ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଖ୍ୟାତ ଅଭିନେତା ଶ୍ରୀ ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ଶ୍ରୀ ଧର୍ମେନ୍ଦ୍ରଙ୍କ ବିୟୋଗକୁ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଭାବେ ବର୍ଣ୍ଣନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଧର୍ମେନ୍ଦ୍ର ଜୀ ପ୍ରତିଷ୍ଠିତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ ଏବଂ ଜଣେ ଅଭୂତପୂର୍ବ ଅଭିନେତା ଯିଏ କି ଅଭିନୟ କରିଥିବା ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଓ ଗଭୀରତା ଆଣିପାରିଥିଲେ । ବିବିଧ ଚରିତ୍ରକୁ ଅଭିନୟରେ ଫୁଟାଇବାରେ ତାଙ୍କର ଦକ୍ଷତା ପିଢ଼ି ପିଢ଼ି ପରେ ପିଢ଼ି ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି ।

ଏକ୍ସର ଏକ ପୋଷ୍ଟରେ ସେ କହିଛନ୍ତି;

“ଧର୍ମେନ୍ଦ୍ର ଜୀଙ୍କ ପରଲୋକରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ହୋଇଗଲା । ସେ ଜଣେ ପ୍ରତିଷ୍ଠିତ ଫିଲ୍ମ ବ୍ୟକ୍ତିତ୍ୱ ଥିଲେ,ଜଣେ ଅଭୂତପୂର୍ବ ଅଭିନେତା ଯିଏ କି ଅଭିନୟ କରିଥିବା ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଓ ଗଭୀରତା ଆଣିପାରିଥିଲେ । ଯେଉଁଭଳି ଭାବେ ସେ ବିବିଧ ଭୂମିକାରେ ଅଭିନୟ କରିଥିଲେ, ତାହା ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲା । ଧର୍ମେନ୍ଦ୍ର ଜୀଙ୍କୁ ସେହିପରି ଭାବେ ତାଙ୍କ ସରଳତା,ବିନମ୍ରତା ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ପାଇଁ ପ୍ରଶଂସା କରାଯାଇଥାଏ । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି!”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India