ଉଦଘାଟନୀ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ ବିଜୟୀ ହୋଇ ଇତିହାସ ରଚିଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।
ସିରିଜରେ ଅପରାଜିତ ରହିବାର ଉଲ୍ଲେଖନୀୟ ସଫଳତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହାକୁ ସେ କଠିନ ପରିଶ୍ରମ, ଦଳଗତ ପ୍ରଚେଷ୍ଟା ଏବଂ ଦୃଢ଼ତାର ଜ୍ୱଳନ୍ତ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ପ୍ରତ୍ୟେକ ଖେଳାଳି ଜଣେ ଜଣେ ଚାମ୍ପିଅନ ଯିଏ କି ଦେଶ ପାଇଁ ଗୌରବ ଆଣିପାରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,
“ଉଦଘାଟନୀ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ ବିଜୟୀ ହୋଇ ଇତିହାସ ରଚିଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ଅଭିନନ୍ଦନ! ଅଧିକ ପ୍ରଶଂସାଯୋଗ୍ୟ ବିଷୟ ଏହା ଯେ ଟିମ ସିରିଜରେ ଅପରାଜିତ ରହିଛି । ଏହା ବାସ୍ତବରେ କ୍ରୀଡ଼ାକ୍ଷେତ୍ରରେ ଐତିହାସିକ କୃତିତ୍ୱ,କଠିନ ପରିଶ୍ରମ, ଦଳଗତ ପ୍ରଚେଷ୍ଟା ଏବଂ ଦୃଢ଼ତାର ଜ୍ୱଳନ୍ତ ଉଦାହରଣ । ପ୍ରତ୍ୟେକ ଖେଳାଳି ଜଣେ ଜଣେ ଚାମ୍ପିଅନ! ଟିମକୁ ସେମାନଙ୍କର ଭବିଷ୍ୟତର ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଉଛି । ଏହି ସଫଳତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାଦାୟକ ହୋଇ ରହିବ ।”
Congratulations to Indian Blind Women’s Cricket Team for creating history by winning the inaugural Blind Women’s T20 World Cup! More commendable is the fact that they stayed unbeaten in the series. This is indeed a historic sporting achievement, a shining example of hardwork,… pic.twitter.com/wARpvRRoIm
— Narendra Modi (@narendramodi) November 24, 2025


