‘‘ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଯାତ୍ରା ଚିରାଚରିତ ହେବା ଉଚିତ୍‌ ନୁହେଁ । ଏହି ୨୫ ବର୍ଷର ଅମୃତ କାଳକୁ ଏକତ୍ରିତ ଭାବେ ଦେଖିବା ସହିତ ଏବେ ଠାରୁ ହିଁ ଆମକୁ ଏକ ଲକ୍ଷ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ । ଚଳିତ ବର୍ଷର ସମାରୋହ ଏହି ଯାତ୍ରାର ନିର୍ଣ୍ଣାୟକ ମୋଡ଼ ହେବା ଆବଶ୍ୟକ’’
‘‘ଦେଶରେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବା ଉଚିତ୍‌, ସେମାନଙ୍କ ଜୀବନ ସହଜ ହେବା ଆବଶ୍ୟକ ଏବଂ ସେମାନେ ଏହି ସହଜତାକୁ ଅନୁଭବ କରିବା ଉଚିତ୍‌’’
‘‘ସ୍ୱପ୍ନରୁ ସଙ୍କଳ୍ପ ଏବଂ ସଂକଳ୍ପରୁ ସିଦ୍ଧି ପ୍ରାପ୍ତିର ଯାତ୍ରାରେ ସାଧାରଣ ଲୋକଙ୍କୁ ସହାୟତା କରିବା ଲାଗି ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ଉଚିତ୍‌’’
‘ବିଶ୍ଵସ୍ତରରେ ଜାରି ରହିଥିବା ଗତିବିଧିକୁ ଯଦି ଆମେ ଅନୁସରଣ କରିବା ନାହିଁ ତା’ହେଲେ ଆମର ପ୍ରାଥମିକତା ଏବଂ ଧ୍ୟାନର କ୍ଷେତ୍ରକୁ ଆକଳନ କରିବା କଷ୍ଟକର ହୋଇପଡ଼ିବ । ଏପରି ମାନସିକ ଦୃଷ୍ଟିକୋଣ ନେଇ ଆମେ ଆମର ଯୋଜନା ଏବଂ ପ୍ରଶାସନିକ ମଡେଲକୁ ବିକଶିତ କରିବା ଆବଶ୍ୟକ’’
‘‘ସମାଜର ସାମର୍ଥ୍ୟକୁ ପ୍ରୋତ୍ସାହିତ, ଉନ୍ମୁକ୍ତ କରିବା ସହିତ ସମର୍ଥନ ଯୋଗାଇ ଦେବା ସରକାରୀ ବ୍ୟବସ୍ଥାର କର୍ତ୍ତବ୍ୟ’’
‘‘ପ୍ରଶାସନିକ ସଂସ୍କାର ପ୍ରତି ଆମର ସମର୍ଥନ ସବୁବେଳେ ଜାରି ରହିବା ଉଚିତ୍‌’’
‘‘ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସବୁବେଳେ ‘ରାଷ୍ଟ୍ର ପ୍ରଥମ’ ଭାବନା ରହିବା ଆବଶ୍ୟକ’’
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।
ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି. କେ ମିଶ୍ର, କ୍ୟାବିନେଟ୍‌ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସବୁ ‘କର୍ମଯୋଗୀ’ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଶାସନରେ ସୁଧାର ଆଣିବା ଏବଂ ପରସ୍ପର ମଧ୍ୟରେ ଜ୍ଞାନର ବିତରଣ କରିବା ଲାଗି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ ପରାମର୍ଶ ଦେଇଥିଲେ ଯେ ସବୁ ପ୍ରଶିକ୍ଷଣ ଏକାଡେମୀଗୁଡ଼ିକ ଏକ ସପ୍ତାହ ଆଧାରରେ ପୁରସ୍କାର ବିଜେତାମାନଙ୍କର ପ୍ରକ୍ରିୟା ଓ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ବିନିମୟ କରିବା ଆବଶ୍ୟକ । ଦ୍ୱିତୀୟରେ, ପୁରସ୍କାର ବିଜେତା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ଯୋଜନାକୁ ଚୟନ କରାଯାଇ  କେତେକ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଏବଂ ଏ ସମ୍ପର୍କରେ ପରବର୍ତ୍ତୀ ବର୍ଷ ପ୍ରଶାସନିକ ସେବା ଦିବସରେ ଆଲୋଚନା କରିବା ଉଚିତ୍‌ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦-୨୨ ବର୍ଷ ଧରି, ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏବେ ପ୍ରଧାନମନ୍ତ୍ରୀ ଭାବେ ସେ ପ୍ରଶାସନିକ ସେବା ଅଧିକାରୀମାନଙ୍କ ସହିତ ଆଲୋଚନା କରି ଆସୁଛନ୍ତି । ଏହା ତାଙ୍କ ପାଇଁ ଏକ ଆପୋସ ଶିକ୍ଷଣୀୟ ଅନୁଭୂତି ହୋଇ ରହି ଆସିଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବାରୁ ଚଳିତ ବର୍ଷ ପ୍ରଶାସନିକ ସେବା ଦିବସର ସମାରୋହ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ବିଶେଷ ବର୍ଷରେ ନିଜ ନିଜ ଜିଲ୍ଲାକୁ ପୂର୍ବତନ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିବା ଲାଗି ସେ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଜିଲ୍ଲା ପ୍ରଶାସନରେ ଏକ ନୂତନ ଉତ୍ସାହ ଆସିବ ଏବଂ ଅତୀତର ଅଭିଜ୍ଞତା ବିଷୟରେ ଅବଗତ ହେବା ଫଳରେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୋଣରେ ଗତିଶୀଳତା ଆସିପାରିବ । ଅନୁରୂପ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବମାନଙ୍କୁ ନିମନ୍ତ୍ରଣ କରିପାରିବେ ଏବଂ ଏହି ସ୍ମରଣୀୟ ବର୍ଷରେ ସ୍ୱାଧୀନ ଭାରତର ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ପ୍ରଶାସନିକ ବ୍ୟବସ୍ଥାର ପ୍ରମୁଖ ନେତୃବର୍ଗଙ୍କ ଅଭିଜ୍ଞତାର ଲାଭ ନେଇପାରିବେ । ଆଜାଦୀ କା ଅମୃତ ମହୋତ୍ସବ ବର୍ଷରେ ପ୍ରଶାସନିକ ସେବାକୁ ସମ୍ମାନିତ କରିବା ଲାଗି ଏହା ସବୁଠାରୁ ଉପଯୁକ୍ତ ମାର୍ଗ ହୋଇପାରିବ ।

ସେ କହିଥିଲେ, ଅମୃତ କାଳ କେବଳ ଏକ ଉତ୍ସବ ପାଳନ ସମାରୋହ ନୁହେଁ କିମ୍ବା ଅତୀତକୁ ପ୍ରଶଂସା କରିବା ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ଯାତ୍ରାକୁ ଚିରାଚରିତ ଢଙ୍ଗରେ ଆଗେଇ ନେବାର ସମୟ ନୁହେଁ । ଏହି ୨୫ ବର୍ଷର ଅମୃତ କାଳକୁ ଏକତ୍ରିତ ଭାବେ ଦେଖିବା ସହିତ ଏବେ ଠାରୁ ହିଁ ଆମକୁ ଏକ ଲକ୍ଷ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ । ଚଳିତ ବର୍ଷର ସମାରୋହ ଏହି ଯାତ୍ରାର ନିର୍ଣ୍ଣାୟକ ମୋଡ଼ ହେବା ଆବଶ୍ୟକ । ଦେଶର ପ୍ରତ୍ୟେକ ଜିଲ୍ଲା ଏହି ଭାବନାକୁ ନେଇ ଆଗକୁ ବଢ଼ିବା ଉଚିତ୍‌ ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୯୪୭ ମସିହା ଆଜିର ଦିନରେ ସର୍ଦ୍ଦାର ପଟେଲ ଯେଉଁ ଶପଥ କରିଥିଲେ ଏବଂ ମାର୍ଗ ଦେଖାଇଥିଲେ ସେହି ମାର୍ଗରେ ଆମେ ନିଜକୁ ସମର୍ପିତ କରିବା ଲାଗି ବର୍ତ୍ତମାନ ସମୟ ଆସିଛି । ତେଣୁ ଆମ ପ୍ରୟାସରେ ସାମାନ୍ୟ ଊଣା ହେବା ଅନୁଚିତ୍‌ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମେ ତିନୋଟି ଲକ୍ଷ୍ୟ ପ୍ରତି ସମର୍ପିତ ହେବା ଆବଶ୍ୟକ । ପ୍ରଥମ ଲକ୍ଷ୍ୟ ହେଉଛି, ଦେଶରେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବା ଉଚିତ୍‌, ସେମାନଙ୍କ ଜୀବନ ସହଜ ହେବା ଆବଶ୍ୟକ ଏବଂ ସେମାନେ ଏହି ସହଜତାକୁ ଅନୁଭବ କରିବା ଉଚିତ୍‌ । ସରକାରଙ୍କ ସହ ସମ୍ପର୍କ ସ୍ଥାପନରେ ସାଧାରଣ ଜନତାଙ୍କୁ କୌଣସି ଅସୁବିଧା ହେବା ଉଚିତ୍‌ ନୁହେଁ । ବିନା ବାଧାରେ ସେମାନଙ୍କ ପାଖରେ ସବୁ ଲାଭ ଏବଂ ସେବା ପହଞ୍ଚିବା ଆବଶ୍ୟକ । ସାଧାରଣ ଲୋକଙ୍କ ସ୍ୱପ୍ନକୁ ସଂକଳ୍ପ ଦିଗରେ ନେଇଯିବାର ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ ରହିଛି । ଏହି ସଂକଳ୍ପକୁ ସିଦ୍ଧିରେ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଥିଲେ ।  ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ସ୍ୱପ୍ନରୁ ସଙ୍କଳ୍ପ ଏବଂ ସଂକଳ୍ପରୁ ସିଦ୍ଧି ପ୍ରାପ୍ତିର ଯାତ୍ରାରେ ସାଧାରଣ ଲୋକଙ୍କୁ ସହାୟତା କରିବା ଲାଗି ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ଉଚିତ୍‌ ।’’  ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ବିଶ୍ଵ ସ୍ତରରେ ଭାରତର ସ୍ଥିତି ଏବଂ ସମ୍ମାନ ବୃଦ୍ଧି ପାଉଛି । ତେଣୁ ଆମେ ଯାହା କରିବା ତାହା ବିଶ୍ଵ ପରିଦୃଶ୍ୟକୁ ଆଖି ଆଗରେ ରଖି କରାଯିବା ଉଚିତ୍‌ । ‘‘ବିଶ୍ଵସ୍ତରରେ ଜାରି ରହିଥିବା ଗତିବିଧିକୁ ଯଦି ଆମେ ଅନୁସରଣ କରିବା ନାହିଁ ତା’ହେଲେ ଆମର ପ୍ରାଥମିକତା ଏବଂ ଧ୍ୟାନର କ୍ଷେତ୍ରକୁ ଆକଳନ କରିବା କଷ୍ଟକର ହୋଇପଡ଼ିବ । ଏପରି ମାନସିକ ଦୃଷ୍ଟିକୋଣ ନେଇ ଆମେ ଆମର ଯୋଜନା ଏବଂ ପ୍ରଶାସନିକ ମଡେଲକୁ ବିକଶିତ କରିବା ଆବଶ୍ୟକ’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ବାରୋପ କରି କହିଥିଲେ ଯେ ଆମର ବ୍ୟବସ୍ଥା ଏବଂ ମଡେଲ ନିୟମିତ ଗତିରେ ସମୟୋପଯୋଗୀ ହେବା ଆବଶ୍ୟକ । ବିଗତ ଶତାବ୍ଦୀର ବ୍ୟବସ୍ଥା ସହିତ ଆମେ ବର୍ତ୍ତମାନର ସମସ୍ୟାଗୁଡ଼ିକୁ ସମାଧାନ କରିପାରିବା ନାହିଁ । ତୃତୀୟତଃ, ସେ କହିଥିଲେ ଯେ, ‘‘ବ୍ୟବସ୍ଥା ଭିତରେ ଆମେ ଯେଉଁ ଠାରେ ଥାଉ ନା କାହିଁକି ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତାକୁ ସୁରକ୍ଷିତ ରଖିବା ଆମର ପ୍ରମୁଖ ଦାୟିତ୍ୱ ହେବା ଆବଶ୍ୟକ । ଏହି କ୍ଷେତ୍ରରେ ଆଦୌ ସାଲିସ୍‌ କରାଯିବା ଉଚିତ୍‌ ନୁହେଁ । ଏପରି ମାପଦଣ୍ଡକୁ ଆଧାର କରି ସ୍ଥାନୀୟ ନିଷ୍ପତ୍ତିଗୁଡ଼ିକ ମଧ୍ୟ ନିଆଯିବା ଉଚିତ୍‌ ।  ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବାର ସାମର୍ଥ୍ୟକୁ ଆଧାର କରି ଆମର ପ୍ରତ୍ୟେକ ନିଷ୍ପତ୍ତିର ମୂଲ୍ୟାଙ୍କନ କରାଯିବା ଆବଶ୍ୟକ । ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସବୁବେଳେ ‘ରାଷ୍ଟ୍ର ପ୍ରଥମ’ ଭାବନା ରହିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆମ ଦେଶର ଏକ ମହାନ ସଂସ୍କୃତି ରହିଛି । ଆମ ଦେଶ ରାଜକୀୟ ପ୍ରଣାଳୀ ଏବଂ ରାଜ ସିଂହାସନରେ ତିଆରି ନୁହେଁ । ହଜାର ହଜାର ବର୍ଷ ଧରି ଆମ ଦେଶରେ ଯେଉଁ ପରମ୍ପରା ରହି ଆସଛି ତାହା ସାଧାରଣ ଜନତାଙ୍କ ସାମର୍ଥ୍ୟ ଦ୍ୱାରା ପରିଚାଳିତ ହୋଇଛି ।  ପ୍ରାଚୀନ ଜ୍ଞାନକୁ ସଂରକ୍ଷିତ କରି ରଖିବା ସହିତ ପରିବର୍ତ୍ତନ ଓ ଆଧୁନିକତାକୁ ଗ୍ରହଣ କରିବା ଲାଗି ଆମ ଦେଶରେ ରହିଥିବା ଭାବନା ସମ୍ପର୍କରେ ଏହା ଆମକୁ ସୂଚନା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ‘‘ସମାଜର ସାମର୍ଥ୍ୟକୁ ପ୍ରୋତ୍ସାହିତ, ଉନ୍ମୁକ୍ତ କରିବା ସହିତ ସମର୍ଥନ ଯୋଗାଇ ଦେବା ସରକାରୀ ବ୍ୟବସ୍ଥାର କର୍ତ୍ତବ୍ୟ’’, ସେ କହିଥିଲେ । ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଏବଂ କୃଷି କ୍ଷେତ୍ରରେ ହେଉଥିବା ନବୋନ୍ମେଷର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ ଏବଂ ପ୍ରୋତ୍ସାହନକାରୀ ଓ ସମର୍ଥକ ଭୂମିକା ନିର୍ବାହ କରିବା ଲାଗି ପ୍ରଶାସକମାନଙ୍କୁ ଆହ୍ବାନ କରିଥିଲେ ।

ଜଣେ ଟାଇପିଷ୍ଟ ଏବଂ ସୀତାର ବାଦକଙ୍କ ମଧ୍ୟରେ ପାର୍ଥ୍ୟକ୍ୟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ପରୀକ୍ଷାମୂଳକ ଜୀବନ ନିର୍ବାହ କରିବାର ଆବଶ୍ୟକତା ରହିଛି । ଜୀବନରେ ସ୍ୱପ୍ନ ଏବଂ ଉତ୍ସାହ ଏବଂ ଉଦ୍ଦେଶ୍ୟ ରହିବା ଉଚିତ୍‌ । ସେ କହିଥିଲେ ଯେ ‘‘ ମୁଁ ପ୍ରତ୍ୟେକ ମୁହୂର୍ତ୍ତକୁ ନେଇ ବଞ୍ଚିବାକୁ ଚାହୁଁଛି ଯାହାଫଳରେ ମୁଁ ଅନ୍ୟମାନଙ୍କର ସେବା କରିପାରିବି ଏବଂ ଅନ୍ୟମାନଙ୍କୁ ଭଲ ଭାବେ ବଞ୍ଚିବାରେ ସହାୟତା କରିପାରିବି ।’’

ଚିରାଚରିତ ପ୍ରଥାରୁ ଊର୍ଦ୍ଧ୍ବକୁ ଉଠି ଅଭିନବ ଚିନ୍ତା କରିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ । ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ପ୍ରକ୍ରିୟା ସ୍ୱାଭାବିକ ଭାବେ ଜାରି ରହିବା ଉଚିତ୍‌ । ପ୍ରଶାସନିକ ସଂସ୍କାର ପରୀକ୍ଷାମୂଳକ ହେବା ସହିତ ସମୟ ଓ ଦେଶର ଆବଶ୍ୟକତା ଅନୁଯାୟୀ ହେବା ଉଚିତ୍‌ ।  ଅପ୍ରାସଙ୍ଗିକ ଆଇନ ଏବଂ ଅନୁପାଳନ ସଂଖ୍ୟା କମାଇବା ତାଙ୍କର ଏକ ପ୍ରମୁଖ ପ୍ରାଥମିକତା ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଚାପରେ ପଡ଼ି ପରିବର୍ତ୍ତିତ ହେବା ଉଚିତ୍‌ ନୁହେଁ, ବରଂ ଆମେ ସକ୍ରିୟ ଭାବେ ସୁଧାର ଆଣିବା ଲାଗି ଚେଷ୍ଟା କରିବା ଉଚିତ୍‌ । ଅଭାବ ସମୟରେ ସୃଷ୍ଟି ହୋଇଥିବା ନିୟମ ଏବଂ ମାନସିକତାରେ ଆମେ ପରିଚାଳିତ ହେବା ଉଚିତ୍‌ ନୁହେଁ, ଆମ ପାଖରେ ଆଧିକ୍ୟ ମନୋବୃତ୍ତି ରହିବା ଆବଶ୍ୟକ । ଅନୁରୂପ ଭାବେ, ଆମେ ସମସ୍ୟାଗୁଡ଼ିକ ପ୍ରତି କେବଳ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ସମାଧାନ ପାଇଁ ଆଶାବାଦୀ ହେବା ଉଚିତ୍‌ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ବିଗତ ୮ ବର୍ଷ ମଧ୍ୟରେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ ହୋଇପାରିଛି ।  ଏସବୁ ମଧ୍ୟରୁ କେତେକ ଅଭିଯାନ ଦେଶରେ ମୌଳିକ ଅଭ୍ୟାସଗତ ପରିବର୍ତ୍ତନ ଆଣିପାରିଛି । ସେ କହିଥିଲେ ଯେ ‘‘ରାଜନୀତି ମୋ ସ୍ୱଭାବ ନୁହେଁ ବରଂ ମୁଁ ସ୍ୱାଭାବିକ ଭାବେ ଜନନୀତି ପ୍ରତି ଆଗ୍ରହୀ ।’’

ଶେଷରେ, ବ୍ୟକ୍ତିଗତ ଜୀବନରେ ପ୍ରମୁଖ ସଂସ୍କାରଗୁଡ଼ିକୁ ଗ୍ରହଣ କରିବା ଲାଗି ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଉଦାହରଣ ସ୍ୱରୂପ, ସେମାନେ ସ୍ୱଚ୍ଛତା, ଜିଇଏମ କିମ୍ବା ୟୁପିଆଇ ଭଳି ବ୍ୟବସ୍ଥାକୁ ସେମାନେ ନିଜ ଜୀବନରେ ଉପଯୋଗ କରିବା ଆବଶ୍ୟକ ।

ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା/କାର୍ଯ୍ୟକାରୀ ସଂସ୍ଥା ଏବଂ କେନ୍ଦ୍ର/ରାଜ୍ୟ ସଂଗଠନଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ ଏବଂ ଅଭିନବ କାର୍ଯ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ‘‘ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’’ର ପ୍ରଦାନ କରାଯାଇଥାଏ । ନିର୍ଦ୍ଦିଷ୍ଟ ପ୍ରାଥମିକତା ଆଧାରିତ କାର୍ଯ୍ୟକ୍ରମର ପ୍ରଭାବୀ କାର୍ଯ୍ୟକାରିତା ଏବଂ ନବୋନ୍ମେଷର ପାଇଁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ନିମ୍ନ ପାଞ୍ଚଟି ଚିହ୍ନଟ ପ୍ରାଥମିକତା କ୍ଷେତ୍ରର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ପ୍ରଶାସନିକ ସେବା ଦିବସ ୨୦୨୨ରେ ପୁରସ୍କାର ପ୍ରଦାନ କରାଯାଇଛି : (i) ପୋଷଣ ଅଭିଯାନରେ ‘‘ଜନ ଭାଗିଦାରୀ’’କୁ ପ୍ରୋତ୍ସାହନ, (ii) ଖେଲୋ ଇଣ୍ଡିଆ ଯୋଜନା ଜରିଆରେ କ୍ରୀଡ଼ା ଓ ସୁସ୍ଥତା କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରୋତ୍ସାହନ, (iii) ପିଏମ ସ୍ୱନିଧି ଯୋଜନାରେ ଡିଜିଟାଲ ପେମେଣ୍ଟ୍ସ ଓ ଉତ୍ତମ ପ୍ରଶାସନକୁ ପ୍ରୋତ୍ସାହନ, (iv) ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା ମାଧ୍ୟମରେ ସାମଗ୍ରିକ ବିକାଶ, (v) ବାଧାମୁକ୍ତ, ମାନବୀୟ ହସ୍ତକ୍ଷେପ ବିନା ଅନ୍ତିମ ସୋପାନରେ ସେବା ପ୍ରଦାନ ।

ସାଧାରଣ ପ୍ରଶାସନ/ସେବା ଯୋଗାଣ ଆଦି କ୍ଷେତ୍ରରେ ପାଞ୍ଚଟି ଚିହ୍ନଟ ପ୍ରାଥମିକତା କ୍ଷେତ୍ର କାର୍ଯ୍ୟକ୍ରମ ଏବଂ ନବୋନ୍ମେଷ ପାଇଁ ମୋଟ୍‌ ୧୬ଟି ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇଛି ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government eases defence export SOP to help local manufacturers tap global market

Media Coverage

Government eases defence export SOP to help local manufacturers tap global market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”