ଭବିଷ୍ୟତର ଯେକୌଣସି ମହାମାରୀରୁ ବିଶ୍ୱକୁ ସୁରକ୍ଷା କବଚ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
କରୋନା ମହାମାରୀ ସମୟରେ ଡିଜିଟାଲ ପ୍ରଯୁକ୍ତି ଲୋକମାନଙ୍କୁ ସହ୍ୟ କରିବା, ଅନ୍ୟ ସଂହିତ ସଂଯୋଗ ସ୍ଥାପନ କରିବା ଏବଂ ପରସ୍ପରଙ୍କୁ ସମବେଦନା ଜଣାଇବାରେ ବିଶେଷ ସହାୟକ ହୋଇଛି: ପ୍ରଧାନମନ୍ତ୍ରୀ
ବିଚ୍ୟୁତିକୁ ଦୁର୍ଯୋଗ ବୋଲି ଭାବିବା ଅନୁଚିତ, ଆମକୁ ମରାମତି ଓ ପ୍ରସ୍ତୁତି ଭଳି ଦୁଇଟି ଭିତ୍ତିଭୂମି ଉପରେ ଦୃଷ୍ଟି ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
ଆମ ବିଶ୍ୱ ଏବେ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକୁ ସାମୂହିକ ମନୋଭାବ ଏବଂ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଜରିଆରେ ମୁକାବିଲା କରାଯାଇପାରିବ: ପ୍ରଧାନମନ୍ତ୍ରୀ
କରୋନା ମହାମାରୀ କେବଳ ଆମର ସହନଶୀଳତାର ଏକ ପରୀକ୍ଷା ନୁହେଁ, ଅପରନ୍ତୁ ଆମର ଚିନ୍ତନର ମଧ୍ୟ ଏହା ଏକ ମହା ପରୀକ୍ଷା ଯଦ୍ୱାରା ଆମେ ଭବିଷ୍ୟତ ପାଇଁ କେତେ ସମାବେଶୀ, ଯତ୍ନଶୀୟ ଓ ପୋଷଣୀୟ ବିକାଶ କରିପାରିବା :ପ୍ରଧାନମନ୍ତ୍ରୀ
ଭାରତ ହେଉଛି ବିଶ୍ୱର ସର୍ବାଧିକ ଷ୍ଟାର୍ଟ ଅପ୍‍ ଇକୋ ସିଷ୍ଟମର ଭୂମି, ଅଭିନବତ୍ୱ ସୃଷ୍ଟିକାରୀ ଏବଂ ନିବେଶକମାନେ ଯାହା ଚାହାନ୍ତି ସେସବୁ ଭାରତରେ ମହଜୁଦ ରହିଛି: ପ୍ରଧାନମନ୍ତ୍ରୀ
ଭାରତରେ ପାଞ୍ଚଟି ପ୍ରମୁଖ ଖୁଣ୍ଟ - ପ୍ରଜ୍ଞା, ବଜାର, ପୁଂଜି, ଅନୁକୂଳ ବାତାବରଣ ଏବଂ ଉନ୍ମୁକ୍ତତାର ସଂସ୍କୃତି ଆଧାରରେ ନିବେଶ କରିବା ସକାଶେ ମୁଁ ସମଗ୍ର ବିଶ୍ୱକୁ ଆହ
ଭିଭା ଟେକ୍‍ର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମୋଡ଼ରେ ଭିଭା ଟେକ୍‍ର ପଞ୍ଚମ ସଂସ୍କରଣ ସମାରୋହରେ ଉଦ୍‍ବୋଧନ ଦେଇଛନ୍ତି । ଭିଭା ଟେକ ୨୦୨୧ରେ ସମ୍ମାନନୀୟ ଅତିଥି ଭାବେ ଆମନ୍ତ୍ରିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ମୁଖ୍ୟ ଭାଷଣ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଭିଭା ଟେକ୍‍ ୟୁରୋପର ସର୍ବବୃହତ୍‍ ଡିଜିଟାଲ ଏବଂ ଷ୍ଟାର୍ଟ ଅପ୍‍ ସମାରୋହମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ୨୦୧୬ ମସିହା ଠାରୁ ଏହି ସମ୍ମିଳନୀ ପ୍ରତିବର୍ଷ ପ୍ୟାରିସଠାରେ ଅନୁଷ୍ଠିତ ହୋଇଆସୁଛି ।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ ଏବଂ ଫ୍ରାନ୍ସ ଅନେକ କ୍ଷେତ୍ରରେ କାନ୍ଧକୁ କାନ୍ଧ ମିଳାଇ ଘନିଷ୍ଠତାର ସହ କାର୍ଯ୍ୟ କରି ଆସୁଛନ୍ତି । ସେହିସବୁ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରଯୁକ୍ତି ଏବଂ ଡିଜିଟାଲ କ୍ଷେତ୍ର ହେଉଛି ସବୁଠାରୁ ଅଧିକତର ପ୍ରଗତି ପରିଲକ୍ଷିତ ହୋଇଥିବା ସହଯୋଗର କ୍ଷେତ୍ର । ଏହା ସମୟର ଆହ୍ୱାନ ଯେ ଏପରି କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବା ଆବଶ୍ୟକ । ତଦ୍ୱାରା କେବଳ ଆମ ଦୁଇ ରାଷ୍ଟ୍ରର ନୁହେଁ ସାମଗ୍ରିକ ଭାବେ ସମଗ୍ର ବିଶ୍ୱ ଏଥିରୁ ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୂଚାଇଥିଲେ ଯେ ଇନ୍‍ଫୋସିସ୍‍ ଏବେ ଫରାସୀ ଓପନ୍‍ ଟୁର୍ଣ୍ଣାମେଣ୍ଟ ସକାଶେ ପ୍ରଯୁକ୍ତିଗତ ସହାୟତା ଯୋଗାଇ ଦେଉଛି ଏବଂ ଏଥିରେ ଆଟୋସ୍‍, କାପଜେମିନୀ ଭଳି ଫରାସୀ କମ୍ପାନୀ ଏବଂ ଟିସିଏସ ଓ ୱିପ୍ରୋ ଭଳି ଭାରତୀୟ କମ୍ପାନୀମାନେ ସହଯୋଗ ଯୋଗାଇ ଦେବାରେ ମଧ୍ୟ ସାମିଲ ଅଛନ୍ତି । ଦୁଇ ରାଷ୍ଟ୍ରର ଏହିସବୁ ଆଇଟି ଟାଲେଣ୍ଟ୍‍ ସମଗ୍ର ବିଶ୍ୱର ବିଭିନ୍ନ କମ୍ପାନୀ ତଥା ନାଗରିକମାନଙ୍କୁ ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଯେଉଁଠାରେ ପରମ୍ପରା ବିଫଳ ହୁଏ ସେଠାରେ ଅଭିନବତ୍ୱ ହିଁ କାର୍ଯ୍ୟକ୍ଷମ ଓ ସହାୟକ ହୋଇଥାଏ । କରୋନା ମହାମାରୀ ସମୟରେ ଡିଜିଟାଲ ପ୍ରଯୁକ୍ତି ବିଭିନ୍ନ ପରିସ୍ଥିତି ସହିତ ଉପଯୁକ୍ତ ତାଳମେଳ ରକ୍ଷା, ସଂଯୋଗରେ ରହିବା ଏବଂ ଅନ୍ୟମାନଙ୍କୁ ଉପଶମ ତଥା ସମବେଦନା ପ୍ରଦାନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଭାରତର ବୈଶ୍ୱିକ ଏବଂ ଅଭିନବ ବାୟୋମେଟ୍ରିକ୍‍ ଡିଜିଟାଲ ପରିଚୟ ବ୍ୟବସ୍ଥା - ଆଧାର – ଗରିବ ଲୋକମାନଙ୍କୁ ଉପଯୁକ୍ତ ସମୟରେ ଆର୍ଥିକ ସହାୟତା ଯୋଗାଇ ଦେବାରେ ବେଶ୍‍ ଉପକାରସିଦ୍ଧ ବୋଲି ପ୍ରମାଣିତ ହୋଇଛି । “ଆମେ ଏହି ମହାମାରୀ କାଳରେ ଦେଶର ୮୦୦ ନିୟୁତ ଲୋକଙ୍କୁ ମାଗଣାରେ ଖାଦ୍ୟାନ୍ନ ଯୋଗାଇ ପାରିଛୁ ଏବଂ ଅନେକ ପରିବାରଙ୍କୁ ରନ୍ଧନ ଇନ୍ଧନରେ ସବସିଡ଼ି ମଧ୍ୟ ଯୋଗାଇ ଦେଇଛୁ । ଆମେ ଭାରତରେ ଦୁଇଟି ସରକାରୀ ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ – ସ୍ୱୟମ୍‍ ଏବଂ ଦୀକ୍ଷା – ଖୁବ୍‍ କମ୍‍ ସମୟ ଭିତରେ କାର୍ଯ୍ୟକାରୀ କରିପାରିଛୁ ଯଦ୍ୱାରା ଏହା ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଭାବେ ସହାୟକ ହୋଇପାରିଛି” ବୋଲି ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରୋନା ମହାମାରୀ କାଳରେ ମୁଣ୍ଡ ଟେକିଥିବା ବିଭିନ୍ନ ପ୍ରକାର ଚାଲେଞ୍ଜର ମୁକାବିଲା କରିବା ଦିଗରେ ଷ୍ଟାର୍ଟ ଅପ୍‍ ସେକ୍ଟରର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେହିଭଳି ପିପିଇ କିଟ୍‍, ମାସ୍କ, ଟେଷ୍ଟିଂ କିଟ୍‍ ଇତ୍ୟାଦିର ଚାହିଦା ପୂରଣ ନିମନ୍ତେ ଘରୋଇ କ୍ଷେତ୍ର ମଧ୍ୟ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ କହିଥିଲେ । ଡାକ୍ତରମାନେ ଟେଲି ମେଡ଼ିସିନ୍‍ ବ୍ୟବସ୍ଥାକୁ ବ୍ୟାପକ ଭାବେ ଗ୍ରହଣ କରିଥିଲେ ଯଦ୍ୱାରା ଅନେକ କୋଭିଡ଼୍‍ ଏବଂ ଅଣ କୋଭିଡ଼୍‍ ପ୍ରସଙ୍ଗକୁ ଭର୍ଚୁଆଲ୍‍ ମୋଡ଼ରେ ହିଁ ସମାଧାନ କରାଯାଇ ପାରିଥିଲା । ଭାରତରେ ଏବେ ଦୁଇଟି କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି ଏବଂ ଆହୁରି ଅନେକ ଟିକା ବିକାଶମୂଳକ ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ପ୍ରଧାନମନ୍ତ୍ରୀ ସୂଚୀତ କରିଥିଲେ ଯେ ନିଜସ୍ୱ ଆଇଟି ପ୍ଲାଟ୍‍ଫର୍ମ, ଆରୋଗ୍ୟ ସେତୁ ଜରିଆରେ କଣ୍ଟାକ୍ଟ ଟ୍ରେସିଂକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି । କୋୱିନ୍‍ ଡିଜିଟାଲ ପ୍ଲାଟଫର୍ମ ମଧ୍ୟ ଦେଶର କୋଟି କୋଟି ଲୋକଙ୍କୁ ଟିକାକରଣ କରିବାରେ ସକ୍ଷମ ହୋଇପାରିଛି । 

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ହେଉଛି ବିଶ୍ୱର ସର୍ବାଧିକ ଷ୍ଟାର୍ଟ ଅପ୍‍ ଇକୋ ସିଷ୍ଟମର ଆବାସସ୍ଥଳୀ । ନିକଟ ଅତୀତରେ ଅନେକ ୟୁନିକର୍ଣ୍ଣ ସଂସ୍ଥା ଏଠାରେ ଆରମ୍ଭ ହୋଇଛି । ଭାରତ ଅଭିନବତ୍ୱରେ ପ୍ରୟାସୀ ତଥା ନିବେଶକମାନଙ୍କ ପାଇଁ ସଦାବେଳେ ଅନୁକୂଳ ବାତାବରଣ ପ୍ରଦାନ କରିଥାଏ ଏବଂ ଏବେ ସେମାନଙ୍କୁ ଦେଶକୁ ଆମନ୍ତ୍ରଣ ଜଣାଉଛି । ସେମାନେ ଆବଶ୍ୟକ କରୁଥିବା ସକଳ ପ୍ରକାର ସାଧନ ଏଠାରେ ଉପଲବ୍ଧ ଏବଂ ସେମାନଙ୍କୁ ଯୋଗାଇ ଦିଆଯିବ । ତେଣୁ ସମଗ୍ର ବିଶ୍ୱ ଭାରତରେ ନିବେଶ ପାଇଁ ଆଗେଇ ଆସନ୍ତୁ । ଭାରତରେ ସେମାନଙ୍କୁ ପାଞ୍ଚଟି ସ୍ତମ୍ଭ ଉପରେ ଆଧାରିତ ପ୍ରଜ୍ଞା, ବଜାର, ପୁଂଜି, ବାତାବରଣ ଏବଂ ମୁକ୍ତ ସଂସ୍କୃତି ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଭାରତର ପ୍ରଜ୍ଞା ଭଣ୍ଡାର, ମୋବାଇଲ୍‍ ଫୋନ୍‍ର ବ୍ୟାପ୍ତି ଏବଂ ୭୭୫ ନିୟୁତ ଇଣ୍ଟରନେଟନ୍‍ ବ୍ୟବହାରକାରୀ, ବିଶ୍ୱରେ ସର୍ବାଧିକ ଏବଂ ଶସ୍ତା ଡାଟା ଉପଯୋଗ ତଥା ସର୍ବାଧିକ ସାମାଜିକ ଗଣମାଧ୍ୟମ ହେଉଛି ଭାରତର ସାମର୍ଥ୍ୟ । ତେଣୁ ନିବେଶକମାନେ ଏହାର ସଦୁପଯୋଗ କରିବା ନିମନ୍ତେ ଏଠାକୁ ଆସିବାକୁ ସେ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ବ୍ୟାଖ୍ୟା କରି କହିଥିଲେ ଯେ ସରକାରୀ ଅତ୍ୟାଧୁନିକ ଡିଜିଟାଲ ସଂସାଧନର ପ୍ରୟାସ, ପାଞ୍ଚଶହ ତେଇଶ ହଜାର କିଲୋମିଟର ଦୀର୍ଘ ଫାଇବର ଅପ୍ଟିକ୍‍ ନେଟୱାର୍କ ଲିଙ୍କ୍‍ ହେଉଛି ଭାରତର ସାମର୍ଥ୍ୟ । ସେହିଭଳି ୧୫୬ ହଜାର ଗ୍ରାମ ପରିଷଦ, ସରକାରୀ ୱାଇଫାଇ ନେଟୱାର୍କ ସାରା ଦେଶରେ ବିଛେଇ ହୋଇ ରହିଛି । ତେଣୁ ଭାରତରେ ଏବେ ଅଭିନବତ୍ୱର ଅଭିନବ ବାତାବରଣ ଭରପୂର ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ଦେଶର ସାତ ହଜାର ପାଞ୍ଚଶହ ବିଦ୍ୟାଳୟରେ ଅତ୍ୟାଧୁନିକ ଅଭିନବ ବିଜ୍ଞାନାଗାର ରହିଛି ଯାହାକି ଅଟଳ ଇନୋଭେସନ୍‍ ମିଶନ୍‍ ଅଧୀନରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ । 

ବିଗତ ବର୍ଷମାନଙ୍କରେ ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ବିଚ୍ୟୁତି ପରିଲକ୍ଷିତ ହୋଇଛି ସେ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଚ୍ୟୁତିକୁ କେବେ ବିଷାଦ ବୋଲି ଆମେ ଗ୍ରହଣ କରିବା ଅନୁଚିତ । ବରଂ, ମରାମତି ଏବଂ ପ୍ରସ୍ତୁତି ଭଳି ଦୁଇଟି ଆଧାର ଉପରେ ଆମେ ଅଧିକ ଗୁରୁତ୍ୱ ଆରୋପ କରିବା ଆବଶ୍ୟକ । “ ଗତବର୍ଷ ଏହି ସମୟରେ, ସମଗ୍ର ବିଶ୍ୱ ଗୋଟିଏ ପ୍ରତିଷେଧକ ଟିକା ପାଇଁ ଚାତକ ଭଳି ଚାହିଁ ରହିଥିଲା । ଆଜି, ଆମ ନିକଟରେ କେତେଗୁଡ଼ିଏ ପ୍ରତିଷେଧକ ଟିକା ଉପଲବ୍ଧ ହୋଇସାରିଛି । ସେହିଭଳି ଆମେ ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଆମର ଅର୍ଥନୀତିକୁ ମଧ୍ୟ ସଜାଡ଼ିବା ଜାରି ରଖିବା ଆବ୍ୟାକ । ଭାରତରେ ଆମେ ବିଭିନ୍ନ କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛୁ । ତାହା ଖନନ କ୍ଷେତ୍ରରେ ହୋଇଥାଉ କିମ୍ବା ମହାକାଶ, ବ୍ୟାଙ୍କିଙ୍ଗ୍‍, ଆଣବିକ ଶକ୍ତି ଓ ଆହୁରି ଅନେକ କ୍ଷେତ୍ରରେ । ଏହା ସୂଚୀତ କରେ ଯେ ଭାରତ ଏଭଳି ଏକ ରାଷ୍ଟ୍ର ଯାହା ସବୁପ୍ରକାର ପରିସ୍ଥିତି ସହ ନିଜକୁ ଖାପ ଖୁଆଇପାରେ ଏବଂ ସଦାବେଳେ ସତର୍କ ରହିଥାଏ । ଏପରିକି ମହାମାରୀର ପ୍ରଭାବ ଜାରି ରହିଥିବାବେଳେ ସୁଦ୍ଧା” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । 

ଆମର ବିଶ୍ୱକୁ ଭବିଷ୍ୟତର ଯେକୌଣସି ମହାମାରୀ କବଳରୁ ସୁରକ୍ଷିତ ରଖିବା ନିମନ୍ତେ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆମେ ପୋଷଣୀୟ ଜୀବନଶୈଳୀ ଉପରେ ଅଧିକ ପ୍ରାଧାନ୍ୟ ଦେବା ଉଚିତ ଯଦ୍ୱାରା ଯେକୌଣସି ପ୍ରକାର ପ୍ରାକୃତିକ ବିଭବର ଅବନତି ଘଟିବନାହିଁ ଏବଂ ତାହାକୁ ରୋକାଯାଇପାରିବ । ଏଥିପାଇଁ ଆବଶ୍ୟକ ଗବେଷଣା ଏବଂ ଅଭିନବତ୍ୱରେ ସମସ୍ତେ ସହଯୋଗର ହାତ ବଢ଼ାଇବା ଓ ଏହାକୁ ସୁଦୃଢ଼ କରିବା ଉଚିତ । ଏହି କାର୍ଯ୍ୟ ନିମନ୍ତେ ଷ୍ଟାର୍ଟ ଅପ୍‍ ଗୋଷ୍ଠୀ ନେତୃତ୍ୱ ନେବା ସକାଶେ ସାମୂହିକ ଭାବନା ଏବଂ ମାନବକୈନ୍ଦ୍ରିକ ଆଭିମୁଖ୍ୟ ନେଇ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଫଳରେ ସସସ୍ତ ପ୍ରକାର ଚାଲେଞ୍ଜକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଥିଲେ । “ଷ୍ଟାର୍ଟ ଅପ୍‍ କ୍ଷେତ୍ରରେ ଯୁବଶକ୍ତିଙ୍କ ପ୍ରାଧାନ୍ୟ ରହିଛି । ସେମାନେ ସେହି ବର୍ଗର ଯେଉଁମାନଙ୍କ କାନ୍ଧରେ ଅତୀତର ବୋଝ ନଥାଏ । ବୈଶ୍ୱିକ ପରିବର୍ତ୍ତନ ନିମନ୍ତେ ଶକ୍ତି ଯୋଗାଣ ନିମନ୍ତେ ସେମାନେ ହିଁ ସବୁଠାରୁ ଉପଯୁକ୍ତ ସ୍ଥାନରେ ଆସୀନ । ତେଣୁ ଆମର ଷ୍ଟାର୍ଟ ଅପ୍‍ମାନେ ସ୍ୱାସ୍ଥ୍ୟସେବା, ପରିବେଶ ଅନୁକୂଳ ପ୍ରଯୁକ୍ତି ଯେଉଁଥିରେ ବର୍ଜ୍ୟ ପୁନଃଚକ୍ରଣ, କୃଷି, ନୂତନ ପିଢ଼ିର ଅଧ୍ୟୟନ ଉପକରଣ ଆଦି ସାମିଲ ଭଳି କ୍ଷେତ୍ରରେ ଅଧିକ ଅନୁସନ୍ଧାନ ଜାରି ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । 

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ କହିଥିଲେ ଯେ ଫ୍ରାନ୍ସ ଏବଂ ୟୁରୋପ ହେଉଛନ୍ତି ଭାରତର ପ୍ରମୁଖ ସହଯୋଗୀ । ମେ ମାସରେ ପୋର୍ଟୋଠାରେ ୟୁରୋପୀୟ ସଂଘର ଶିଖର ବୈଠକ ବେଳେ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ତାଙ୍କର ହୋଇଥିବା ବାର୍ତ୍ତାଳାପ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ସହଭାଗୀତା, ତାହା ଷ୍ଟାର୍ଟ ଅପ୍‍ଠାରୁ ନେଇ କ୍ୱାଣ୍ଟମ କମ୍ପୁଟିଂ ପର୍ଯ୍ୟନ୍ତ ପ୍ରମୁଖ କ୍ଷେତ୍ର ଭାବେ ମୁଣ୍ଡ ଟେକିଛନ୍ତି । “ଇତିହାସ ପ୍ରମାଣିତ କରିଛି ଯେ ନୂତନ ପ୍ରଯୁକ୍ତିର ନେତୃତ୍ୱ ହିଁ ଆର୍ଥିକ ସାମର୍ଥ୍ୟ, କର୍ମନିଯୁ୍‍ତି ଏବଂ ସମୃଦ୍ଧିକୁ ପରିଚାଳିତ କରିଥାଏ । କିନ୍ତୁ ଆମର ସହଭାଗୀତା ଏହାଠାରୁ ଅଧିକ ବ୍ୟାପକ ଉଦ୍ଦେଶ୍ୟ ସାଧନ କରିବା ଉଚିତ ଏବଂ ତାହା ହେଲା ସମଗ୍ର ମାନବଜାତିର ସେବା । ଏହି ବୈଶ୍ୱିକ ମହାମାରୀ କେବଳ ଆମର ସହନଶୀଳତାର ଏକ ପରୀକ୍ଷା ନୁହେଁ, ବରଂ ଆମର କଳ୍ପନାର ମଧ୍ୟ ଏକ ପରୀକ୍ଷାର ଅବସର । ସମସ୍ତଙ୍କ ପାଇଁ ଏକ ସମାବେଶୀ, ଯତ୍ନଶୀଳ ଓ ପୋଷଣୀୟ ଭବିଷ୍ୟତ ଗଠନ କରିବା ନିମନ୍ତେ ଏହା ଏକ ଅପୂର୍ବ ସୁଯୋଗ” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷରେ ମତ ପୋଷଣ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to brave soldiers on Kargil Vijay Diwas
July 26, 2026

Prime Minister Shri Narendra Modi today stated that on Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India.

The Prime Minister noted that their valour in the face of the most formidable conditions will forever remain a source of national pride. He observed that their unwavering patriotism and devotion to duty will continue to inspire generations.

In a post on X, the Prime Minister shared:

"On Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India. Their valour in the face of the most formidable conditions will forever remain a source of national pride. Their unwavering patriotism and devotion to duty will continue to inspire generations."