ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମନୋନୀତ ବ୍ୟକ୍ତିଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି ।

ଆଇନଗତ ବୃତ୍ତି ପ୍ରତି ତାଙ୍କର ଅନୁକରଣୀୟ ନିଷ୍ଠା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଅଟଳ ପ୍ରତିବଦ୍ଧତା ପାଇଁ ଶ୍ରୀ ଉଜ୍ଜ୍ୱଳ ନିକମଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଶ୍ରୀ ନିକମ ଜଣେ ସଫଳ ଓକିଲ । ସେ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମାମଲାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସାଧାରଣ ନାଗରିକଙ୍କ ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି । ଶ୍ରୀ ମୋଦୀ ରାଜ୍ୟସଭାକୁ ତାଙ୍କର ମନୋନୟନକୁ ସ୍ୱାଗତ କରିବା ସହ ତାଙ୍କର ସଂସଦୀୟ ଭୂମିକାର ସଫଳତା କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଇନ କ୍ଷେତ୍ର ଏବଂ ଆମ ସମ୍ବିଧାନ ପ୍ରତି ଶ୍ରୀ ଉଜ୍ଜ୍ୱଳ ନିକମଙ୍କ ନିଷ୍ଠା ଅନୁକରଣୀୟ । ସେ କେବଳ ଜଣେ ସଫଳ ଓକିଲ ନୁହନ୍ତି ବରଂ ମହତ୍ୱପୂର୍ଣ୍ଣ ମାମଲାରେ ନ୍ୟାୟ ପାଇବାରେ ମଧ୍ୟ ଆଗଧାଡିରେ ରହିଆସିଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଆଇନ କ୍ୟାରିଅରରେ ସେ ସର୍ବଦା ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଏବଂ ସାଧାରଣ ନାଗରିକଙ୍କ ନିମନ୍ତେ ସମ୍ମାନ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ଏହା ଖୁସିର କଥା ଯେ, ଭାରତର ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ତାଙ୍କର ସଂସଦୀୟ ଇନିଂସ ପାଇଁ ମୋର ଶୁଭକାମନା ।”

ପ୍ରଧାନମନ୍ତ୍ରୀ ଶ୍ରୀ ସି. ସଦାନନ୍ଦନ ମାଷ୍ଟରଙ୍କ ଜୀବନକୁ ସାହସ ଏବଂ ଅନ୍ୟାୟର ପ୍ରତିରୋଧର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ହିଂସା ଏବଂ ଧମକର ସମ୍ମୁଖୀନ ହେବା ସତ୍ତ୍ୱେ, ଶ୍ରୀ ସଦାନନ୍ଦ ମାଷ୍ଟର ଜାତୀୟ ବିକାଶ ପାଇଁ ପ୍ରତିବଦ୍ଧ ଥିଲେ । ଜଣେ ଶିକ୍ଷକ ଏବଂ ସମାଜସେବୀ ଭାବରେ ତାଙ୍କର ଅବଦାନକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଯୁବ ଶକ୍ତି ପ୍ରତି ତାଙ୍କର ଆଗ୍ରହ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭା ପାଇଁ ମନୋନୀତ କରାଯାଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ନୂତନ ଦାୟିତ୍ୱ ପାେଇଁ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ସି. ସଦାନନ୍ଦନ ମାଷ୍ଟରଙ୍କ ଜୀବନ ସାହସର ଏକ ପ୍ରତୀକ, ଯିଏ ଅନ୍ୟାୟ ଆଗରେ ମୁଣ୍ଡ ନୁଁଆଇବାକୁ ମନା କରିଥିଲେ । ହିଂସା ଏବଂ ଭୟଭୀତ କରିବା ଜାତୀୟ ବିକାଶ ପ୍ରତି ତାଙ୍କର ମନୋବଳକୁ ରୋକିପାରି ନାହିଁ । ଜଣେ ଶିକ୍ଷକ ଏବଂ ସମାଜସେବୀ ଭାବରେ ତାଙ୍କର ପ୍ରୟାସ ମଧ୍ୟ ପ୍ରଶଂସନୀୟ । ସେ ଯୁବ ସଶକ୍ତିକରଣ ପ୍ରତି ଅତ୍ୟନ୍ତ ଉତ୍ସାହୀ । ରାଷ୍ଟ୍ରପତିଙ୍କ ଦ୍ୱାରା ରାଜସଭାକୁ ମନୋନୀତ ହେବା ପାଇଁ ତାଙ୍କୁ ଅଭିନନ୍ଦନ । ସାଂସଦ ଭାବରେ ତାଙ୍କର ଭୂମିକା ପାଇଁ ଶୁଭେଚ୍ଛା ”

 

 

ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ନାମାଙ୍କନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ କୂଟନୀତିଜ୍ଞ, ବୁଦ୍ଧିଜୀବୀ ଏବଂ ରଣନୀତିକ ବିଚାରକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭାରତର ବୈଦେଶିକ ନୀତିରେ ଶ୍ରୀ ଶ୍ରୀଙ୍ଗଲାଙ୍କ ଅବଦାନ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ତାଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟସଭାକୁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଖୁସି ଏବଂ ତାଙ୍କର ଅନ୍ତର୍ଦୃଷ୍ଟି ସଂସଦୀୟ ବିତର୍କକୁ ସମୃଦ୍ଧ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଜଣେ କୂଟନୀତିଜ୍ଞ, ବୌଦ୍ଧିକ ଏବଂ ରଣନୀତିକ ବିଚାରକ ଭାବରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ବର୍ଷ ବର୍ଷ ଧରି ସେ ଭାରତର ବୈଦେଶିକ ନୀତିରେ ପ୍ରମୁଖ ଅବଦାନ ଦେଇଛନ୍ତି । ଏହାଛଡା ଆମର ଜି୨୦ ଅଧ୍ୟକ୍ଷତା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇଛନ୍ତି । ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିବାରୁ ମୁଁ ଖୁସି । ତାଙ୍କର ଅନନ୍ୟ ଦୃଷ୍ଟିକୋଣ ସଂସଦୀୟ କାର୍ଯ୍ୟକୁ ସମୃଦ୍ଧ କରିବ ।

@harshvshringla”

 

 

ଡକ୍ଟର ମୀନାକ୍ଷୀ ଜୈନଙ୍କ ମନୋନୟନ ଉପରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ଜଣେ ବିଦ୍ୱାନ, ଗବେଷକ ଏବଂ ଐତିହାସିକ ଭାବରେ ତାଙ୍କର ବିଶିଷ୍ଟ କାର୍ଯ୍ୟକୁ ପ୍ରଶଂସା କରିବା ସହ ଶିକ୍ଷା, ସାହିତ୍ୟ, ଇତିହାସ ଓ ରାଜନୀତି ବିଜ୍ଞାନରେ ତାଙ୍କର ଅବଦାନକୁ ସେ ଉଲ୍ଲେଖ କରିଛନ୍ତି । ରାଜ୍ୟସଭାରେ ତାଙ୍କର କାର୍ଯ୍ୟ ପାଇଁ ସେ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ, ଡକ୍ଟର ମୀନାକ୍ଷୀ ଜୈନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜସଭାକୁ ମନୋନୀତ କରାଯାଇଛି । ଜଣେ ବିଦ୍ୱାନ, ଗବେଷକ ଏବଂ ଐତିହାସିକ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଶିକ୍ଷା, ସାହିତ୍ୟ, ଇତିହାସ ଏବଂ ରାଜନୀତି ବିଜ୍ଞାନ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଶୈକ୍ଷିକ ଆଲୋଚନାକୁ ଯଥେଷ୍ଟ ସମୃଦ୍ଧ କରିଛି । ତାଙ୍କର ସଂସଦୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା ।

@IndicMeenakshi”

 

 

Commenting on the nomination of Dr. Meenakshi Jain, the Prime Minister said it is a matter of immense joy. He acknowledged her distinguished work as a scholar, researcher, and historian, and noted her contributions to education, literature, history, and political science. He extended his best wishes for her tenure in the Rajya Sabha.

The Prime Minister said;

“It’s a matter of immense joy that Dr. Meenakshi Jain Ji has been nominated to the Rajya Sabha by Rashtrapati Ji. She has distinguished herself as a scholar, researcher and historian. Her work in the fields of education, literature, history and political science have enriched academic discourse significantly. Best wishes for her Parliamentary tenure.
@IndicMeenakshi”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘All set for BRICS 2026!': PM Modi shares video of preparations at venue ahead of mega Summit

Media Coverage

‘All set for BRICS 2026!': PM Modi shares video of preparations at venue ahead of mega Summit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”