ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ଡ. ଆର. ବାଲସୁବ୍ରମଣ୍ୟମ ଜୀ ଏବଂ ଡ. ଜୋରାମ ଆନିୟା ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେମାନଙ୍କର ସମୃଦ୍ଧ ଅଭିଜ୍ଞତା ଏବଂ ବିଭିନ୍ନ ପ୍ରସଙ୍ଗରେ ଗଭୀର ବୁଝାମଣା ନୀତି ନିର୍ଦ୍ଧାରଣକୁ ବ୍ୟାପକ ଭାବେ ସୁଦୃଢ଼ କରିବ। ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସେମାନଙ୍କ ଯୋଗଦାନ ବିଭିନ୍ନ କ୍ଷେତ୍ରରେ ନବସୃଜନ ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସେ ମଧ୍ୟ ସେମାନଙ୍କୁ ଆଗାମୀ ଏକ ଫଳପ୍ରଦ ଏବଂ ପ୍ରଭାବଶାଳୀ କାର୍ଯ୍ୟକାଳ କାମନା କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ଡକ୍ଟର ଆର. ବାଲସୁବ୍ରମଣ୍ୟମ ଜୀ ଏବଂ ଡକ୍ଟର ଜୋରାମ ଆନିୟା ଜୀଙ୍କୁ ଅଭିନନ୍ଦନ। ସେମାନଙ୍କର ସମୃଦ୍ଧ ଅଭିଜ୍ଞତା ଏବଂ ବିଭିନ୍ନ ପ୍ରସଙ୍ଗରେ ଗଭୀର ବୁଝାମଣା ନୀତି ନିର୍ଦ୍ଧାରଣକୁ ବହୁତ ମଜବୁତ କରିବ। ମୋର ବିଶ୍ୱାସ ଯେ ସେମାନଙ୍କର ଯୋଗଦାନ ବିଭିନ୍ନ କ୍ଷେତ୍ରରେ ନବସୃଜନ ଏବଂ ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହେବ। ସେମାନଙ୍କୁ ଆଗକୁ ଏକ ଅତ୍ୟନ୍ତ ଫଳପ୍ରଦ ଏବଂ ପ୍ରଭାବଶାଳୀ କାର୍ଯ୍ୟକାଳ କାମନା କରୁଛି । "
Congratulations to Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog. Their rich experience and deep understanding of various issues will greatly strengthen policy making. I am confident their contributions will help drive…
— Narendra Modi (@narendramodi) May 2, 2026


