‘‘ଇଂରେଜମାନଙ୍କର ଅନ୍ୟାୟ ବିରୋଧରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହା ଇଂରେଜ ଶାସନକୁ ଆମ ଭାରୀୟମାନଙ୍କର ସାମୂହିକ ସାମର୍ଥ୍ୟର ଅନୁଭବ କରାଇ ଦେଇଥିଲା’’
‘‘ଆମକୁ ଖାକି ବର୍ଦ୍ଦିଧାରୀ କର୍ମୀଙ୍କ ଠାରୁ ସତର୍କ ରହିବାକୁ ହେବ, ଏପରି ଏକ ଧାରଣା ବିକଶିତ ହୋଇଥିଲା। କିନ୍ତୁ ଏବେ ଏହା ବଦଳି ଯାଇଛି । ଏବେ ଯେତେବେଳେ ଲୋକମାନେ ଖାକି ବର୍ଦ୍ଦିଧାରୀ ଲୋକମାନଙ୍କୁ ଦେଖୁଛନ୍ତି ସେମାନଙ୍କୁ ସହାୟତାର ଏକ ଆଶ୍ୱସ୍ତି ମିଳୁଛି’’
‘‘ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମାନସିକ ଚାପମୁକ୍ତ ପ୍ରଶିକ୍ଷଣ ଗତିବିଧି ବର୍ତ୍ତମାନ ସମୟର ଆବଶ୍ୟକତା’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଠାରେ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟର ଏକ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହିତ ଏଠାରେ ପ୍ରଥମ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ ଏବଂ ଦାଣ୍ଡି ଯାତ୍ରାରେ ଅଂଶଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜିର ଦିନରେ ମହାନ ଦାଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଇଂରେଜମାନଙ୍କର ଅନ୍ୟାୟ ବିରୋଧରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଯେଉଁ ଆନ୍ଦୋଳନ ରୂପ ନେଇଥିଲା, ତାହା ଇଂରେଜ ଶାସନକୁ ଆମ ଭାରୀୟମାନଙ୍କର ସାମୂହିକ ସାମର୍ଥ୍ୟର ଅନୁଭବ କରାଇ ଦେଇଥିଲା’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପନିବେଶବାଦ ସମୟରେ ଅନ୍ତିରୀଣ ସୁରକ୍ଷା ଧାରଣା ଭିନ୍ନ ଥିଲା। ଉପନିବେଶବାଦୀ ଶାସକମାନେ ଶାନ୍ତି ବଜାୟ ରଖିବା ଲାଗି ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଥିଲେ । ହେଲେ ପୂର୍ବାପେକ୍ଷା ବର୍ତ୍ତମାନର ପରିଦୃଶ୍ୟ ବେଶ ବଦଳି ଯାଇଛି । ସୁରକ୍ଷା ବାହିନୀ ନିକଟରେ ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଅଧିକ ସମୟ ଥିଲା କିନ୍ତୁ ଏବେ ସେତିକି ସମୟ ମିଳୁ ନାହିଁ । କାରଣ ପ୍ରଯୁକ୍ତି, ପରିବହନ ଏବଂ ସଞ୍ଚାର ବ୍ୟବସ୍ଥାରେ ଯଥେଷ୍ଟ ସୁଧାର ଆସିଛି । ସେ ଏହା ମଧ୍ୟ କହିଥିଲେ ଯେ ଆଜିର ପୁଲିସିଂ ପାଇଁ ଆଲୋଚନା ଏବଂ ଅନ୍ୟ ସଫ୍ଟ ସ୍କିଲ୍ସ ଭଳି କୌଶଳର ଆବଶ୍ୟକତା ରହିଛି ଯାହାକି ଗଣତାନ୍ତ୍ରିକ ପରିଦୃଶ୍ୟରେ କାମ କରିବା ପାଇଁ ଅତ୍ୟନ୍ତ ଜରୁରି ।

ପୁଲିସ ଓ ସୁରକ୍ଷାକର୍ମୀଙ୍କ ଛବି ବଦଳାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ଲୋକପ୍ରିୟ ସଂସ୍କୃତିରେ ମଧ୍ୟ ପୁଲିସର ଯେପରି ଛବି ପ୍ରସ୍ତୁତ କରାଯାଇଛି ଏ କ୍ଷେତ୍ରରେ ତାହା ବିଶେଷ ସହାୟକ ହୋଇପାରିବ ନାହିଁ । ମହାମାରୀ ସମୟରେ ପୁଲିସ କର୍ମୀଙ୍କ ମାନବୀୟ କାର୍ଯ୍ୟ ବିଷୟରେ ସେ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ‘‘ସ୍ୱାଧୀନତା ପରେ, ଦେଶର ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଥିଲା। ଏପରି ଏକ ଧାରଣା ହୋଇଥିଲା ଯେ ଆମମାନଙ୍କୁ ଖାକି ପୋଷାକଧାରୀଙ୍କ ଠାରୁ ସତର୍କ ରହିବାକୁ ପଡ଼ିବ । କିନ୍ତୁ ଏବେ ଏହି ଧାରଣା ବଦଳି ଯାଇଛି । ଏବେ ଲୋକମାନେ ଖାକି ପୋଷାକଧାରୀମାନଙ୍କୁ ଦେଖିଲେ, ସେମାନଙ୍କ ମଧ୍ୟରେ ଆଶ୍ୱସ୍ତିର ଭାବନା ସୃଷ୍ଟି ହେଉଛି ।’’

ପୁଲିସ କର୍ମଚାରୀମାନଙ୍କୁ ଚାକିରି କ୍ଷେତ୍ରରେ ଚାପର ମୁକାବିଲା କରିବା ପାଇଁ ଯୌଥ ପରିବାର ଠାରୁ ଆବଶ୍ୟକ ସମର୍ଥନ ମିଳୁନଥିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ବାହିନୀ ମଧ୍ୟରେ ରହିଥିବା ଯୋଗ ବିଶେଷଜ୍ଞମାନଙ୍କ ସହିତ ଅନ୍ୟ ବିଶେଷଜ୍ଞମାନଙ୍କ ସହାୟତା ନେବା ଏବଂ ବିଶ୍ରାମର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ‘‘ଦେଶର ସୁରକ୍ଷାବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ମାନସିକ ଚାପ ମୁକ୍ତ ପ୍ରଶିକ୍ଷଣ ଗତିବିଧି ବର୍ତ୍ତମାନର ସମୟର ଆବଶ୍ୟକତା ।’’

ସୁରକ୍ଷା ଏବଂ ପୁଲିସ ବ୍ୟବସ୍ଥା କ୍ଷେତ୍ରରେ ପ୍ରଯୁକ୍ତିର ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଦି ଅପରାଧୀ ପ୍ରଯୁକ୍ତିର ଉପଯୋଗ କରୁଛନ୍ତି ତା’ହେଲେ ସେମାନଙ୍କୁ ଧରିବା ଲାଗି ମଧ୍ୟ ପ୍ରଯୁକ୍ତିର ଉପଯୋଗ କରାଯିବା ଆବଶ୍ୟକ। ସେ କହିଥିଲେ ଯେ, ପ୍ରଯୁକ୍ତିର ଉପଯୋଗ କରାଗଲେ ଦିବ୍ୟାଙ୍ଗ ଲୋକମାନେ ମଧ୍ୟ ଏହି କ୍ଷେତ୍ରରେ ଯୋଗଦାନ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗାନ୍ଧୀନଗର କ୍ଷେତ୍ରରେ ରାଷ୍ଟ୍ରୀୟ ଆଇନ ବିଶ୍ୱବିଦ୍ୟାଳୟ, ରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଫୋରେନସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ରହିଛି । ଏସବୁ କ୍ଷେତ୍ର ପରସ୍ପର ସହ ଯୋଡ଼ି ହୋଇଥିବାରୁ ନିୟମିତ ମିଳିତ ସଂଗୋଷ୍ଠୀ ଆୟୋଜନ କରାଯାଇ ଏହିସବୁ ଶିକ୍ଷାନୁଷ୍ଠାନ ମଧ୍ୟରେ ତାଳମେଳ ପ୍ରତିଷ୍ଠା କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ସେ କହିଥିଲେ ଯେ, ‘‘ଏହାକୁ ପୁଲିସ ବିଶ୍ୱବିଦ୍ୟାଳୟ ବୋଲି ଭାବିବାର ଭୁଲ୍‌ କରାଯିବା ଉଚିତ୍‌ ନୁହେଁ । ଏହା ଏକ ରକ୍ଷା ବିଶ୍ୱବିଦ୍ୟାଳୟ ଯାହା ଦେଶର ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିଥାଏ।’’ ସେ ଭିଡ଼ ଏବଂ ଭିଡ଼ ମନୋବିଜ୍ଞାନ, ଆଲୋଚନା, ପୁଷ୍ଟିସାଧନ ଏବଂ ପ୍ରଯୁକ୍ତି ଭଳି ବିଷୟର ଗୁରୁତ୍ୱ ବିଷୟରେ ଦୋହରାଇଥିଲେ। 

ମାନବିକ ମୂଲ୍ୟବୋଧକୁ ସବୁବେଳେ ଖାକି ପୋଷାକର ଅଭିନ୍ନ ଅଙ୍ଗ ଭାବେ ସବୁବେଳେ ଯୋଡ଼ି ରଖିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ କରିଥିଲେ । ନିଜର ପ୍ରୟାସରେ ସେବା ଭାବନାକୁ କେବେହେଲେ କମ୍‌ ହେବାକୁ ନଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ସୁରକ୍ଷା କ୍ଷେତ୍ରରେ ଝିଅ ଓ ମହିଳାମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ‘‘ଆମେ ପ୍ରତିରକ୍ଷା କ୍ଷେତ୍ରରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣ ଦେଖିବାକୁ ପାଉଛୁ । ବିଜ୍ଞାନ, ଶିକ୍ଷା ଏବଂ ସୁରକ୍ଷା, ପ୍ରତି କ୍ଷେତ୍ରରେ ମହିଳାମାନେ ଆଗକୁ ଆସି ନେତୃତ୍ୱ ନେଉଛନ୍ତି ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୋଟିଏ ଶିକ୍ଷାନୁଷ୍ଠାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା କ୍ଷେତ୍ରରେ ସେହି ଶିକ୍ଷାନୁଷ୍ଠାନର ପ୍ରଥମ ବ୍ୟାଚ୍‌ର ପ୍ରମୁଖ ଭୂମିକା ରହିଛି । ସେ କହିଥିଲେ ଯେ, ଗୁଜରାଟର ପୁରୁଣା ଫାର୍ମାସ୍ୟୁଟିକାଲ କଲେଜ ରାଜ୍ୟକୁ ଫାର୍ମାସୀ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅନୁରୂପ ଭାବେ, ଆଇଆଇଏମ ଅହମ୍ମଦାବାଦ ଦେଶରେ ଏମବିଏ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଦୃଢ଼ ବ୍ୟବସ୍ଥା ବିକଶିତ କରିବା ଲାଗି ମାର୍ଗଦର୍ଶନରେ ସଫଳ ହୋଇଥିଲା। 

ପୁଲିସ, ଅପରାଧ ସମ୍ବନ୍ଧୀୟ ନ୍ୟାୟ ଏବଂ ସଂସ୍କାରମୂଳକ ପ୍ରଶାସନର ବିଭିନ୍ନ ବିଭାଗରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ପ୍ରଶିକ୍ଷିତ ମାନବ ସମ୍ବଳ ସୃଷ୍ଟି କରିବାର ଆବଶ୍ୟକତା ପୂରଣ କରିବା ଲାଗି ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ)ର ପ୍ରତିଷ୍ଠା କରାଯାଇଥିଲା। ସରକାର ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟକୁ ଅପଗ୍ରେଡ (ଉନ୍ନୀତ) କରି ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ନାମରେ ଏକ ରାଷ୍ଟ୍ରୀୟ ପୁଲିସ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହାକୁ ୨୦୧୦ରେ ଗୁଜରାଟ ସରକାର ପ୍ରତିଷ୍ଠା କରିଥିଲେ । ଏହି ବିଶ୍ୱବିଦ୍ୟାଳୟ ଜାତୀୟ ଗୁରୁତ୍ୱସମ୍ପନ୍ନ ଶିକ୍ଷାନୁଷ୍ଠାନ ମାନ୍ୟତା ଲାଭ କରିଛି । ଅକ୍ଟୋବର ୨୦୨୦ରେ ଏହାର ପରିଚାଳନା ଆରମ୍ଭ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟ ଉଦ୍ୟୋଗ ଠାରୁ ଜ୍ଞାନ ଏବଂ ସମ୍ବଳର ଲାଭ ଉଠାଇ ଘରୋଇ କ୍ଷେତ୍ର ସହ ତାଳମେଳ ବିକଶିତ କରିବ ଏବଂ ପୁଲିସ ଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବ ।

ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରୟୁ) ପୁଲିସ ବିଜ୍ଞାନ ଏବଂ ପରିଚାଳନା, ଅପରାଧିକ ଆଇନ ଏବଂ ନ୍ୟାୟ, ସାଇବର ମନୋବିଜ୍ଞାନ, ସୂଚନା ପ୍ରଯୁକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସାଇବର ସୁରକ୍ଷା, ଅପରାଧ ତଦନ୍ତ, ରଣନୈତିକ ଭାଷା, ଅନ୍ତରୀଣ ସୁରକ୍ଷା ଏବଂ ରଣନୀତି, ଶରୀରିକ ଶିକ୍ଷା ଏବଂ କ୍ରୀଡ଼ା, ଉପକୂଳ ଏବଂ ସାମୁଦ୍ରିକ ସୁରକ୍ଷା ଭଳି ପୁଲିସ ଏବଂ ଅନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଡିପ୍ଲୋମା ଠାରୁ ଆରମ୍ଭ କରି ଡକ୍ଟରେଟ୍‌ ପର୍ଯ୍ୟନ୍ତ ଶିକ୍ଷା ପାଠ୍ୟକ୍ରମ ସୁବିଧା ପ୍ରଦାନ କରୁଛି । ବର୍ତ୍ତମାନ ଏସବୁ ପାଠ୍ୟକ୍ରମରେ ୧୮ଟି ରାଜ୍ୟର ୮୨୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign

Media Coverage

‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses pride in Indian contingent’s performance at Commonwealth Games 2026
August 03, 2026

The Prime Minister, Shri Narendra Modi, has expressed pride in the performance of the Indian contingent at the Commonwealth Games 2026 in Glasgow.

The Prime Minister expressed delight that India won 39 medals, including 13 Gold medals, and congratulated all the medal winners.

Shri Modi said that throughout the Games, the Indian athletes displayed exceptional skill, determination and dedication. He added that their hard work will continue to inspire the nation’s youth.

Shri Modi also extended his best wishes to the entire Indian contingent for their future endeavours and expressed hope that they would continue to bring greater glory to the nation.

Shri Modi wrote on X;

“Proud of our contingent’s performance at the Glasgow Commonwealth Games.

Delighted that India has won 39 medals, including 13 Golds. Congrats to the medal winners.

Throughout the Games, our talented athletes have displayed exceptional skill, determination and dedication. Their hardwork will keep inspiring our youngsters.

My best wishes to the entire Indian contingent for the endeavours ahead. May they continue to give their very best and bring further glory to the nation.

#CWG2026”