ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଏନ.ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ କଥା ହେବା ସହିତ ମୁଖ୍ୟମନ୍ତ୍ରୀ ଭାବେ ୧୫ ବର୍ଷ ପୂର୍ଣ୍ଣ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ନାଇଡ଼ୁଙ୍କ ଭବିଷ୍ୟଦର୍ଶୀ ଦୃଷ୍ଟିକୋଣ ଏବଂ ସୁଶାସନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ଯାହାକି ତାଙ୍କ ରାଜନୈତିକ ଜୀବନରେ ନିରନ୍ତର ଭାବେ ରହିଛି । ଶ୍ରୀ ମୋଦୀ ଶ୍ରୀ ନାଇଡ଼ୁଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ସ୍ମରଣ କରିଥିଲେ, ଯାହାକି ୨୦୦୦ ମସିହା ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ କି ଉଭୟେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଜନସେବା ପ୍ରତି ଶ୍ରୀ ନାଇଡ଼ୁଙ୍କ ସମର୍ପଣ ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଆନ୍ଧ୍ର ପ୍ରଦେଶର ଜନସାଧାରଣଙ୍କ ପ୍ରଗତି ଏବଂ କଲ୍ୟାଣ ପାଇଁ ନିରନ୍ତର ପ୍ରୟାସ ସକାଶେ ଶ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

‘ଚନ୍ଦ୍ରବାବୁ ନାଇଡ଼ୁ ଗାରୁଙ୍କ ସହ କଥା ହେଲି ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୧୫ ବର୍ଷ ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲି । ତାଙ୍କର ଭବିଷ୍ୟଦର୍ଶୀ ଦୃଷ୍ଟିକୋଣ ଏବଂ ସୁଶାସନ ପ୍ରତି ତାଙ୍କର ପ୍ରତିବଦ୍ଧତା ତାଙ୍କ ରାଜନୈତିକ ଜୀବନରେ ନିରନ୍ତର ଭାବେ କରହିଛି । ୨୦୦୦ ମସିହାର ପ୍ରାରମ୍ଭ ସମୟରେ ଯେତେବେଳେ ଆମେ ଉଭୟେ ମୁଖମନ୍ତ୍ରୀ ଥିଲୁ ସେ ସମୟରୁ ଚନ୍ଦ୍ରବାବୁ ଗାରୁଙ୍କ ସହ ଅନେକବାର ମିଳିମିଶି କାମ କରିଛି । ଆନ୍ଧ୍ର ପ୍ରଦେଶର କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବନାର ସହ କାମ କରିବା ସକାଶେ ତାଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI completes 10 years, clocks nearly 13,000-fold rise in transaction volume

Media Coverage

UPI completes 10 years, clocks nearly 13,000-fold rise in transaction volume
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi