ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କତାର ରାଜ୍ୟର ଫାଦର ଆମିର୍, ହିଜ୍ ହାଇନେସ୍ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଭାବେ ବର୍ଣ୍ଣନା କରି କହିଛନ୍ତି ଯେ, ତାଙ୍କ ନେତୃତ୍ୱରେ କତାର ବିକାଶ ଓ ସମୃଦ୍ଧିର ନୂତନ ଉଚ୍ଚତାରେ ପହଞ୍ଚିଥିଲା। ଶ୍ରୀ ମୋଦୀ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମଧ୍ୟ ସ୍ମରଣ କରିଛନ୍ତି, ଯାହାଙ୍କ ସହ ଫେବୃଆରୀ ୨୦୨୪ରେ କତାର ଗସ୍ତ ସମୟରେ ସାକ୍ଷାତ କରିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା।

 

ପ୍ରଧାନମନ୍ତ୍ରୀ କତାରର ଆମିର୍ ହିଜ୍ ହାଇନେସ୍ ଶେଖ୍ ତମିମ ବିନ୍ ହମଦ ଅଲ୍ ଥାନି, ସମଗ୍ର ରାଜପରିବାର ଏବଂ କତାରର ଜନସାଧାରଣଙ୍କ ପ୍ରତି ତାଙ୍କର ଆନ୍ତରିକ ସମବେଦନା ଜଣାଇଛନ୍ତି।

 

‘ଏକ୍ସ’ରେ କରାଯାଇଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“କତାର ରାଜ୍ୟର ଫାଦର ଆମିର୍, ହିଜ୍ ହାଇନେସ୍ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ।

 

ସେ ଜଣେ ଦୂରଦର୍ଶୀ ନେତା ଥିଲେ, ଯିଏ କତାରକୁ ବିକାଶ ଓ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚାଇଥିଲେ। ଫେବୃଆରୀ ୨୦୨୪ରେ କତାରକୁ ମୋର ଶେଷ ଗସ୍ତ ସମୟରେ ତାଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ମିଳିଥିବାରୁ ମୁଁ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମଧ୍ୟ ସ୍ମରଣ କରୁଛି। କତାରର ଆମିର୍ ହିଜ୍ ହାଇନେସ୍ ଶେଖ୍ ତମିମ ବିନ୍ ହମଦ ଅଲ୍ ଥାନି, ସମଗ୍ର ରାଜପରିବାର ଏବଂ କତାରର ଜନସାଧାରଣଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ଜଣାଉଛି। ବିଦେହୀ ଆତ୍ମାର ସଦ୍‌ଗତି କାମନା କରୁଛି। @TamimBinHamad”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Suryapet, Telangana
August 26, 2026

The Prime Minister, Shri Narendra Modi expressed grief over the loss of lives due to a mishap at Suryapet, Telangana. Shri Modi also prayed for the speedy recovery of the injured.

The Prime Minister posted on X:

Distressed to learn about the mishap in Suryapet, Telangana. My thoughts are with those who have lost their loved ones. Praying for the speedy recovery of the injured: PM @narendramodi