ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକପ୍ ଟାଇଟଲ୍ ଜିତିଥିବା ଭାରତର ୧୯ ବର୍ଷରୁ କମ୍ କ୍ରିକେଟ ଦଳର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।
ଏହି ପ୍ରତିଯୋଗିତାରେ ଅସାଧାରଣ କୌଶଳ ପ୍ରଦର୍ଶନ କରି ଭଲ ଖେଳିଥିବାରୁ ପ୍ରଧାନମନ୍ତ୍ରୀ ଦଳକୁ ପ୍ରଶଂସା କରିଥିଲେ। ଏହି ବିଜୟ ଅନେକ ଯୁବ କ୍ରୀଡ଼ାବିତଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।
ଏକ୍ସରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି:
"ଭାରତର କ୍ରିକେଟ୍ ପ୍ରତିଭା ଚମକୁଛନ୍ତି !
ବିଶ୍ୱକପ୍ ଘରକୁ ଆଣିଥିବାରୁ ଆମ ୧୯ ବର୍ଷରୁ କମ୍ ଦଳ ପାଇଁ ଗର୍ବିତ। ଦଳ ଏହି ପ୍ରତିଯୋଗିତାରେ ଅସାଧାରଣ କୌଶଳ ପ୍ରଦର୍ଶନ କରି ବହୁତ ଭଲ ଖେଳିଛି। ଏହି ବିଜୟ ଅନେକ ଯୁବ କ୍ରୀଡ଼ାବିତଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ଆଗାମୀ ପ୍ରୟାସ ପାଇଁ ଖେଳାଳିମାନଙ୍କୁ ଶୁଭେଚ୍ଛା "
India’s cricketing talent shines!
— Narendra Modi (@narendramodi) February 6, 2026
Proud of our U-19 team for bringing home the World Cup. The team has played very well through the tournament, showcasing exceptional skill. This win will inspire several young sportspersons too. Best wishes to the players for their upcoming…


