ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍ଏସ୍-୦୩ର ସଫଳ ଉତ୍କ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମର ମହାକାଶ କ୍ଷେତ୍ରର ଆମକୁ ଗର୍ବିତ କରିଚାଲିଛି!
ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍ଏସ୍-୦୩ର ସଫଳ ଉତ୍କ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ।
ଏହା ପ୍ରଶଂସନୀୟ ଯେ, ଆମର ମହାକାଶ ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଆମ ମହାକାଶ କ୍ଷେତ୍ର ନବାଚାର ଏବଂ ଉତ୍କର୍ଷତାର ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି । ସେମାନଙ୍କ ସଫଳତା ଜାତୀୟ ପ୍ରଗତିକୁ ଆହୁରି ଆଗକୁ ବଢ଼ାଇଛି ଏବଂ ଅଗଣିତ ଜୀବନକୁ ସଶକ୍ତ କରିଛି ।
@isro”
Our space sector continues to make us proud!
— Narendra Modi (@narendramodi) November 2, 2025
Congratulations ISRO on the successful launch of India’s heaviest communication satellite, CMS-03.
Powered by our space scientists, it is commendable how our space sector has become synonymous with excellence and innovation. Their…


