କେବଳ କଂକ୍ରିଟ୍ ଢାଞ୍ଚା ନୁହେଁ ବରଂ ନିଜସ୍ବ ଚରିତ୍ର ଥିବା ଭିତ୍ତିଭୂମି ଆଜି ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଭାରତର ଏକବିଂଶ ଶତାବ୍ଦୀର ଆବଶ୍ୟକତା ବିଂଶ ଶତାବ୍ଦୀର ପଦ୍ଧତି ଜରିଆରେ ପୂରଣ କରାଯାଇପାରିବ ନାହିଁ : ପ୍ରଧାନମନ୍ତ୍ରୀ
ସାଇନ୍ସ ସିଟିରେ ମନୋରଞ୍ଜନ ଗତିବିଧିର ସୁବିଧା ରହିଛି ଯାହା ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ
ଆମେ ରେଳବାଇକୁ କେବଳ ଏକ ସାଧାରଣ ସେବା ନୁହେଁ ବରଂ ଏକ ସମ୍ପତ୍ତି ଭାବେ ବିକଶିତ କରିଛୁ : ପ୍ରଧାନମନ୍ତ୍ରୀ
ଏପରିକି ଟିୟର-2 ଏବଂ ଟିୟର-3 ସହରରେ ଥିବା ରେଳ ଷ୍ଟେସନଗୁଡ଼ିକ ଅତ୍ୟାଧୁନିକ ସୁବିଧାଯୁକ୍ତ ହୋଇପାରିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପକୁ ଉଦଘାଟନ କରିବା ସହିତ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଗୁଜରାଟ ସାଇନ୍ସ ସିଟି ଠାରେ ଆକ୍ବାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରୀ ଏବଂ ଏକ ପ୍ରାକୃତିକ ଉଦ୍ୟାନକୁ ମଧ୍ୟ ସେ ଉଦଘାଟନ କରିଥିଲେ। ସେ ମଧ୍ୟ ଦୁଇଟି ଟ୍ରେନ ଯଥା:- ଗାନ୍ଧୀନଗର କ୍ୟାପିଟାଲ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ଗାନ୍ଧୀନଗର କ୍ୟାପିଟାଲ ଓ ଭେରେଠା ମଧ୍ୟରେ ମେମୁ ସେବାର ଉଦଘାଟନ କରିଥିଲେ।

ଏହି ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କେବଳ କଂକ୍ରିଟ ଢାଞ୍ଚା ନୁହେଁ ବରଂ ନିଜସ୍ବ ଚରିତ୍ର ଥିବା ଭିତ୍ତିଭୂମି ନିର୍ମାଣ କରିବା ଦେଶର ଲକ୍ଷ୍ୟ ହୋଇଛି। ସେ କହିଥିଲେ, ପିଲାମାନଙ୍କର ପ୍ରାକୃତିକ ବିକାଶ ପାଇଁ ମନୋରଞ୍ଜନ ସହିତ ସେମାନଙ୍କର ଅଧ୍ୟୟନ ଓ ସୃଜନଶୀଳତା ପାଇଁ ଅବସର ସୃଷ୍ଟି କରାଯିବା ଉଚିତ୍। ସେ ଉଲ୍ଲେଖ କରିଥିଲେ ଯେ ସାଇନ୍ସ ସିଟି ଏପରି ଏକ ପ୍ରକଳ୍ପ ଯେଉଁଥିରେ ଆମୋଦପ୍ରମୋଦ ସହିତ ସୃଜନଶୀଳତାର ମିଶ୍ରଣ ରହିଛି। ଏଥିରେ ମନୋରଞ୍ଜନର ଏପରି ଗତିବିଧି ରହିଛି ଯାହା ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥାଏ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇନ୍ସ ସିଟିରେ ନିର୍ମିତ ଆକ୍ବାଟିକ୍ସ ଗ୍ୟାଲେରୀ ଆହୁରି ମନୋରଞ୍ଜକ ହେବ। ଏହା କେବଳ ଦେଶରେ ନୁହେଁ ବରଂ ଏସିଆରେ ମଧ୍ୟ ସବୁଠୁ ବଡ଼ ଆକ୍ବାରିୟମ ମଧ୍ୟରୁ ଅନ୍ୟତମ। ସେ କହିଥିଲେ ଯେ ସାରା ବିଶ୍ବର ସାମୁଦ୍ରିକ ଜୈବ ବିବିଧତାର ଦୃଶ୍ୟ ଗୋଟିଏ ସ୍ଥାନରେ ଦେଖିବା ଏକ ଅଦ୍ଭୂତ ଅନୁଭବ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରୋବୋଟିକ୍ସ ଗ୍ୟାଲେରୀରେ ରୋବୋଟ୍ ସହିତ କଥାବାର୍ତ୍ତା କେବଳ ଆକର୍ଷଣର କେନ୍ଦ୍ର ନୁହେଁ ବରଂ ଆମର ଯୁବକମାନଙ୍କୁ ରୋବୋଟିକ୍ସ କ୍ଷେତ୍ରରେ କାମ କରିବା ଲାଗି ଅନୁପ୍ରାଣିତ ମଧ୍ୟ କରିବ ଏବଂ ସେମାନଙ୍କ ମନରେ ଜିଜ୍ଞାସା ଉତ୍ପନ୍ନ କରିବ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତର ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ବିଂଶ ଶତାବ୍ଦୀର ପଦ୍ଧତି ଜରିଆରେ ପୂରଣ କରାଯାଇପାରିବ ନାହିଁ। ସେଥିପାଇଁ ରେଳବାଇରେ ନୂଆ କରି ସୁଧାର ଆଣିବାର ଆବଶ୍ୟକତା ରହିଛି।

ସେ କହିଥିଲେ ଯେ ଆଜି ରେଳବାଇକୁ କେବଳ ଏକ ସେବା ରୂପରେ ନୁହେଁ ବରଂ ଏକ ସମ୍ପତ୍ତି ରୂପରେ ବିକଶିତ କରିବା ଲାଗି ପ୍ରୟାସ କରାଯାଉଛି। ଯାହାର ପରିଣାମ ଏବେ ଦେଖିବାକୁ ମିଳୁଛି। ସେ କହିଥିଲେ ଯେ ଆଜି ସାରା ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରାଯାଉଛି। 

ଏପରିକି ଟିୟର-2 ଏବଂ ଟିୟର-3 ସହରଗୁଡ଼ିକର ରେଳ ଷ୍ଟେସନରେ ଏବେ ଓ୍ବାଇଫାଇ ସୁବିଧା ରହିଛି। ଲୋକମାନଙ୍କର ସୁରକ୍ଷା ବଢ଼ାଇବା ଲାଗି ବ୍ରଡ ଗେଜ୍‌ରେ ମାନବ ରହିତ ରେଳ ଲେଭେଲ କ୍ରସିଂକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଭାରତ ଭଳି ବିଶାଳ ଦେଶରେ ରେଳବାଇ ନିର୍ବାହ କରୁଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ରେଳବାଇ ବିକାଶ ଓ ସୁବିଧାର ନୂଆ ଦିଗ ନେଇ ଆସିଛି। ବିଗତ କିଛି ବର୍ଷରେ କରାଯାଇଥିବା ପ୍ରୟାସ କାରଣରୁ ଆଜି ପ୍ରଥମ ଥର ପାଇଁ ଟ୍ରେନ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ରାଜଧାନୀରେ ପହଞ୍ଚି ପାରୁଛି। ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ଓ୍ବଡ଼ନଗର ମଧ୍ୟ ଏହି ସମ୍ପ୍ରସାରଣର ଅଂଶବିଶେଷ ପାଲଟିଛି। ଓ୍ବଡ଼ନଗର ଷ୍ଟେସନ ସହିତ ମୋର ଅନେକଗୁଡ଼ିଏ ସ୍ମୃତି ରହିଛି। ନୂଆ ଷ୍ଟେସନ ବାସ୍ତବରେ ଅତ୍ୟନ୍ତ ଆକର୍ଷଣୀୟ ଦିଶୁଛି। ଏହି ନୂଆ ବ୍ରଡ୍ ଗେଜ ଲାଇନର ନିର୍ମାଣ ସହିତ ଓ୍ବଡ଼ନଗର-ମୋଢେରା-ପାଟନ ଐତିହ୍ୟ ସର୍କିଟ୍ ଉନ୍ନତ ରେଳ ସେବା ସହ ଯୋଡ଼ି ହୋଇପାରିଛି।”

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତର ବିକାଶ ବାହନ ଏକ ସଙ୍ଗେ ଦୁଇଟି ଧାରଣାରେ ଚାଲି ଆଗକୁ ବଢ଼ିବ। ଗୋଟିଏ ହେଉଛି ଆଧୁନିକତା, ଦ୍ବିତୀୟଟି ହେଉଛି ଗରିବ, କୃଷକ ଓ ମଧ୍ୟମବର୍ଗଙ୍କ କଲ୍ୟାଣ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi