ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ଯୁବ କ୍ରୀଡା ୨୦୨୫ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଯୁବ କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କ୍ରୀଡାବିତମାନେ ବର୍ତ୍ତମାନ ସୁଦ୍ଧା ୪୮ ପଦକ ହାସଲ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରାଧାନମନ୍ତ୍ରୀ କହିଛନ୍ତି;
“ଆମର ଯୁବ କ୍ରୀଡାବିତମାନେ ଏସୀୟ ଯୁବ କ୍ରୀଡା ୨୦୨୫ରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ସହିତ ୪୮ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । କ୍ରୀଡାବିତ ଦଳକୁ ଅଭିନନ୍ଦନ । ସେମାନଙ୍କର ଆଗ୍ରହ, ଦୃଢ଼ ନିଷ୍ଠା ଏବଂ କଠିନ ପରିଶ୍ରମ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା ।”
Our young athletes have scripted history at the Asian Youth Games 2025 with their best-ever performance, winning an impressive 48 medals. Congrats to the contingent. Their passion, determination and hardwork are clearly visible. My best wishes for their future endeavours. pic.twitter.com/OWWW7F8O1M
— Narendra Modi (@narendramodi) November 2, 2025


