ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା ଦେଶମୁଖଙ୍କୁ କେବଳ ୨୦୨୫ ଫିଡେ ମହିଳା ବିଶ୍ୱକପ ଜିତିବା ପାଇଁ ନୁହେଁ ବରଂ ଜଣେ ଗ୍ରାଣ୍ଡମାଷ୍ଟର ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ତାଙ୍କର ଏହି ସଫଳତା ଅନେକ ଲୋକଙ୍କୁ ପ୍ରେରିତ କରିବ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଚେସକୁ ଆହୁରି ଲୋକପ୍ରିୟ କରିବାରେ ଯୋଗଦାନ ଦେବ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଭାରତୀୟ ଚେସ ପାଇଁ ଏହା ଏକ ବିଶେଷ ଦିନ !
ଦିବ୍ୟା ଦେଶମୁଖ କେବଳ ୨୦୨୫ ଫିଡେ ମହିଳା ବିଶ୍ୱକପ ଜିତି ନାହାଁନ୍ତି ବରଂ ଜଣେ ଗ୍ରାଣ୍ଡମାଷ୍ଟର ମଧ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କର ଏହି ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଚେସ୍କୁ ଆହୁରି ଲୋକପ୍ରିୟ କରିବାରେ ଯୋଗଦାନ ଦେବ ।”
@DivyaDeshmukh05
It’s been a phenomenal day for Indian Chess!
— Narendra Modi (@narendramodi) July 28, 2025
Divya Deshmukh has not only won the 2025 FIDE Women’s World Cup but also become a Grandmaster. Congratulations to her. Her accomplishment will motivate many people and contribute to chess becoming even more popular among the youth.… https://t.co/JOZZ37RLnN


