ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ନାଗପୁରକୁ ଆଜି (୧୧-୧୨-୨୨) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ନାଗପୁର ଏମ୍ସ ପ୍ରକଳ୍ପ ମଡେଲ ବୁଲି ଦେଖିବା ସହ ସେଠାରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ନିରୀକ୍ଷଣ କରିଛନ୍ତି ।

ଦେଶବ୍ୟାପୀ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଫଳସ୍ୱରୂପ ଏମ୍ସ ନାଗପୁର ଜାତି ଉଦ୍ଦେଶ୍ୟରେ ସମର୍ପିତ ହେବା ଦ୍ୱାରା ଏହା ଆହୁରି ମଜବୁତ ହେବ । ୨୦୧୭ ଜୁଲାଇ ମାସରେ ଏହି ହସ୍‌ପିଟାଲର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଏହି ପ୍ରତିଷ୍ଠାନ ସ୍ଥାପିତ ହୋଇଛି ।

 ୧୫୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏମ୍ସ ନାଗପୁରରେ ଓପିଡି, ଆଇପିଡି, ନିରୂପଣ ସେବା, ଅସ୍ତ୍ରୋପଚାର କକ୍ଷ ସମେତ ଡାକ୍ତରୀ ଚିକିତ୍ସା ବିଜ୍ଞାନର ୩୮ଟି ବିଭିନ୍ନ ବିଭାଗ ରହିଛି । ଏହି ହସ୍‌ପିଟାଲ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଗଡଚିରୋଲି, ଗୋଣ୍ଡିଆ ଓ ମେଲଘାଟ ଭଳି ଆଦିବାସୀ ଅଧୁଷିତ ଅଞ୍ଚଳର ବରଦାନ ସଦୃଶ । 

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକାନାଥ ସିନ୍ଧେ, ରାଜ୍ୟପାଳ ଶ୍ରୀ ଭଗତ ସିଂ ଖୋସିଆରୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତୀନ ଗଡକାରୀ ମଧ୍ୟ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Switch Mobility completes delivery of 100 electric buses to Mauritius in India’s largest e-bus export

Media Coverage

Switch Mobility completes delivery of 100 electric buses to Mauritius in India’s largest e-bus export
NM on the go

Nm on the go

Always be the first to hear from the PM. Get the App Now!
...
PM greets everyone on occasion of Baisakhi
April 14, 2026

The Prime Minister Shri Narendra Modi greeted everyone on occasion of Baisakhi today.

In a post on X, he said:

“Wishing you all a happy Baisakhi!”