ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ବୈଜ୍ଞାନିକ ତଥା ଶୈକ୍ଷଣିକ ଜଗତର ମହତ୍ୱପୂର୍ଣ୍ଣ ବ୍ୟକ୍ତିିତ୍ୱ ଡା. କେ.କସ୍ତୁରୀରଙ୍ଗନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡା.କେ. କସ୍ତୁରୀରଙ୍ଗନ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ରେ ବହୁତ କର୍ମଠତାର ସହ କାମ କରିଛନ୍ତି ଏବଂ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ନୂତନ ଶୀର୍ଷତାରେ ପହଞ୍ଚାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ପ୍ରସ୍ତୁତ କରିବା ଏବଂ ଶିକ୍ଷାକୁ ବ୍ୟାପକ ଏବଂ ଭବିଷ୍ୟୋନ୍ମୁଖୀ କରିବା ଦିଗରେ ପ୍ରୟାସ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ । ସେ ଅନେକ ଯୁବ ବୈଜ୍ଞାନିକ ଏବଂ ଗବେଷକଙ୍କ ପାଇଁ ମଧ୍ୟ ମାର୍ଗ ଦର୍ଶକ ଥିଲେ ।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି:

“ଭାରତର ବୈଜ୍ଞାନିକ ତଥା ଶୈକ୍ଷଣିକ ବିକାଶ ଯାତ୍ରାର ମହତ୍ୱପୂର୍ଣ୍ଣ ବ୍ୟକ୍ତି ଡା. କେ. କସ୍ତୁରୀରଙ୍ଗନଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ । ତାଙ୍କର ଦୂରଦର୍ଶୀ ନେତୃତ୍ୱ ଏବଂ ରାଷ୍ଟ୍ର ପ୍ରତି ନିଃସ୍ୱାର୍ଥ ସେବାକୁ ସର୍ବଦା ସ୍ମରଣ କରାଯିବ ।

ସେ ଇସ୍ରୋରେ ବହୁତ କର୍ମଠତାର ସହ କାର୍ଯ୍ୟ କରିଛନ୍ତି ଏବଂ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ନୂତନ ଶୀର୍ଷତାରେ ପହଞ୍ଚାଇଛନ୍ତି । ଯଦ୍ୱାରା କି ଆମକୁ ବୈଶ୍ୱିକ ମାନ୍ୟତା ମିଳିପାରିଛି । ତାଙ୍କ ନେତୃତ୍ୱରେ ମହତ୍ୱାକାଂକ୍ଷୀ ଉପଗ୍ରହ ପ୍ରକ୍ଷେପଣ କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଛି ଏବଂ ନବପ୍ରବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।”

ପ୍ରଧାନମନ୍ତ୍ରୀ କହିଛନ୍ତି କି, ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ପ୍ରସ୍ତୁତ କରିବାରେ ଏବଂ ଭାରତର ଶିକ୍ଷାକୁ ଅଧିକ ବ୍ୟାପକ ତଥା ଭବିଷ୍ୟ ଦୃଷ୍ଟି ଉଦେ୍ଦଶ୍ୟରେ ଉପଯୋଗୀ ନିମନ୍ତେ ସୁନିଶ୍ଚିତ କରିବାକୁ ଡା. କସ୍ତୁରୀରଙ୍ଗନ ପ୍ରୟାସ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ । ସେ ଅନେକ ଯୁବ ବୈଜ୍ଞାନିକ ଏବଂ ଗବେଷକମାନଙ୍କ ପାଇଁ ଉକ୍ରୃଷ୍ଟ ମାର୍ଗଦର୍ଶକ ଥିଲେ ।

ତାଙ୍କ ପରିବାର, ବିଦ୍ୟାର୍ଥୀଗଣ, ବୈଜ୍ଞାନିକ ଏବଂ ଅଗଣିତ ପ୍ରଶଂସକମାନଙ୍କ ପାଇଁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି ।

 

"India will always be grateful to Dr. Kasturirangan for his efforts during the drafting of the National Education Policy (NEP) and in ensuring that learning in India became more holistic and forward-looking. He was also an outstanding mentor to many young scientists and researchers.

My thoughts are with his family, students, scientists and countless admirers. Om Shanti."

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.