ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଫ୍ରେଡରିକ୍ ମର୍ଜଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି ଏବଂ ଜର୍ମାନୀ ସଂଘୀୟ ଗଣରାଜ୍ୟର ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ କରିବା ହେତୁ ଅଭିନନ୍ଦନ ଜଣାଇଛନ୍ତି।
ଗତ 25 ବର୍ଷ ମଧ୍ୟରେ ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାରେ ଉତ୍କୃଷ୍ଟ ପ୍ରଗତିକୁ ଉଲ୍ଲେଖ କରି, ଦୁଇ ନେତା ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ଏବଂ ନବସୃଜନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଘନିଷ୍ଠ ଭାବରେ କାମ କରିବାକୁ ସହମତ ହୋଇଛନ୍ତି। ଉଭୟ ନେତା ଜର୍ମାନୀରେ ଭାରତୀୟ ପ୍ରବାସୀମାନଙ୍କ ଦ୍ୱାରା କରାଯାଇଥିବା ସକାରାତ୍ମକ ଅବଦାନକୁ ଉଲ୍ଲେଖ କରିଛନ୍ତି।
ସେମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନେତାମାନେ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି।
ପ୍ରଧାନମନ୍ତ୍ରୀ ଚାନ୍ସେଲର ମର୍ଜଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି। ନେତାମାନେ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।
Spoke to Chancellor @_FriedrichMerz and congratulated him on assuming office. Reaffirmed our commitment to further strengthen the Strategic Partnership between India and Germany. Exchanged views on regional and global developments. We stand united in the fight against terrorism.
— Narendra Modi (@narendramodi) May 20, 2025


