ୍ୟକତା ପଡ଼ିବ, ଯାହା ଦ୍ୱାରା ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ଗତ ବର୍ଷ ପାଖାପାଖି ୨୬ ଲକ୍ଷ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ସ୍ପର୍ଶ କରିବା ସହ ଆଗାମୀ ସାଢ଼େ ତିନି ବର୍ଷ ମଧ୍ୟରେ ଏହା ୩୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ସମ୍ପ୍ରସାରଣ ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । 

ଭିତ୍ତିଭୂମି ବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ , ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଭିତ୍ତିଭୂମି ଉପରେ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏହା ଯୋଗାଯୋଗ ସହିତ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛି ଏବଂ ନୂତନ ନିଯୁକ୍ତି ସୃଷ୍ଟି କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ୨୦୩୦ ସୁଦ୍ଧା ପର୍ଯ୍ୟଟନ କ୍ଷେତ୍ର ଅର୍ଥନୀତିରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଗଦାନ କରିବ ଏବଂ ଆନୁମାନିକ ୧୩ - ୧୪ କୋଟି ନିଯୁକ୍ତି ସୃଷ୍ଟି କରିବ । ଏହା କେବଳ ସଂଖ୍ୟା ନୁହେଁ, ନିଯୁକ୍ତି ସୃଷ୍ଟି ମାଧ୍ୟମରେ, ସହଜ ଜୀବନଶୈଳୀ ଏବଂ ଆୟ ବୃଦ୍ଧି ଦ୍ୱାରା ସାଧାରଣ ନାଗରିକ ମାନଙ୍କର ଜୀବନକୁ ପ୍ରଭାବିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ । 

“ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଯୋଗୁଁ ପରିବର୍ତ୍ତନର ଏକ ନୂତନ ଯୁଗ ଦେଖିବାକୁ ମିଳିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ସୂଚନା ଦେଇଛନ୍ତି ଯେ, ଗତ ବର୍ଷ ଭାରତ ରେକର୍ଡ ପରିମାଣରେ ରପ୍ତାନି କରିବା ହେଉଛି ବିଶ୍ୱ ବଜାରରେ ଭାରତ ପ୍ରସ୍ତୁତ ସାମଗ୍ରୀର ଚାହିଦା ବୃଦ୍ଧିର ସଙ୍କେତ । ଏହାର ଫଳାଫଳ ସ୍ୱରୂପ, ଉତ୍ପାଦନ ବୃଦ୍ଧି ପାଇଛି, ରୋଜଗାର ବଢ଼ିଛି ଏବଂ ପରିବାରର ଆୟ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି ଏବଂ ଭାରତରେ ମୋବାଇଲ ଫୋନର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ମୋବାଇଲ୍ ଉତ୍ପାଦନରେ ବହୁଗୁଣିତ ବୃଦ୍ଧି ପାଇଁ ସେ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଗୁଡିକୁ ଶ୍ରେୟ ଦେଇଛନ୍ତି । ଦେଶ ଏବେ ଅନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଉପରେ ମଧ୍ୟ ଧ୍ୟାନ ଦେଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ ଆଇଟି ଏବଂ ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ମୋବାଇଲ୍ ଉତ୍ପାଦନ କ୍ଷେତ୍ରର ସଫଳତାକୁ ଭାରତ ଦୋହରାଇବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । "ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତରେ ନିର୍ମିତ ଲାପଟପ୍ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟର ଆମକୁ ଗର୍ବିତ କରିବ", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘ଭୋକାଲ୍ ଫର୍ ଲୋକାଲ' ର ମନ୍ତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତ ନିର୍ମିତ ଲାପଟପ୍ ଏବଂ କମ୍ପ୍ୟୁଟର କିଣିବା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ଫଳସ୍ୱରୂପ ଉତ୍ପାଦନ ଏବଂ ରୋଜଗାର ବୃଦ୍ଧି ପାଇଛି । ଦେଶରେ ଘଟୁଥିବା ଅର୍ଥନୈତିକ ବିକାଶ ପାଇଁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ନିମନ୍ତେ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ କାନ୍ଧରେ ଦିଆଯାଇଥିବା ଦାୟିତ୍ୱ ଗୁଡିକ ସମ୍ପର୍କରେ ସେ ଦୋହରାଇ ଥିଲେ । 

୯ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ‘ଜନଧନ ଯୋଜନା’ ର ଶୁଭାରମ୍ଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । "ଏହି ଯୋଜନା ଗ୍ରାମବାସୀ ମାନଙ୍କର ଏବଂ ଗରିବ (ଗାଓଁ ଓ ଗରିବ) ଲୋକମାନଙ୍କ ଆର୍ôଥକ ସଶକ୍ତିକରଣ ସହିତ ରୋଜଗାର ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଯୋଜନା ଅଧୀନରେ ଗତ ୯ ବର୍ଷ ମଧ୍ୟରେ ୫୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ଯୋଜନା ଗରିବ ଓ ଅବହେଳିତ ମାନଙ୍କ ପାଖରେ ସିଧାସଳଖ ପହଞ୍ଚାଇବାରେ ସହାୟକ ହେବା ସହ ଆଦିବାସୀ, ମହିଳା, ଦଳିତ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗର ଲୋକଙ୍କୁ ରୋଜଗାର ଓ ଆତ୍ମନିଯୁକ୍ତି ଯୋଗାଇବାରେ ସହାୟକ ହୋଇଛି । ଅନେକ ଯୁବକଯୁବତୀ ବ୍ୟାଙ୍କ ପ୍ରତିନିଧି, ବ୍ୟାଙ୍କ ମିତ୍ର ଭାବେ ଚାକିରି ପାଇଥିଲେ । ୨୧ ଲକ୍ଷରୁ ଅଧିକ ଯୁବକଯୁବତୀ ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ ସଖୀ ଭାବେ ନିୟୋଜିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି । ଜନଧନ ଯୋଜନା, ମୁଦ୍ରା ଯୋଜନାକୁ ମଧ୍ୟ ସୁଦୃଢ଼ କରିଛି ବୋଲି ସେ କହିଥିଲେ । ମୁଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ହିତାଧିକାରୀ ମାନଙ୍କ ମଧ୍ୟରୁ ୮ କୋଟି ପ୍ରଥମ ଥରର ଉଦ୍ୟୋଗୀ ଅଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ପ୍ରାୟ ୪୫ ଲକ୍ଷ ରାସ୍ତା କଡର ଦୋକାନୀ ମାନଙ୍କୁ ପ୍ରଥମ ଥର ପାଇଁ ବିନା ଗ୍ୟାରେଂଟିରେ ଋଣ ମଞ୍ଜୁର କରାଯାଇଥିଲା । ଏହି ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା, ଦଳିତ, ପଛୁଆ ଓ ଆଦିବାସୀ ଯୁବକ ଅଛନ୍ତି । ଜନଧନ ଆକାଉଣ୍ଟ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନକୁ ସୁଦୃଢ଼ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଜନଧନ ଯୋଜନାର ଭୂମିକା ପ୍ରକୃତରେ ଅଧ୍ୟୟନର ବିଷୟ ବୋଲି ସେ କହିଛନ୍ତି ।

 

ଅନେକ ରୋଜଗାର ମେଳାରେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ଜନ ସେବା କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । "ସରକାର ଏବଂ ଶାସନରେ ପରିବର୍ତ୍ତନ ଆଣିବା ଅଭିଯାନରେ ଆପଣ ସମସ୍ତେ ଯୁବକମାନେ ମୋର ସବୁଠାରୁ ବଡ ଶକ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜିର ଯୁବପିଢ଼ି ଏପରି ଏକ ପିଢ଼ିରୁ ଆସିଛନ୍ତି ଯେଉଁଠାରେ ସବୁକିଛି ମାତ୍ର ଗୋଟିଏ କ୍ଲିକ୍ ଦୂରରେ ଅଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦ୍ରୁତ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ପିଢ଼ି ବିଖଣ୍ଡିତ ନୁହେଁ ବରଂ ସମସ୍ୟାର ସ୍ଥାୟୀ ସମାଧାନ ଖୋଜୁଛନ୍ତି । ସରକାରୀ କର୍ମଚାରୀ ହିସାବରେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା ଦୀର୍ଘକାଳୀନ ଭାବେ ଲୋକ ମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି । “ଆପଣମାନେ ଯେଉଁ ପିଢ଼ିର ଅଟନ୍ତି, ସେହି ପିଢ଼ି କିଛି ହାସଲ କରିବାକୁ ସଂକଳ୍ପବଦ୍ଧ । ଏହି ପିଢ଼ି କାହାର ଆଶୀର୍ବାଦ ଚାହୁଁ ନାହିଁ, ଏହା କେବଳ ଚାହୁଁଛି ଯେ କେହି ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ନ ହୁଅନ୍ତୁ", ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସେବକ ଭାବରେ ଲୋକଙ୍କ ଆକାଂକ୍ଷା ପୂରଣ ଉପରେ ଗୁରୁତ୍ୱାରୋପ କରିବେ । ଯଦି ସେମାନେ ଏହି ବୁଝାମଣାରେ କାମ କରନ୍ତି ତେବେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ବହୁତ ସାହାଯ୍ୟ ପାଇବେ ବୋଲି ସେ କହିଛନ୍ତି ।

ବକ୍ତବ୍ୟ ଶେଷ କରି , ପ୍ରଧାନମନ୍ତ୍ରୀ ଅର୍ଦ୍ଧସାମରିକ ବାହିନୀ ଭାବରେ ଶିକ୍ଷାଲାଭ କରିବାର ମନୋଭାବ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ୬୦୦ ରୁ ଅଧିକ ପାଠ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । “ଏହି ପୋର୍ଟାଲରେ ୨୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ପଞ୍ଜୀକରଣ କରିଛନ୍ତି । ମୁଁ ଅନୁରୋଧ କରୁଛି ଯେ, ଆପଣମାନେ ସମସ୍ତେ ମଧ୍ୟ ଏହି ପୋର୍ଟାଲରେ ଯୋଗ ଦିଅନ୍ତୁ ଏବଂ ଏହାର ଫାଇଦା ନିଅନ୍ତୁ । ଶେଷରେ ପ୍ରଧାନମନ୍ତ୍ରୀ ନୂତନଭାବେ ନିଯୁକ୍ତ କର୍ମଚାରୀଙ୍କ ଜୀବନରେ ଶାରୀରିକ ସୁସ୍ଥତା ଏବଂ ଯୋଗକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପୃଷ୍ଠଭୂମି

ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରା ଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ‘ଯେ କୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌' ଶିକ୍ଷଣ ଫର୍ମାଟ ପାଇଁ ୬୭୩ରୁ ଅଧିକ ଇ- ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରା ଯାଇଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tier-2 cities drive growth in India's tech hiring as GCC expansion spreads beyond metros

Media Coverage

Tier-2 cities drive growth in India's tech hiring as GCC expansion spreads beyond metros
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Bengaluru
July 02, 2026

The Prime Minister, Shri Narendra Modi, condoled loss of lives due to a mishap in stone quarry in Bengaluru. "I extend my deepest condolences to those who have lost their loved ones. Praying for the speedy recovery of the injured", Shri Modi stated.

The Prime Minister posted on X:

Pained to hear about the loss of lives due to a mishap in stone quarry in Bengaluru Urban district of Karnataka. I extend my deepest condolences to those who have lost their loved ones. Praying for the speedy recovery of the injured: PM @narendramodi

ಕರ್ನಾಟಕದ ಬೆಂಗಳೂರು ನಗರ ಜಿಲ್ಲೆಯ ಕಲ್ಲು ಗಣಿಯಲ್ಲಿ ಸಂಭವಿಸಿದ ದುರ್ಘಟನೆಯಲ್ಲಿ ಪ್ರಾಣಹಾನಿ ಸಂಭವಿಸಿರುವುದು ನೋವು ತಂದಿದೆ. ಪ್ರೀತಿಪಾತ್ರರನ್ನು ಕಳೆದುಕೊಂಡವರಿಗೆ ನನ್ನ ಸಂತಾಪವನ್ನು ವ್ಯಕ್ತಪಡಿಸುತ್ತೇನೆ. ಗಾಯಾಳುಗಳು ಶೀಘ್ರ ಗುಣಮುಖರಾಗಲಿ ಎಂದು ಪ್ರಾರ್ಥಿಸುತ್ತೇನೆ: ಪ್ರಧಾನಮಂತ್ರಿ
@narendramodi