ଭାରତ-ୟୁଏଇ ଭର୍ଚୁଆଲ୍ ସମ୍ମିଳନୀ

Published By : Admin | February 18, 2022 | 20:16 IST
PM Modi, Crown Prince of UAE hold Virtual Summit
India-UAE sign Comprehensive Economic Partnership Agreement
PM Modi welcomes UAE's investment in diverse sectors in Jammu and Kashmir

 

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହା ମହିମ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ଆଜି ଏକ ଭର୍ଚୁଆଲ ସମ୍ମିଳନୀ ମାଧ୍ୟମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର କ୍ରମାଗତ ଅଭିବୃଦ୍ଧିରେ ଉଭୟ ନେତା ଗଭୀର ସନ୍ତୋଷ ବ୍ୟକ୍ତ କରିଛନ୍ତି।

          ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମହା ମହିମ କ୍ରାଉନ୍ ପ୍ରିନ୍ସ ଏକ ମିଳିତ ଭିଜନ୍ ଷ୍ଟେଟମେଣ୍ଟ ଜାରି କରିଛନ୍ତି "ଭାରତ ଏବଂ ୟୁଏଇ ମଧ୍ୟରେ ବ୍ୟାପକ କୌଶଳ ସହଭାଗୀତା: ନୂତନ ସୀମା, ନୂତନ ମାଇଲଖୁଣ୍ଟ"। ଭାରତ ଏବଂ ୟୁଏଇ ମଧ୍ୟରେ ଭବିଷ୍ୟତ-ସହଭାଗୀତା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରତିଷ୍ଠା କରେ ଏବଂ ଫୋକସ୍ କ୍ଷେତ୍ର ଏବଂ ଫଳାଫଳକୁ ଚିହ୍ନଟ କରିଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଅର୍ଥନୀତି, ଶକ୍ତି, ଜଳବାୟୁ ସମ୍ପର୍କିତ କାର୍ଯ୍ୟ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ଏବଂ ଶିକ୍ଷା, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟସେବା ଏବଂ ପ୍ରତିରକ୍ଷା ଏବଂ ନିରାପତ୍ତା ସହିତ ବିଭିନ୍ନ କ୍ଷେତ୍ରରେ ନୂତନ ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ନୂତନତ୍ୱକୁ ଗତିଶୀଳ କରିବା।  

ଏହି ଭର୍ଚୁଆଲ୍ ସମ୍ମିଳନୀର ଏକ ପ୍ରମୁଖ ବିଶେଷତ୍ତ୍ବ ହେଉଛି ଇଣ୍ଡିଆ-ୟୁଏଇ କମ୍ପରିହେନସିଭ୍ ଇକୋନୋମିକ୍ ପାର୍ଟନରସିପ୍ ଏଗ୍ରିମେଣ୍ଟ (ସିଇପିଏ) ର ସ୍ବାକ୍ଷର ଓ ଏକ୍ସଚେଞ୍ଜ । ଏହାକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ପିୟୁଷ ଗୋୟଲ ଓ ୟୁଏଇର ଅର୍ଥନୀତି ମନ୍ତ୍ରୀ ଏଚ.ଇ. ଅବଦୁଲ୍ଲା ବିନ୍ ତୋକ୍ ଅଲ୍‌ ମାରିଙ୍କ ମଧ୍ୟରେ ଏହି ଦୁଇ ଜଣ ଲିଡରଙ୍କ ଭର୍ଚୁଆଲ୍ ଉପସ୍ଥିତିରେ କରାଯାଇଥିଲା। ଏହି ରାଜିନାମା ମାଧ୍ୟମରେ ଭାରତ ଓ ୟୁଏଇ ବ୍ୟବସାୟରେ ଉଲ୍ଲେଖନୀୟ ଲାଭ ହେବ। ଏହାଦ୍ବାରା ବଜାରରେ ଅଭିବୃଦ୍ଧି ହେବା ସହିତ ତାରିଫ୍‌ ହ୍ରାସ ପାଇବ। ଏହା ଆଶା କରାଯାଉଛି ଯେ ସିଇପିଏ ଦ୍ବାରା ଦ୍ବିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇବ ଯାହାକି ବର୍ତ୍ତମାନର ୟୁଏସ ଡଲାର 60 ବିଲିୟନରୁ ବୃଦ୍ଧି ହୋଇ ଆଗାମୀ 5 ବର୍ଷରେ ୟୁଏସ ଡଲାର 100 ବିଲିୟନ ଡଲାରରେ ପହଞ୍ଚିବ।

          ଭାରତର ସ୍ବାଧୀନତାର 75 ତମ ବାର୍ଷିକୀ ଏବଂ ୟୁଏଇର ପ୍ରତିଷ୍ଠାର 50 ବର୍ଷ ପୂର୍ତ୍ତି ଅବସରରେ ଏହି ଦୁଇ ନେତା ମିଳିତ ଭାବରେ ସ୍ମରଣୀୟ ଷ୍ଟାମ୍ପ ମଧ୍ୟ ଉନ୍ମୋଚନ କରିଛନ୍ତି। ଶିଖର ସମ୍ମିଳନୀରେ ଭାରତୀୟ ଏବଂ ୟୁଏଇ ସଂସ୍ଥାଗୁଡ଼ିକ ମଧ୍ୟରେ ସ୍ୱାକ୍ଷରିତ ଦୁଇଟି ଏମଓୟୁ ମଧ୍ୟ ଘୋଷଣା କରାଯାଇଥିଲା। ଏଗୁଡ଼ିକ ହେଉଛି, ଖାଦ୍ୟ ସୁରକ୍ଷା କରିଡର ପଦକ୍ଷେପ ସମ୍ପର୍କରେ ଏପିଇଡିଏ ଏବଂ ଡିପି ୱାର୍ଲଡ୍‌ ଓ ଅଲ୍‌ ଧାରା ମଧ୍ୟରେ ଏମଓୟୁ।  ଏହା ସହିତ ଭାରତର ଗିଫ୍‌ଟ ସିଟି ଓ ଆବୁ ଧାବି ଗ୍ଲୋବାଲ୍ ମାର୍କେଟ ଅନ୍ କୋପରେସନ ଇନ୍ ଫାଇନାନ୍ସିଆଲ୍ ପ୍ରୋଜେକ୍ଟସ ଆଣ୍ଡ ସର୍ଭିସେସ୍ ମଧ୍ୟରେ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଆଉ ଦୁଇଟି ଏମଓୟୁ – ଗୋଟିଏ ହେଉଛି ଜଳବାୟୁ ସମ୍ପର୍କିତ ସହଯୋଗ ଓ ଅନ୍ୟଟି ଶିକ୍ଷା ସମ୍ପର୍କରେ ସ୍ବାକ୍ଷରିତ ହୋଇଛି।

କୋଭିଡ ମହାମାରୀ ସମୟରେ ଭାରତୀୟ ମାନଙ୍କର ଯତ୍ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ମହାମହିମ କ୍ରାଉନ୍‌ ପିନ୍ସ ଆବୁଧାବିଙ୍କୁ  ଧନ୍ୟବାଦ ଜଣାଇଛନ୍ତି। ସେ ମଧ୍ୟ ତାଙ୍କୁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”