ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଯେଉଁମାନେ ଘୂର୍ଣ୍ଣିଝଡ ଦିତୱାହ ଯୋଗୁଁ ହୋଇଥିବା କ୍ଷୟକ୍ଷତିରେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି । ସେ ସମସ୍ତ ପ୍ରଭାବିତ ପରିବାରମାନଙ୍କର ସୁରକ୍ଷା, କଲ୍ୟାଣ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଭାରତର ନିକଟତମ ସାମୁଦ୍ରିକ ପଡୋଶୀଙ୍କ ସହିତ ଏକତାର ଏକ ଦୃଢ଼ ନିଦର୍ଶନ ସ୍ୱରୂପ, ଭାରତ ସରକାର ଅପରେସନ ସାଗର ବନ୍ଧୁ ଅଧୀନରେ ତୁରନ୍ତ ରିଲିଫ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (ଏଚଏଡିଆର) ସହାୟତା ପଠାଇଛନ୍ତି । ଏପରି ସ୍ଥିତିରେ ଆବଶ୍ୟକତା ଅନୁଯାୟୀ ଭାରତ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ।

ଭାରତର ପଡୋଶୀ ପ୍ରଥମ ନୀତି ଏବଂ ଭିଜନ ମହାସାଗର ନୀତି ଦ୍ୱାରା ପ୍ରଭାବିତ ହୋଇ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁନଃନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତ ଆବଶ୍ୟକତା ସମୟରେ ଶ୍ରୀଲଙ୍କା ସହ ଦୃଢ଼ ଭାବରେ ଠିଆ ହେବ ।

ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;

“ବାତ୍ୟା ଦିତୱାହ ଯୋଗୁଁ ନିଜ ପ୍ରିୟଜନଙ୍କୁ ହରାଇଥିବା ଶ୍ରୀଲଙ୍କାର ଲୋକଙ୍କ ପ୍ରତି ମୋର ସମବେଦନା । ମୁଁ ସମସ୍ତ ପ୍ରଭାବିତ ପରିବାରର ସୁରକ୍ଷା, କଲ୍ୟାଣ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।

ଆମର ନିକଟତମ ସାମୁଦ୍ରିକ ପଡୋଶୀଙ୍କ ସହ ଏକତା ପ୍ରଦର୍ଶିତ କରି, ଭାରତ ଅପରେସନ ସାଗର ବନ୍ଧୁ ଅଧୀନରେ ତୁରନ୍ତ ରିଲିଫ ସାମଗ୍ରୀ ଏବଂ ଗରୁତ୍ୱପୂର୍ଣ୍ଣ ଏଚଏଡିଆର ସହାୟତା ପଠାଇଛି । ପରିସ୍ଥିତିରେ ସୁଧାର ଆସିବା ସହ ଆବଶ୍ୟକତା ଅନୁସାରେ, ଆମେ ଅଧିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ।

 

ଭାରତର ପଡୋଶୀ ପ୍ରଥମ ନୀତି ଏବଂ ଭିଜନ ମହାସାଗର ଦ୍ୱାରା ପ୍ରଭାବିତ ହୋଇ, ଭାରତ ଆବଶ୍ୟକତା ସମୟରେ ଶ୍ରୀଲଙ୍କା ସହିତ ଦୃଢ଼ ଭାବରେ ଠିଆ ହୋଇଛି ।

@anuradisanayake”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch