ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନବ ନିଯୁକ୍ତ ପ୍ରାୟ ୭୧ ହଜାର ଜଣଙ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର
“ରୋଜଗାର ମେଳା ଦେଶ ଯୁବଗୋଷ୍ଠୀ ନିମନ୍ତେ ସରକାରଙ୍କ ଅଙ୍ଗୀକାରବଦ୍ଧତାର ନିଦର୍ଶନ”
“ଗତ ନଅ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇ ଏହାକୁ ଦ୍ରୁତ, ସ୍ୱଚ୍ଛ ଓ ପାତରଅନ୍ତର ବିହୀନ କରିଛନ୍ତି”
“କର୍ମନିଯୁକ୍ତି ସମ୍ଭାବନାକୁ ଆଖି ଆଗରେ ରଖି ସରକାରୀ ନୀତିମାନ ତିଆରି ହେଉଛି”
“ସରକାର ଗତ ନଅ ବର୍ଷ ମଧ୍ୟରେ ମୂଳଧନ ବାବଦ ବ୍ୟୟ ୩୪ ଲକ୍ଷ କୋଟି କରିଥିବା ବେଳେ, ଚଳିତ ବର୍ଷ ନିମନ୍ତେ ମଧ୍ୟ ଏ ବାବଦ ୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି”
“ଆତ୍ମନିର୍ଭର ଭାରତ ଅଭିଯାନ ରାଷ୍ଟ୍ର ନିର୍ମାଣ ଓ କର୍ମନିଯୁକ୍ତି ସୃଷ୍ଟି ଉପରେ ପର୍ଯ୍ୟବସିତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬-୦୫-୨୦୨୩) ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ନବନିଯୁକ୍ତ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ନିକଟରେ ଅନୁଷ୍ଠିତ ଗୁଜରାଟ ରାଜ୍ୟର ଓ ଆଗକୁ ଥବା ଆସାମ ରାଜ୍ୟ ରୋଜଗାର ମେଳାର ସ୍ମୃତିଚାରଣ କରିଥିଲେ । କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟରେ ଅନୁଷ୍ଠିତ ଏହି ମେଳା ସରକାରଙ୍କ ଯୁବଗୋଷ୍ଠୀ ପ୍ରତି ଅଙ୍ଗୀକାରବଦ୍ଧତାର ସୂଚନା ବୋଲି ସେ କହିଥିଲେ ।

ଗତ ନଅ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇ ଏହାକୁ ଦ୍ରୁତ, ସ୍ୱଚ୍ଛ ଓ ପାତରଅନ୍ତରବିହୀନ କରିଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । କର୍ମଚାରୀ ଚୟନ ବୋର୍ଡ ନବନିଯୁକ୍ତ ବାଛିବାରେ ୧୫ରୁ ୧୮ ମାସ ନେଉଥିବା ବେଳେ ବର୍ତ୍ତମାନ ଏହା ଛଅରୁ ଆଠ ମାସ ପର୍ଯ୍ୟନ୍ତ ଲାଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଗରୁ ନିଯୁକ୍ତି ପ୍ରକ୍ରିୟା ଜଟିଳ ଥିଲା । ଆବେଦନପତ୍ର ଡାକ ଦ୍ୱାରା ଦାଖଲ କରାଯାଉଥିବା ବେଳେ ବର୍ତ୍ତମାନ ତାହା ଅନଲାଇନରେ ଆବେଦନ କରିବାକୁ ପଡୁଛି ଓ ନଥିପତ୍ର ସତ୍ୟତାର ଅନୁମୋଦନ ନିଜେ କରିବାକୁ ବ୍ୟବସ୍ଥା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରୁପ ସି ଓ ଡି ପଦବୀ ନିମନ୍ତେ ସାକ୍ଷାତକାର ମଧ୍ୟ ଉଠାଇ ଦିଆ ହୋଇଛି । ଏହାର ସବୁଠାରୁ ବଡ଼ ଲାଭ ହେଉଛି ସମଗ୍ର ପ୍ରକ୍ରିୟାକୁ ପ୍ରୀୟାପ୍ରୀତି ତୋଷଣକୁ ଲୋପ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ ଆଜି ଦିନର ମହତ୍ୱର ସ୍ମୃତିଚାରଣ କରି କହିଥିଲେ ନଅ ବର୍ଷ ପୂର୍ବରୁ ଆଜିର ଦିନ ମଇ ୧୬ ତାରିଖ ଦିନ ଲୋକସଭା ଫଳାଫଳ ଘୋଷିତ ହୋଇଥିଲା । ସେ ଦିନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଯେଉଁ ଯାତ୍ରା ସବକା ସାଥ, ସବକା ବିକାଶ ଉତ୍ସାହ ସହ ଆରମ୍ଭ ହୋଇ ତାହା ଏବେ ଏକ ବିକଶିତ ଭାରତ ପାଇଁ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ । ଆଜି ମଧ୍ୟ ସିକିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ବୋଲି ସେ କହିଥିଲେ ।

ଗତ ନଅ ବର୍ଷ ମଧ୍ୟରେ କର୍ମନିଯୁକ୍ତି ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରୀ ନୀତି ପ୍ରଣୟନ କରାଗଲା । ଆଧୁନିକ ଭିତ୍ତିଭୂମି କ୍ଷେତ୍ର, ଗ୍ରାମୀଣ ବିକାଶ, ଜୀବନର ମୌଳିକ ଆବଶ୍ୟକତା ଗୁଡ଼ିକର ସମ୍ପ୍ରସାରଣ କ୍ଷେତ୍ରରେ ଭାରତ ସରକାରଙ୍କ ପ୍ରତ୍ୟେକ ନୀତି ଯୁବପିଢ଼ି ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ସରକାର ମୌଳିକ ଆବଶ୍ୟକତାକୁ ନେଇ ମୂଳଧନ ବ୍ୟୟ ବାବଦ ପ୍ରାୟ ୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଚଳିତ ବର୍ଷ ବଜେଟରେ ମଧ୍ୟ ଦଶ ଲକ୍ଷ କୋଟି ଟଙ୍କା ଏ ବାବଦ ବ୍ୟୟ ବରାଦ ହୋଇଛି । ଏହି ଖର୍ଚ୍ଚ ଆଧୁନିକ ଭିତ୍ତିଭୂମି ଯଥା ନୂତନ ରାଜ୍ୟ, ବିମାନବନ୍ଦର, ରେଳପଥ ଓ ସେତୁ ଇତ୍ୟାଦି ନିର୍ମାଣ ବାବଦ ଖର୍ଚ୍ଚ ହୋଇଛି । ଏହା ଦେଶରେ ଅନେକ ନୂତନ ନିଯୁକ୍ତି ସୃଷ୍ଟି କରୁଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତର ଗତି ଓ ପାହାଚ ପରେ ପାହାଚ ଆଗେଇବା ସ୍ୱାଧୀନ ଭାରତ ଇତିହାସ ଅଭୂତପୂର୍ବ । ଗତ ନଅ ବର୍ଷ ମଧ୍ୟରେ ୪୦ ହକାର କିଲୋମିଟର ରେଳପଥର ବିଦୁତକରଣ କାର୍ଯ୍ୟ ଶେଷ ହୋଇଛି । ଗତ ସାତ ଦଶନ୍ଧି ମଧ୍ୟରେ ଏହା ପୂର୍ବରୁ ମାତ୍ର ୨୦ ହଜାର କିଲୋମିଟର ବିଦୁତକରଣ ହୋଇଥିଲା । ଦେଶର ମେଟ୍ରୋ ରେଲ ନେଟୱର୍କ ନେଇ ସେ କହିଥିଲେ ଯେ ୨୦୧୪ ପୂର୍ବରୁ ଦେଶରେ ଦିନକୁ ମାତ୍ର ୬୦୦ ମିଟର ମେଟ୍ରୋ ଲାଇନ ବିଛା ଯାଉଥିବା ବେଳେ, ଆଜି ତାହା ଛଅ କିଲୋମିଟର ହୋଇଛି ।

୨୦୧୪ ମସିହା ଆଗରୁ ଦେଶର ୪ ଲକ୍ଷ କିଲୋମିଟର ଗ୍ରାମ୍ୟ ସଡ଼କ ରହିଥିବା ବେଳେ ଆଜି ତାହା ୭.୨୫ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି । ୨୦୧୪ରେ ଦେଶରେ ୭୪ଟି ବିମାନ ବନ୍ଦର ଥିବାବେଳେ ଏହି ସଂଖ୍ୟା ବର୍ତ୍ତମାନ ୧୫୦କୁ ବୃଦ୍ଧି ପାଇଛି । ସେହିପରି ଗତ ନଅ ବର୍ଷ ମଧ୍ୟରେ ଚାରି କୋଟି ବାସଗୃହ ନିର୍ମିତ ହେବା ସହ ଏହା ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଗ୍ରାମାଞ୍ଚଳରେ ୫ ଲକ୍ଷ ସେବା କେନ୍ଦ୍ର ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରୁଛି । ୩୦ ହଜାରରୁ ଅଧିକ ପଂଚାୟତ ଭବନ ନିର୍ମିତ ହେବା ସହ ନଅ କୋଟି ଘର ପରିବାରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଛି । ଏ ସମସ୍ତ ଯୋଜନା ସବୁଆଡ଼େ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ବିଦେଶୀ ପୁଞ୍ଜି ନିବେଶ ହେଉ ବା ଭାରତରେ ରପ୍ତାନୀ ଶକ୍ତି ତାହା ଦେଶରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଗତ ନଅ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର ନିଯୁକ୍ତିରେ ବ୍ୟାପକ ପରିବର୍ତ୍ତନ ଘଟିବା ସହ ଦେଶର ଯୁବାଗୋଷ୍ଠୀ ନିମନ୍ତେ କେତେକ ନୂତନ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଦୃଢ଼ତା ସହ ଏକଥା କହିଥିଲେ ଯେ କେନ୍ଦ୍ର ସରକାର ଏହିସବୁ କ୍ଷେତ୍ରକୁ ନିରବଚ୍ଛିନ୍ନ ସମର୍ଥନ ଦେଉଛନ୍ତି ଓ କିପରି ବିଶ୍ୱରେ ଷ୍ଟାର୍ଟଅପ ବିପ୍ଳବ ସୃଷ୍ଟି ହୋଇଛି ତା’ ଉପରେ ଆଲୋକପାତ କରିଥିଲେ । ଦେଶରେ ୨୦୧୪ ପୂର୍ବରୁ ଷ୍ଟାର୍ଟଅପ ସଂଖ୍ୟା ମାତ୍ର ୧୦୦ ଥିବା ବେଳେ ଆଜି ତାହା ଏକ ଲକ୍ଷରୁ ଅଧିକ ହେବା ସହ ଦଶ ଲକ୍ଷ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଛି ।

ବୈଷୟିକ ଜ୍ଞାନର ବିକାଶ ଆଗ ଅପେକ୍ଷା ଜନସାଧାରଣଙ୍କ ଜୀବନକୁ ଆହୁରି ସୁଗମ କରିଛି । ନାଗରୀଗୁଡ଼ିକରେ ଜୀବନରେଖା ସାଜିଥିବା ଆପଭିତ୍ତିକ ଟ୍ୟାକ୍ସିସେବା, ଦକ୍ଷ ଅନଲାଇନ ସାମଗ୍ରୀ ବିତରଣ ମଧ୍ୟ ନିଯୁକ୍ତି ସୁଯୋଗ ବୃଦ୍ଧି କରିଛି । ଡ୍ରୋନ ଦ୍ୱାରା କୀଟନାଶକ ସିଞ୍ଚନ ଠାରୁ ଆରମ୍ଭ କରି ଔଷଧ ପତ୍ର ଘରେ ପହଂଚାଇବା ଓ ନଗରୀ ଗ୍ୟାସ ବଣ୍ଟନ ବ୍ୟବସ୍ଥା ଯାହା ଆଗରୁ ୬୦ ଥିଲା, ଏବେ ୬୦୦ ନଗରୀରେ କିପରି ପହଂଚି ପାରିଛି ପ୍ରଧାନମନ୍ତ୍ରୀ ସେସବୁର ଉଦାହରଣ ଦେଇଥିଲେ ।

ଗତ ନଅ ବର୍ଷ ମଧ୍ୟରେ ସରକାର ମୁଦ୍ରା ଯୋଜନା ଅଧୀନରେ ୨୩ ଲକ୍ଷ କୋଟିରୁ ଅଧିକ ଋଣ ବଣ୍ଟନ କରିଛନ୍ତି ଯାହା ନାଗରିକମାନଙ୍କୁ ନୂଆ ବ୍ୟବସାୟ ଆରମ୍ଭ କରିବା ଠାରୁ ଟ୍ୟାକ୍ସି କିଣିବା ଓ ନିଜର ମୂଳ ବ୍ୟବସାୟକୁ ସମ୍ପ୍ରସାରଣ କରିବାରେ ସାହାଯ୍ୟ କରିଛି । ମୁଦ୍ରା ଯୋଜନାରେ ଋଣ ନେଇ ଦେଶର ପ୍ରାୟ ଆଠରୁ ନଅ କୋଟି ନାଗରିକ ପ୍ରଥମ ଥର ନିମନ୍ତେ ଉଦ୍ୟୋଗପତି ପାଲଟି ଯାଇଛନ୍ତି । “ଆତ୍ମିନିର୍ଭର ଭାରତ ଅଭିଯାନ ଦେଶରେ ନିର୍ମାଣ ଉପରେ ପର୍ଯ୍ୟବସିତ ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।” ପିଏଲଆଇ ଯୋଜନା ଅଧୀନରେ ସରକାର ନିର୍ମାଣ କ୍ଷେତ୍ରକୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଉଚ୍ଚଶିକ୍ଷା ଓ କୌଶଳ ବିକାଶ ପ୍ରତିଷ୍ଠାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୧୪ରୁ ୨୦୨୨ ମଧ୍ୟରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ନୂତନ ଆଇଆଇଟି ଓ ଆଇଆଇଏମ ତିଆରି ହେଉଛି । ସେ ଆହୁରି କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ପ୍ରତି ସପ୍ତାହରେ ଦେଶରେ ଗୋଟିଏ ବିଶ୍ୱବିଦ୍ୟାଳୟ ଉଦଘାଟିତ ହେଉଥିବା ବେଳେ, ଦୁଇଟି ମହାବିଦ୍ୟାଳୟ କାର୍ଯ୍ୟକାରୀ ହେଉଛି । ୨୦୧୪ ମସିହା ଆଗରୁ ଦେଶରେ ୭୨୦ ବିଶ୍ୱବିଦ୍ୟାଳୟ ଥିବାବେଳେ ତାହା ବର୍ତ୍ତମାନ ୧୧୦୦କୁ ବୃଦ୍ଧି ପାଇଛି । ଦେଶରେ ମେଡିକାଲ ଶିକ୍ଷା ସମ୍ପର୍କରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ ଯେ ଗତ ସାତ ଦଶନ୍ଧି ମଧ୍ୟରେ ଦେଶରେ ସାତଟି ଏମ୍ସ ନିର୍ମିତ ହୋଇଥିବା ବେଳେ, ଗତ ନଅ ବର୍ଷ ମଧ୍ୟରେ ସରକାର ୧୫ଟି ନୂତନ ଏମ୍ସ ବିକଶିତ କରିଛନ୍ତି । ଦେଶରେ ମେଡିକାଲ କଲେଜ ୪୦୦ରୁ ୭୦୦କୁ ବୃଦ୍ଧି ପାଇଥିବା ବେଳେ, ଏମବିବିଏସ ଓ ଏମଡି ସ୍ଥାନ ସଂଖ୍ୟା ପ୍ରାୟ ୮୦ ହଜାରରୁ ୧ ଲକ୍ଷ ୭୦ ହଜାରରୁ ଅଧିକକୁ ବୃଦ୍ଧି ପାଇଛି ।

 

ବିକାଶରେ ଆଇଟିଆଇର ଭୂମିକା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । “ଗତ ନଅ ବର୍ଷ ମଧ୍ୟରେ ପ୍ରତିଦିନ ଗୋଟିଏ ଲେଖାଏଁ ନୂଆ ଆଇଟିଆଇ ସ୍ଥାପିତ ହେଉଛି” । ଦେଶର ଆବଶ୍ୟକତା ଅନୁସାରେ ୧୫ ହଜାର ଆଇଟିଆଇରେ ନୂତନ ପାଠ୍ୟକ୍ରମମାନ ଆରମ୍ଭ କରାଯାଇଛି ଓ ପିଏମ କୌଶଳ ବିକାଶ ଯୋଜନରେ ୧.୨୫ କୋଟି ଯୁବକ ଯୁବତୀଙ୍କୁ କୁଶଳୀ ତାଲିମ ପ୍ରଦାନ କରାଯାଇଛି । ଇପିଏଫଓର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୮-୧୯ ପରେ ୪.୫ କୋଟି ନୂତନ ଆନୁଷ୍ଠାନିକ ଚାକିରି ସୃଷ୍ଟି ହୋଇଥିବା ଇପିଏଫଓ ନିୟମିତ ଦରମା ପ୍ରାପ୍ତକାରୀ କର୍ମଚାରୀ ସୂଚୀ ଦର୍ଶାଉଥିବାରୁ ଆନୁଷ୍ଠାନିକ ଚାକିରି ନିଶ୍ଚିତ ଭାବେ ବୃଦ୍ଧି ପାଇଛି । ଆତ୍ମନିଯୁକ୍ତି ସୁଯୋଗ ମଧ୍ୟ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି ।

ବୈଶ୍ୱିକ କ୍ଷେତ୍ରରେ ଭାରତୀୟ ଶିଳ୍ପ ଓ ବିନିଯୋଗ ସକାରାତ୍ମକତା ଅଭୂତପୂର୍ବ । ତାଙ୍କର ନିକଟରେ ୱାଲମାର୍ଟ ସିଇଓଙ୍କ ସହ ହୋଇଥିବା ବୈଠକର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରୁ ୮୦ ହଜାର କୋଟି ଟଙ୍କା ସାମଗ୍ରୀ ରପ୍ତାନୀ ହେଉଥିବା ସିଇଓଙ୍କ ବିଶ୍ୱାସ ରହିଛି । ରଣନୀତି ଓ ଯୋଗାଣରେ ନିଯୁକ୍ତ ଯୁବପିଢ଼ିଙ୍କ ନିମନ୍ତେ ଏହା ଏକ ବଡ଼ ଖବର । ସେ ତାଙ୍କର ସିଆଇଏସସିଓର ସିଇଓଙ୍କ ସହ ବୈଠକର କଥା ମନେ ପକାଇ କହିଥିଲେ ଯେ ସିଆଇଏସସିଓର ଲକ୍ଷ୍ୟ ୮ ହଜାର କୋଟି ଟଙ୍କା ଜିନିଷ ରପ୍ତାନୀର ଲକ୍ଷ୍ୟ ରହିଛି ଓ ଆପେଲର ସିଇଓ ମଧ୍ୟ ଭାରତରେ ମୋବାଇଲ ନିର୍ମାଣ ଶିଳ୍ପର ସକାରାତ୍ମକ ଦିଗ ରହିଛି ବୋଲି କହିଥିଲେ । ବିଶିଷ୍ଟ ସେମି କଣ୍ଡକ୍ଟର କମ୍ପାନୀ ଏନଏକ୍ସପି ମଧ୍ୟ ଭାରତରେ ସେମି କଣ୍ଡକ୍ଟର ସାମର୍ଥ୍ୟ ନେଇ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛି । ଫକ୍ସକନ ମଧ୍ୟ କେଇ ହଜାର କୋଟି ଟଙ୍କାର ବିନିଯୋଗ ଦେଶରେ କରିଛି ବୋଲି ସେ କହିଥିଲେ । ଆଗାମୀ ସପ୍ତାହରେ ପ୍ରଧାନମନ୍ତ୍ରୀ ବିଶ୍ୱର କେତେକ ପ୍ରମୁଖ ସିଇଓଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଓ ସେମାନେ ଭାରତରେ ପୁଞ୍ଜି ବିନିଯୋଗ ନିମନ୍ତେ ପ୍ରସ୍ତୁତ । ଏସବୁ ବିଷୟ ଦେଶର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ ନୂତନ ଭାବେ ନିଯୁକ୍ତି ପାଇଥିବା ଯୁବଗୋଷ୍ଠୀର ଦେଶ ବିକାଶ ମହାଯଜ୍ଞରେ ଭୂମିକା ଓ ଆଗାମୀ ୨୫ ବର୍ଷରେ ସଂକଳ୍ପକୁ ସାକାର କରିବା ଉପରେ କହିଥିଲେ । ପ୍ରଧାନମନ୍ତ୍ରୀ ନବନିଯୁକ୍ତମାନଙ୍କୁ ଏହି ସୁଯୋଗର ଉପଯୋଗ କରିବା ସହ କର୍ମଯୋଗୀ ମୋଡୁଲ ଭଳି ଅନଲାଇନ ପ୍ଲାଟଫର୍ମ ଦ୍ୱାରା ନିଜର କୌଶଳ ବିକାଶ ନିମନ୍ତେ ପରାମର୍ଶ ଦେଇଥିଲେ ।

 

ପୃଷ୍ଠଭୂମି-

ରୋଜଗାର ମେଳା ଦେଶବ୍ୟାପୀ ୪୫ଟି ସ୍ଥାନରେ ହେଉଥିବା ବେଳେ କେନ୍ଦ୍ର ସରକାରୀ ବିଭାଗ ଓ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହି ପଦକ୍ଷେପରେ ସହାୟତା କରୁଛନ୍ତି । ଦେଶବ୍ୟାପୀ ନବନିଯୁକ୍ତମାନେ ଦେଶର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହେବେ । ସେଗୁଡ଼ିକ ମଧ୍ୟରେ ଗ୍ରାମୀଣ ଡାକ ସେବକ, ଡାକ ନିରୀକ୍ଷକ, କମର୍ସିଆଲ କମ ଟିକେଟ କ୍ଲର୍କ, ଜୁନିଅର କ୍ଲର୍କ ଓ ଟାଇପିଷ୍ଟ, ଜୁନିଅର ଆକାଉଣ୍ଟସ କ୍ଲର୍କ, ଟ୍ରାକ ମେଣ୍ଟେନର, ସହକାରୀ ଅନୁଭାଗ ଅଧିକାରୀ, ଏଲଡିସି, ଏସଡିଓ, ଟିକସ ସହକାରୀ, ସହକାରୀ ଏନଫୋର୍ସମେଣ୍ଟ ଅଧିକାରୀ, ନିରୀକ୍ଷକ, ସେବିକା ଅଧିକାରୀ, ସହକାରୀ ସୁରକ୍ଷା ଅଧିକାରୀ, ଆଗ୍ନିକ, ସହକାରୀ ଲେଖା ଅଧିକାରୀ, ସହକାରୀ ସମୀକ୍ଷା ଅଧିକାରୀ, ଡିଭିଜନାଲ ଏକାଉଣ୍ଟାଣ୍ଟ, ସମୀକ୍ଷକ, କନେଷ୍ଟବଲ, ହେଡ୍ କନେଷ୍ଟବଲ, ସହକାରୀ ଦୁର୍ଗପତି, ଅଧ୍ୟକ୍ଷ, ତାଲିମ ସ୍ନାତକ ଶିକ୍ଷକ, ସହକାରୀ ପଞ୍ଜିକାର, ସହକର୍ମୀ ଅଧ୍ୟାପକ ଇତ୍ୟାଦି ଅନ୍ତର୍ଭୁକ୍ତ ।

ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ରୋଜଗାର ମେଳା ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ତଥା ଯୁବଗୋଷ୍ଠୀର ସଶକ୍ତୀକରଣ ଓ ଦେଶ ବିକାଶରେ ଯୋଜନାର ଏକ ଉତ୍ପ୍ରେରକ ସଦୃଶ ।

ନବନିଯୁକ୍ତକଗଣ ନିଜକୁ ଅଧିକ କୁଶଳୀ କରିବା ନିମନ୍ତେ କର୍ମଯୋଗୀ ପ୍ରାରମ୍ଭର ସୁଯୋଗ ନେଇପାରିବେ । ଏହା ଅନଲାଇନ ବିଭିନ୍ନ ସରକାରୀ ବିକାଶରେ ନିଜକୁ ଖାପଖୁଆଇବା ନିମନ୍ତେ ଏକ ଅନଲାଇନ ପାଠ୍ୟକ୍ରମ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.