“ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଏକ ଭାରତ ଶ୍ରେଷ୍ଠ ଭାରତର ଏକ ବିରାଟ ମାଧ୍ୟମ ପାଲଟିଛି ”
“ଗତ ୯ ବର୍ଷ ମଧ୍ୟରେ ଭାରତରେ କ୍ରୀଡାର ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି, କ୍ରୀଡା ମାଧ୍ୟମରେ ସମାଜର ସଶକ୍ତିକରଣର ଯୁଗ ”
“କ୍ରୀଡାକୁ ଏବେ ଏକ ଆକର୍ଷଣୀୟ ବୃତି ଭାବେ ବିଚାର କରାଯାଉଛି ଏବଂ ଖେଲୋ ଇଣ୍ଡିଆ ଅଭିଯାନ ସେଥିରେ ଏକ ବୃହତ ଭୂମିକା ଗ୍ରହଣ କରିଛି ”
“ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ ”
“ଖେଲୋ ଇଣ୍ଡିଆ ଭାରତର ପାରମ୍ପରିକ କ୍ରୀଡାର ହୃତ ଗୌରବକୁ ମଧ୍ୟ ଫେରାଇ ଆଣିଛି ”
ଭାରତର ପ୍ରଗତୀ ଆପଣମାନଙ୍କ ପ୍ରତିଭା, ଆପଣମାନଙ୍କ ପ୍ରଗତୀ ଉପରେ ନିର୍ଭର କରେ । ଆପଣମାନେ ଭବିଷ୍ୟତର ଚାମ୍ପିଅନ
“କ୍ରୀଡା ଆମକୁ ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଉଠି ସାମୁହିକ ସଫଳତା ଆଡକୁ ଆଗେଇବା ପାଇଁ ପ୍ରେରଣା ଦେଇଥାଏ ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩କୁ ଉଦଘାଟନ କରିଛନ୍ତି । ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବେ ।
ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩ର ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଆଜି ଉତର ପ୍ରଦେଶ କ୍ରୀଡା ପ୍ରତିଭାମାନଙ୍କର ଏକ ସଙ୍ଗମ ପାଲଟି ଯାଇଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଂଶଗ୍ରହଣ କରୁଥିବା ୪୦୦୦ କ୍ରୀଡାବିତ ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ଆସିଛନ୍ତି ଏବଂ ସାଂସଦ ଭାବରେ ସେ ସେମାନଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ନିଜର ନିର୍ବାଚନ ମଣ୍ଡଳୀ ବାରାଣସିରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଭାରତ ଯେତେବେଳେ ଏହାର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି, ସେହି ସମୟରେ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଆୟୋଜନର ଗରୁତ୍ୱକୁ ଉପଲବଧି କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦଳୀୟ ଭାବନା ସହ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଚାରକୁ ମନରେ ଭରିବା ପାଇଁ ଏହି ସମାରୋହ ଏକ ଚମତ୍କାର ମାଧ୍ୟମ ପାଲଟିଛି । ସେ କହିଛନ୍ତି ଯେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡାବିତମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ଉତର ପ୍ରଦେଶର ଯେଉଁ ଯେଉଁ ସ୍ଥାନରେ ଏହି ପ୍ରତିଯୋଗୀତା ଆୟୋଜିତ ହେଉଛି, ସେସବୁ ସ୍ଥାନକୁ ବୁଲି ଦେଖିବେ ।  ଏହାଦ୍ୱାରା ଏହି ସବୁ ସ୍ଥାନ ସହ ଏକ ସମ୍ପର୍କ ଯୋଡି ହୋଇଯିବ ଏବଂ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଯୋଗଦାନ ସବୁ ପ୍ରତିଯୋଗୀମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିବ । ଆଗାମୀ ପ୍ରତିଯୋଗୀତାଗୁଡିକ ପାଇଁ ସେ ମଧ୍ୟ ସେମାନଙ୍କର ସଫଳତା କାମନା କରିଥିଲେ ।
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ଭାରତରେ କ୍ରୀଡାର ଏକ ନୂଆ ଯୁଗର ଆରମ୍ଭ ହୋଇଛି ଯାହା କେବଳ ଭାରତକୁ କ୍ରୀଡାରେ ଏକ ବୃହତ ଶକ୍ତି ଭାବେ ପ୍ରସ୍ତୁତ କରିବାର ବିଷୟ ନୁହେଁ ବରଂ କ୍ରୀଡା ମାଧ୍ୟମରେ ସମାଜକୁ ସଶକ୍ତ କରିବାର ଏକ ଯୁଗ ମଧ୍ୟ । ପ୍ରଧାନମନ୍ତ୍ରୀ କ୍ରୀଡା ପ୍ରତି ବିମୁଖତାର ପୂର୍ବ ସମୟର କଥା ସ୍ମରଣ କରିଥିଲେ, ଯେତେବେଳେ ସରକାରମାନଙ୍କ ପକ୍ଷରୁ କ୍ରୀଡାକୁ ଆବଶ୍ୟକ ସମର୍ଥନ ମିଳୁ ନ ଥିଲା । ଏହା ଗରିବ, ମଧ୍ୟବିତ ଶ୍ରେଣୀ ଏବଂ ଗ୍ରାମୀଣ ପିଲାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପାଇଁ କଠିନ ପରିସ୍ଥିତି ସୃଷ୍ଟି କରାଉଥିଲା । ଯାହା ଅଧିକାଂଶ ଅଭିଭାବକମାନଙ୍କୁ କ୍ରୀଡାକୁ  ଉପେକ୍ଷା କରିବା ପାଇଁ ବାଧ୍ୟ କରୁଥିଲା କାରଣ ପେଶା ଭାବରେ ଏହାର ସିମୀତ ସୁଯୋଗ ରହିଥିଲା । ଏବେ ଅଭିଭାବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆସିଥିବା ବିରାଟ ପରିବର୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଶେଷ ଭାବରେ ଉଲ୍ଲେଖ କରିଥିଲେ । “କ୍ରୀଡାକୁ ଏବେ ଏକ ଆକର୍ଷଣୀୟ ପେଶା ଭାବେ ବିବେଚନା କରାଯାଉଛି ଏବଂ ଖେଲୋ ଇଣ୍ଡିଆ ଅଭିଯାନ ସେଥିରେ ଏକ ବିରାଟ ଭୂମିକା ନିର୍ବାହ କରୁଛି” ସେ କହିଥିଲେ । 
କ୍ରୀଡା ପ୍ରତି ପୂର୍ବର ସରକାରମାନଙ୍କ ମନୋଭାବ ସମ୍ପର୍କରେ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଘେରି ରହିଥିବା ଦୁର୍ନୀତିଗୁଡିକ ବିଷୟରେ ମନେ ପକାଇ ଦେଇଥିଲେ ।  ସେ ମଧ୍ୟ ପଂଚାୟତ ଯୁବ କ୍ରୀଡା ଓର ଖେଲ ଅଭିଯାନ ଭଳି ଯୋଜନା ଯାହାକୁ ପରେ ରାଜୀବ ଗାନ୍ଧୀ ଅଭିଯାନ ଭାବରେ ନାମିତ କରାଗଲା ସେଥିରେ ରହିଥିବା ଆନ୍ତରିକତାର ଅଭାବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ପୂର୍ବ ସମୟରେ କ୍ରୀଡା ଭିତିଭୂମୀର ଅଭାବକୁ ନେଇ ଶ୍ରୀ ମୋଦୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଏବେ ଏସବୁ ବଦଳିବାରେ ଲାଗିଛି । ସହାଂଚଳ କ୍ରୀଡା ଭିତିଭୂମୀ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାରଗୁଡିକ ୬ ବର୍ଷରେ ମାତ୍ର ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଖେଲୋ ଇଣ୍ଡିଆ ଅଧୀନରେ ଏବେ କ୍ରୀଡା ଭିତିଭୂମୀ ବାବଦକୁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଯାହା ଫଳରେ ଅଧିକରୁ ଅଧିକ କ୍ରୀଡାବିତ୍ କ୍ରୀଡାକୁ ପେଶା ଭାବେ ନେବା ପାଇଁ ଏହା ସହଜ ହୋଇପାରୁଛି ।
ଆଜି ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ କ୍ରୀଡାରେ ପ୍ରାୟ ୩୦ ହଜାର କ୍ରୀଡାବିତ୍ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ୧୫୦୦ ଜଣ ଖେଳାଳିଙ୍କୁ ଆର୍ଥିକ ସହାୟତା ମିଳୁଛି । ୯ ବର୍ଷ ପୂର୍ବେ କ୍ରୀଡା ପାଇଁ ଯେତିକି ବଜେଟ ଥିଲା ଏବେ ସେଥିରେ ୩ ଗୁଣା ବୃଦ୍ଧି ଘଟିଛି । ସେ କହିଥିଲେ, ଏପରି ଗ୍ରାମୀଣ ଏବଂ ଦୁର୍ଗମ ଅଂଚଳରେ ମଧ୍ୟ ଅଧିକ ଉତମ କ୍ରୀଡା ଭିତିଭୂମୀ ଉପଲବଧ ହେଉଛି ।
ଉତର ପ୍ରଦେଶ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ କ୍ରୀଡା ସୁବିଧାର ସମ୍ପ୍ରସାରଣ, ବାରାଣସୀରେ ସିଗ୍ରା ଷ୍ଟାଡିୟମର ଆଧୁନିକୀକରଣ ଏବଂ ୪୦୦ କୋଟି ଟଙ୍କାର ଆର୍ଥିକ ସହାୟତାରେ ଆଧୁନିକ କ୍ରୀଡା ସୁବିଧା ସୃଷ୍ଟି ସମ୍ପର୍କରେ ସୂଚନା ଦେଇଥିଲେ । ସେ ଲାଲପୁରଠାରେ ସିନ୍ଥେଟିକ ହକି ପଡିଆ, ଗୋରଖପୁରର ବୀର ବାହାଦୁର ସିଂହ ସ୍ପୋର୍ଟସ କଲେଜରେ ବହୁମୁଖୀ ହଲ, ମିରଟରେ ସିନ୍ଥେଟିକ ହକି ପଡିଆ ଏବଂ ସାହରନପୁରଠାରେ ସିନ୍ଥେଟିକ ଦୌଡ ଟ୍ରାକ ବିଷୟରେ ସେ ଉଲ୍ଲେଖ କରିଥିଲେ ।
କ୍ରୀଡାବିତମାନେ ଏବେ ଅଧିକରୁ ଅଧିକ ପ୍ରତିଯୋଗୀତାରେ ଭାଗ ନେଉଛନ୍ତି ଯାହା ସେମାନଙ୍କ ପାଇଁ ମୂଲ୍ୟାଙ୍କନ ଓ ଉନ୍ନତ ପ୍ରଦର୍ଶନର ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ହିଁ ଖେଲୋ ଇଣ୍ଡିଆ କ୍ରୀଡା ଆରମ୍ଭ କରିବା ପଛର ମୂଳ କାରଣ ଯାହା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଏବଂ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି । ଏହାର ସୁଫଳ ମିଳୁଛି ଏବଂ ଆମର କ୍ରୀଡାବିତମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରୁଛି ତଥା ଆନ୍ତର୍ଜାତିକ ପ୍ରତିଯୋଗୀତାରେ ଚମତ୍କାର ସଫଳତା ମିଳୁଛି ବୋଲି ସେ କହିଥିଲେ । 
 

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ ଏବଂ ଦେଶର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବଦ୍ୟାଳୟର ନିର୍ମାଣ ଏହି ଲକ୍ଷ୍ୟକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଉଚ୍ଚତର ଶିକ୍ଷ କ୍ଷେତ୍ରରେ କ୍ରୀଡାକୁ ଅଧିକ ପ୍ରାଧାନ୍ୟ ଦେବା ଦିଗରେ ପ୍ରୟାସ କରାଯାଉଛି । ସେ କହିଥିଲେ ଯେ ଉତର ପ୍ରଦେଶ ଏ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ଏବଂ ସେ ମିରଟସ୍ଥିତ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ । ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ସ୍ଥାପନ କରାଯାଇଥିବା ବିଷୟ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପ୍ରାୟ ୧୨ଟି  ଜାତୀୟ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଯେଉଁଠାରେ ପ୍ରଦର୍ଶନରେ ଉନ୍ନତି ପାଇଁ କ୍ରୀଡା ବିଜ୍ଞାନର ସମର୍ଥନ ଏବଂ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରାଯାଉଛି । “ଖେଲୋ ଇଣ୍ଡିଆ ମଧ୍ୟ ଭାରତର ପାରମ୍ପରିକ କ୍ରୀଡାର ହୃତ ଗୌରବ ଫେରାଇ ଆଣିଛି” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଗଟକା, ମାଲଖମ୍ବ, ଥାଙ୍ଗ –ଟା, କଲରିପାୟଟ୍ଟୁ ଏବଂ ଯୋଗାସନ ଭଳି ସ୍ୱଦେଶୀ କ୍ରୀଡାର ପ୍ରୋତ୍ସାହନ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବୃତି ଉପରେ ମଧ୍ୟ ଆଲୋକପାତ କରିଥିଲେ ।
ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ମହିଳା କ୍ରୀଡାବିତଙ୍କ ଅଂଶଗ୍ରହଣର ଉତ୍ସାହଜନକ ଫଳାଫଳ ବିଷୟରେ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅନେକ ସହରରେ ଏବେ ଖେଲୋ ଇଣ୍ଡିଆ ମହିଳା ଲିଗର ଆୟୋଜନ କରାଯାଉଛି । ସେ କହିଥିଲେ, “ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ବିୟସ ବର୍ଗର ପ୍ରାୟ ୨୩ ହଜାର ମହିଳା କ୍ରୀଡାବିତ୍ ଏଥିରେ ଅଂଶଗ୍ରହଣ କରିଛନ୍ତି ।”ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଧିକ ସଂଖ୍ୟାରେ ମହିଳା କ୍ରୀଡାବିତମାନେ ଅଂଶ କରିଥିବା ବିଷୟ ଉଲ୍ଲେଖ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । 
“ଭାରତର ପ୍ରଗତୀ ଆପଣମାନଙ୍କ ପ୍ରତିଭା ଓ ଆପଣମାନଙ୍କ ପ୍ରଗତୀ ଉପରେ ନିର୍ଭର କରେ । ଆପଣମାନେ ଭବିଷ୍ୟତର ଚାମ୍ପିଅନ ।”ବୋଲି କହିବା ସହ ପ୍ରଧାନମନ୍ତ୍ରୀ ତ୍ରୀରଙ୍ଗାର ସମ୍ମାନକୁ ନୂତନ ଶିଖରକୁ ନେବା କ୍ରୀଡାବିତମାନଙ୍କର ଦାୟିତ୍ୱ ବୋଲି ଗୁରୁତ୍ୱାରୋପ କରିଥିଲେ । ଖେଳାଳି ମନୋଭାବ ଏବଂ ଦଳଗତ କାର୍ଯ୍ୟ ବିଷୟ ଉଲ୍ଲେଖ କରି ଏହା କେବଳ ଜୟ ପରାଜୟର ସ୍ୱୀକାର ଏବଂ ଦଳଗତ କାର୍ଯ୍ୟ ମଧ୍ୟରେ ସୀମିତ କି ବୋଲି ପ୍ରଧାନମନ୍ତ୍ରୀ ଏକ ପ୍ରଶ୍ନ ପଚାରିଥିଲେ । ଖେଳାଳି ମନୋଭାବର ଅର୍ଥ ଏହାଠାରୁ ଢେର ବ୍ୟାପକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “କ୍ରୀଡା ଆମକୁ ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଉଠି ସାମୁହିକ ସଫଳତା ଆଡକୁ ଆଗେଇବା ପାଇଁ ପ୍ରେରଣା ଦେଇଥାଏ ।” ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, କ୍ରୀଡା ଆମକୁ ନିୟମ ଏବଂ ଶିଷ୍ଟାଚାର ଅନୁସରଣ କରିବାର ଶିକ୍ଷା ଦେଇଥାଏ । ଯେତେବେଳେ ପରିସ୍ଥିତି ସେମାନଙ୍କ ସପକ୍ଷରେ ନ ଥାଏ ସେ ସମୟରେ ଖେଳାଳିମାନେ ଧୈର୍ଯ୍ୟ ନ ହରାଇ ନିୟମ ଶୃଙ୍ଖଳ ପ୍ରତି ପ୍ରତିଶୃତିବଦ୍ଧ ରହିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ନିଜକୁ ନିୟମ ଓ ଅନୁଶାସନର ସୀମା ମଧ୍ୟରେ ରଖି ଧୈର୍ଯ୍ୟର ସହ ପ୍ରତିପକ୍ଷକୁ ଅତିକ୍ରମ କରିବା ହେଉଛି ଜଣେ ଖେଳାଳିର ପ୍ରକୃତ ପରିଚୟ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷରେ କହିଥିଲେ । ଜଣେ ବିଜୟୀ କ୍ରୀଡାବିତ୍ ଯଦି ସବୁବେଳେ ସମ୍ମାନ ଏବଂ ଖେଳାଳି ମନୋଭାବ ବିଚାରଧାରାର ଅନୁସରଣ କରିଥାଏ  ତେବେ ଯାଇ ସେ ମହାନ କ୍ରୀଡାବିତ୍ ହୋଇଥାଏ । “ଜଣେ ବିଜୟୀ ସେତିକିବେଳେ ମହାନ୍ ଖେଳାଳି ହୋଇଥାଏ ଯେତେବେଳେ ସମାଜ ତାର ପ୍ରତିଟି ଆଚରଣରୁ ପ୍ରେରଣା ନେଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
 

ପୃଷ୍ଠଭୂମି
ଦେଶରେ ଏକ କ୍ରୀଡା ସଂସ୍କୃତିର ବିକାଶ ଏବଂ କ୍ରୀଡାକୁ ପେଶା ଭାବେ ଗ୍ରହଣ କରିବା ପାଇଁ ଯୁବପିଢୀକୁ ପ୍ରୋତ୍ସାହନ ଦେବା ଉପରେ ପ୍ରଧାନମନ୍ତ୍ରୀ ବେଶ ଗୁରୁତ୍ୱ ଦେଇଛନ୍ତି । ଉଦୀୟମାନ ଖେଳାଳୀମାନଙ୍କୁ ସମର୍ଥନ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି ଏବଂ ଦେଶରେ କ୍ରୀଡାର ପରିବେଷ୍ଟନୀ ତନ୍ତ୍ରକୁ ମଜବୁତ କରିବା ପାଇଁ ପ୍ରୟାସ କରାଯାଇଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ ଏ ଦିଗରେ ଆଉ ଏକ ପଦକ୍ଷେପ ।
ଚଳିତ ବର୍ଷ ମେ ୨୫ ତାରିଖରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଉତର ପ୍ରଦେଶରେ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଆୟୋଜିତ ହେଉଛି । ଏହି ପ୍ରତିଯୋଗୀତାଗୁଡିକ ବାରାଣସୀ, ଗୋରଖପୁର, ଲକ୍ଷ୍ନୌ ଏବଂ ଗୌତମ ନଗର ଠାରେ ଆୟୋଜିତ ହେଉଛି ।  ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହାର ଉଦଯାପନୀ ସମାରୋହ ଜୁନ୍ ୩ ତାରିଖରେ ବାରାଣସୀରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାର ଶୁଭଙ୍କର(ମାସ୍କଟ)ର ନାମ ଜିତୁ ରଖାଯାଇଛି, ଯାହା ଉତର ପ୍ରଦେଶର ରାଜ୍ୟ ପ୍ରାଣୀ ବାରାସିଂହା (ସ୍ୱାମ୍ପ ଡିଅର)ର ପ୍ରତିନିଧିିତ୍ୱ କରୁଛି । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi