ସେୟାର
 
Comments
“ଭୂମିକମ୍ପରେ ହୋଇଥିବା ଧ୍ୱଂସଲୀଳାକୁ ପଛରେ ପକାଇ ଭୁଜ ଓ କଚ୍ଛବାସୀ ସେମାନଙ୍କ ଅଞ୍ଚଳ ନିମନ୍ତେ କଠିନ ପରିଶ୍ରମ ବଳରେ ନୂତନ ଭାଗ୍ୟର ଫର୍ଦ୍ଧ ଯୋଡୁଛନ୍ତି”
“ଉନ୍ନତ ସ୍ୱାସ୍ଥସେବା କେବଳ ରୋଗର ଉପଚାର ପାଇଁ ନୁହେଁ, ବରଂ ଏହା ସାମାଜିକ ନ୍ୟାୟକୁ ପ୍ରୋତ୍ସାହନ ଦେଇଥାଏ”
“ଯେତେବେଳେ ଗରିବଙ୍କୁ ସକ୍ତା ଓ ଉତ୍କୃଷ୍ଠ ଉପଚାର ମିଳିଥାଏ, ତାର ବ୍ୟବସ୍ଥା ପ୍ରତି ବିଶ୍ୱାସ ଦୃଢ ହୋଇଥାଏ । ସେମାନେ ଉପଚାର ବାବଦ ଖର୍ଚ୍ଚରୁ ମୁକ୍ତି ପାଇଲେ କଠିନ ପରିଶ୍ରମ କରି ସଂକଳ୍ପବଦ୍ଧ ଭାବେ ଦାରିଦ୍ର‌୍ୟରୁ ବର୍ତ୍ତିଯିବା ପାଇଁ ଲାଗିପଡନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଆଜି ଗୁଜରାଟର ଭୁଜଠାରେ କେକେ ପଟେଲ ସୁପର ସ୍ପେଶିଆଲିଟି ହସ୍‌ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭୁଜ୍‌ର କୁଚିଲିଭା ପଟେଲ ସମାଜ ଦ୍ୱାରା ଏହି ହସ୍‌ପିଟାଲ ନିର୍ମାଣ କରାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭୁଜ ଓ କଚ୍ଛର ଜନସାଧାରଣ ଭୂମିକମ୍ପର ଧ୍ୱଂସଲୀଳାକୁ ପଛରେ ପକାଇ କଠିନ ପରିଶ୍ରମ ବଳରେ ନିଜ ଅଂଚଳର ଭାଗ୍ୟର ନୂତନ ପୃଷ୍ଠା ଲେଖିଥିବାରୁ ତାହାର ପ୍ରଶଂସା କରିଥିଲେ । “ଆଜି ଅନେକ ଆଧୁନିକ ଡାକ୍ତରୀ ଚିକିତ୍ସା ସୁବିଧା ଏହି ଅଞ୍ଚଳରେ ଉପଲବ୍ଧ । ଏହାର ପରିଣାମ ସ୍ୱରୂପ ଆଜି ଭୁଜ୍‌ରେ ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ସ୍ଥାପିତ ହୋଇଛି” ବୋଲି ସେ କହିଥିଲେ ।

ଏହା ସେହି ଅଞ୍ଚଳରେ ପ୍ରଥମ ଦାତବ୍ୟ ସୁପରସ୍ପେସିଆଲଟି ହସ୍‌ପିଟାଲ ଯାହା କଚ୍ଛ ଅଞ୍ଚଳବାସୀଙ୍କ ସମେତ ଲକ୍ଷ୍ ଲକ୍ଷ ସୈନିକ, ଅର୍ଦ୍ଧ ସାମରିକ କର୍ମଚାରୀ, ବ୍ୟବସାୟୀ ଇତ୍ୟାଦିଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଗ୍ୟାରେଂଟି ଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା କେବଳ ରୋଗ ଉପଚାର ପାଇଁ ନୁହେଁ, ତାହା ସାମାଜିକ ନ୍ୟାୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । “ଯେତେବେଳେ ଶସ୍ତା ଓ ଉତ୍କୃଷ୍ଟ ଉପଚାର ଗରିବକୁ ଉପଲବ୍ଧ ହୁଏ ତାର ବ୍ୟବସ୍ଥା ପ୍ରତି ବିଶ୍ୱାସ ମଧ୍ୟ ସୁଦୃଢ ହୋଇଥାଏ । ସେମାନେ ଚିକିତ୍ସା ପାଇଁ ଖର୍ଚ୍ଚରୁ ମୁକ୍ତି ପାଇଲେ ଅଧିକ ସଂକଳ୍ପ ଓ ପରିଶ୍ରମ ବଳରେ ଦାରିଦ୍ର‌୍ୟର ତାଡନାରୁ ମଧ୍ୟ ମୁକ୍ତି ପାଇଥାନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଗତ ବର୍ଷଗୁଡିକରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସମସ୍ତ ଯୋଜନା ଏହି ଚିନ୍ତାଧାରାକୁ ଆଖି ଆଗରେ ରଖି ତ୍ୱରାନ୍ୱିତ କରାଯାଇଛି ।

ଜନ ଔଷଧୀ ଯୋଜନାରେ ଆୟୁଷ୍ମାନ ଭାରତ ଯୋଜନା ପ୍ରତିବର୍ଷ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀୟ ଲୋକମାନଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ବଂଚାଇବାରେ ସହାୟକ ହୋଇଛି । ସ୍ୱାସ୍ଥ୍ୟ  ସୁଧାରକେନ୍ଦ୍ର ଏବଂ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନା ସମସ୍ତଙ୍କୁ ଉପଚାର ସୁବିଧା ଯୋଗାଇବାରେ ବେଶ ସାହାଯ୍ୟ କରିଛି । 

ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟମିଶନ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ସମ୍ପ୍ରସାରିତ କରୁଛି । ଆଧୁନିକ ଓ ଜଟିଳ ସ୍ୱାସ୍ଥ୍ୟଯତ୍ନ ଭିତ୍ତିଭୂମି ଆୟୁଷ୍ମାନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ ଜିଲ୍ଲାସ୍ତରରେ ଆରମ୍ଭ କରାଯାଇ ଏବେ ବ୍ଲକ ସ୍ତରରେ ତ୍ୱରାନ୍ୱିତ ହେଉଛି । ପ୍ରତ୍ୟେକ ଜିଲ୍ଲାରେ ହସପିଟାଲ ମାନ ନିର୍ମିତ ହେଉଛି । ମେଡିକାଲ କଲେଜ ମାନ ସମ୍ପ୍ରସାରଣ ହେଉଛି ଓ ଦେଶ ଆଗାମୀ ଦଶବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଡାକ୍ତର ପାଇବାର ସମ୍ଭାବନା ମଧ୍ୟ ରହିଛି ।

ଗୁଜରାଟୀରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏପରି ପରିସ୍ଥିତି ଉପୁଜିଛି ଯେ ମୁଁ କଚ୍ଛକୁ ଛାଡି ପାରିବ ନାହିଁ କି କଚ୍ଛ ମତେ ।” ସେ ଗୁଜରାଟରେ ନିକଟରେ ଡାକ୍ତରୀ ଶିକ୍ଷାର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଆଜି ନଅଟି ଏମ୍ସ, ତିନି ଡଜନରୁ ଅଧିକ ମେଡିକାଲ କଲେଜ ଯାହାକି ଆଗଠାରୁ ନଅଟି ଅଧିକ ହୋଇଛି । ମେଡିକାଲ ସିଟ୍ ୧୧୦୦ରୁ ଛଅହଜାରକୁ ବୃଦ୍ଧି ପାଇଛି । ରାଜକୋଟ ଏମ୍ସ କାର୍ଯ୍ୟକ୍ଷମ ହୋଇଛି । ଅହମ୍ମଦାବାଦର ସିଭିଲ ହସ୍‌ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ୧୫୦୦ସିଟ୍‌ର ଭିତ୍ତିଭୂମି ସୃଷ୍ଟି କରାଯାଇଛି । ହୃଦରୋଗ ଓ ଡାଏଲେସିସ୍ ପାଇଁ ସୁବିଧା ଅଧିକ କରାଯାଇଛି ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରିବା ସହ ସ୍ୱଚ୍ଛତା, ବ୍ୟାୟାମ ଓ ଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ସେ ମଧ୍ୟ ଉତ୍ତମ ଖାଦ୍ୟ, ସ୍ୱଚ୍ଛ ଜଳ ଓ ପୌଷ୍ଟିକତାର ଗୁରୁତ୍ୱ ଉପରେ ବୁଝାଇଥିଲେ । କଚ୍ଛ ଅଞ୍ଚଳରେ ଯୋଗଦିବସକୁ ବିଶେଷଭାବେ ପାଳନ କରିବାକୁ ସେ  ପରାମର୍ଶ ଦେଇଥିଲେ । ସେ ମଧ୍ୟ ପଟେଲ ସମ୍ପ୍ରଦାୟକୁ ବିଦେଶରେ କଚ୍ଛ ଉତ୍ସବ ଆୟୋଜନ କରି ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାକୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ

ଲୋକପ୍ରିୟ ଅଭିଭାଷଣ

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ
Agnipath Scheme is a game changer for rural women

Media Coverage

Agnipath Scheme is a game changer for rural women
...

Nm on the go

Always be the first to hear from the PM. Get the App Now!
...
ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣାରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
June 28, 2022
ସେୟାର
 
Comments
ପିଏମ୍‌ଏନ୍‌ଆରଏଫ୍‌ରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣାରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ମଧ୍ୟ ପିଏମ୍‌ଏନ୍‌ଆରଏଫ୍‌ରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ପିଏମ୍‌ଓ ଏକ ଟୁଇଟ୍ କରି କହିଛି;

“ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣା ଦୁଃଖ ଦେଇଛି । ଏହି ସମୟରେ ମୋର ଚିନ୍ତାଧାରା ପୀଡିତ ପରିବାର ସହିତ ରହିଛି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛି । ପ୍ରତ୍ୟେକ ମୃତକଙ୍କ ନିକଟସମ୍ପର୍କୀୟଙ୍କୁ ପିଏମ୍‌ଏନ୍‌ଆରଏଫରୁ ୨ଲକ୍ଷ ଟଙ୍କା କରି ପ୍ରଦାନ କରାଯିବ । ଆହତ ମାନଙ୍କୁ ୫୦,୦୦୦ ଟଙ୍କା କରି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”