ପ୍ରଥମ ଥର ପାଇଁ ଭାରତରେ ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହେଉଛି; ଏହି ପ୍ରତିଯୋଗିତାରେ ଭାରତ ସବୁଠୁ ବଡ ଦଳ ସହ ଖେଳୁଛି
“ଚେସର ସବୁଠାରୁ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଚେସ୍‍ର ଘର ଭାରତକୁ ଆସିଛି”
“୪୪ ତମ ଚେସ୍ ଅଲିମ୍ପିଆଡ୍ ହେଉଛି ଅନେକ ପ୍ରଥମ ଏବଂ ରେକର୍ଡର ଏକ ଟୁର୍ଣ୍ଣାମେଣ୍ଟ”
“ତାମିଲନାଡୁ ହେଉଛି ଭାରତ ପାଇଁ ଚେସ୍‌ର ପାୱାରହାଉସ୍‌”
“ତାମିଲନାଡୁରେ ସର୍ବୋତ୍ତମ ମନୋଭାବ, ଜୀବନ୍ତ ସଂସ୍କୃତି ଏବଂ ଦୁନିଆର ସର୍ବ ପୁରାତନ ଭାଷା ତାମିଲ ରହିଛି”
“ବର୍ତ୍ତମାନ ଭାରତରେ କ୍ରୀଡା ପାଇଁ ସର୍ବୋତ୍ତମ ସମୟ ”
“ଯୁବକମାନଙ୍କର ଶକ୍ତି ଏବଂ ସକ୍ଷମ ପରିବେଶର ସଂପୂର୍ଣ୍ଣ ମିଶ୍ରଣ ଯୋଗୁଁ ଭାରତର ଖେଳ ସଂସ୍କୃତି ଅଧିକ ଶକ୍ତିଶାଳୀ ହୋଇଛି”
“କ୍ରୀଡ଼ାରେ କୌଣସି ପରାଜୟ ନାହିଁ । ସେଠାରେ ବିଜେତା ଅଛନ୍ତି ଏବଂ ଭବିଷ୍ୟତର ବିଜେତା ଅଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍‌ଏନ୍ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ କେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ଶ୍ରୀ ଆର ମୁରୁଗନ ଏବଂ ଆନ୍ତର୍ଜାତୀୟ ଚେସ ମହାସଂଘ (ଏଫ୍‍ଆଇଡିଇ) ର ସଭାପତି ମଧ୍ୟ ଉପସ୍ଥିତ ଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ଭାରତ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ଖେଳାଳି ଏବଂ ଚେସ ପ୍ରେମୀଙ୍କୁ ସ୍ୱାଗତ କରିଥିଲେ । ସେ "ଆଜାଦୀ କା ଅମୃତ ମହୋତ୍ସବ” ସମୟରେ ପଡୁଥିବାରୁ ଘଟଣାର ମହତ୍ୱ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚେସରେ ସବୁଠାରୁ ସମ୍ମାନଜନକ ଟୁର୍ନାମେଣ୍ଟ ଚେସର ଘର ଭାରତକୁ ଆସିଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଅନେକ ପ୍ରଥମ ଏବଂ ରେକର୍ଡର ଏକ ଟୁର୍ନାମେଣ୍ଟଣ୍ଟ ହୋଇଛି । ଚେସ୍ ଅଲିମ୍ପିଆଡ୍ ପ୍ରଥମ ଥର ପାଇଁ ଭାରତର ଚେସ୍‌ର ଉତ୍ପତି ସ୍ଥାନରେ ଅନୁଷ୍ଠିତ ହେଉଛି । ୩ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ପାଇଁ ଏସିଆକୁ ଆସିଛି । ଏଥିରେ ସର୍ବାଧିକ ଦେଶ ଅଂଶଗ୍ରହଣ କରିଛନ୍ତି । ଏଥିରେ ସର୍ବାଧିକ ଦଳ ଅଂଶଗ୍ରହଣ କରିଛନ୍ତି । ଏଥିରେ ମହିଳା ବିଭାଗରେ ସର୍ବାଧିକ ସଂଖ୍ୟକ ଯୋଗଦାନ ରହିଛି । ଚେସ ଅଲିମ୍ପିଆଡ଼ର ପ୍ରଥମ ଧରଣର ଟର୍ଚ୍ଚ ରିଲେ ଏଥର ଆରମ୍ଭ ହୋଇଥିବା ସେ କହିଛନ୍ତି ।

ଚେସ ସହିତ ତାମିଲନାଡୁର ଦୃଢ ଐତିହାସିକ ସମ୍ପର୍କ ରହିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ଏହି କାରଣରୁ ଏହା ଭାରତ ପାଇଁ ଏକ ଚେସ୍ ପାୱାରହାଉସ୍ । ଏହା ଭାରତର ଅନେକ ଚେସ୍ ଗ୍ରାଣ୍ଡମାଷ୍ଟର ସୃଷ୍ଟି କରିଛି । ଏହା ସର୍ବଶ୍ରେଷ୍ଠ ମନୋଭାବ, ଜୀବନ୍ତ ସଂସ୍କୃତି ଏବଂ ଦୁନିଆର ସର୍ବ ପୁରାତନ ଭାଷା ତାମିଲର ଘର ଅଟେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ରୀଡା ସୁନ୍ଦର, କାରଣ ଏଥିରେ ଏକଜୁଟ ହେବାର ଅନ୍ତର୍ନିହିତ ଶକ୍ତି ଅଛି । କ୍ରୀଡା ବ୍ୟକ୍ତି ଏବଂ ସମାଜକୁ ନିକଟତର କରିଥାଏ । କ୍ରୀଡା ଦଳଗତ କାର୍ଯ୍ୟର ଏକ ଆବେଗର ପ୍ରତିପୋଷଣ କରେ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ଭଳି ଭାରତରେ କ୍ରୀଡା ପାଇଁ ଭଲ ସମୟ କେବେ ହୋଇ ନାହିଁ । ଅଲିମ୍ପିକ୍ସ, ପାରାଲିମ୍ପିକ୍ସ ଏବଂ ବଧିର ଅଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । କ୍ରୀଡା କ୍ଷେତ୍ରରେ ମଧ୍ୟ ଆମେ ଗୌରବ ହାସଲ କରିଥିଲୁ ଯେଉଁଠାରେ ଆମେ ପୂର୍ବରୁ ଜିତି ନଥିଲୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣର ସମ୍ପୂର୍ଣ୍ଣ ମିଶ୍ରଣ ହେତୁ ଭାରତର ଖେଳ ସଂସ୍କୃତି ଅଧିକ ଶକ୍ତିଶାଳୀ ହେଉଛି । ଯୁବକମାନଙ୍କର ଶକ୍ତି ଏବଂ ସକ୍ଷମ ପରିବେଶ ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ କ୍ରୀଡ଼ାରେ ପରାଜୟ ନାହିଁ । ସେଠାରେ ବିଜେତା ଅଛନ୍ତି ଏବଂ ଭବିଷ୍ୟତର ବିଜେତା ମଧ୍ୟ ଅଛନ୍ତି । ସେ ୪୪ ତମ ଚେସ ଅଲିମ୍ପିଆଡରେ ସମସ୍ତ ଦଳ ଏବଂ ଖେଳାଳିଙ୍କ ସଫଳତା କାମନା କରିଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ମଧ୍ୟ ଜୁନ ୧୯, ୨୦୨୨ ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିଥିଲେ । ଏହି ଟର୍ଚ୍ଚ ରିଲେ ସୁଇଜରଲ୍ୟାଣ୍ଡରରେ ଥିବା ଏଫ୍‍ଆଇଡିଇର ମୁଖ୍ୟାଳୟକୁ ଯିବା ପୂର୍ବରୁ ୪୦ ଦିନ ଧରି ଦେଶର ୭୫ ଟି ପ୍ରମୁଖ ସ୍ଥାନକୁ ଯାଇ ୨୦,୦୦୦ କିଲୋମିଟର ଅତିକ୍ରମ କରି ମହାବଳିପୁରମରେ ଶେଷ ହୋଇଥିଲା ।

ଚେନ୍ନାଇରେ ଜୁଲାଇ ୨୮ ରୁ ଅଗଷ୍ଟ ୯, ୨୦୨୨ ପର୍ଯ୍ୟନ୍ତ ୪୪ ତମ ଚେସ୍ ଅଲିମ୍ପିଆଡ୍ ଅନୁଷ୍ଠିତ ହେଉଛି । ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି । ୧୮୭ ଟି ଦେଶ ଅଂଶଗ୍ରହଣ ସହିତ ଯେକୌଣସି ଚେସ ଅଲିମ୍ପିଆଡ଼ରେ ଏହା ସବୁଠାରୁ ବଡ ଅଂଶଗ୍ରହଣ ଅଟେ । ୬ ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ଏହାର ବୃହତ୍ତମ ଦଳକୁ ଖେଳାଉଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance