ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଯୋଶୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ଯୋଶୀ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ମଧ୍ୟ ଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମନୋହର ଯୋଶୀ ରାଜ୍ୟର ଅଗ୍ରଗତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଲୋକସଭା ବାଚସ୍ପତି ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଯୋଶୀ ସଂସଦୀୟ ପ୍ରକ୍ରିୟାକୁ ଅଧିକ ଜୀବନ୍ତ ଏବଂ ସହଭାଗିତାପୂର୍ଣ୍ଣ ବନାଇବାକୁ ପ୍ରୟାସ କରିଥିଲେ ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଶ୍ରୀ ମନୋହର ଯୋଶୀଙ୍କ ଦେହାନ୍ତରେ ଦୁଃଖିତ । ସେ ଜଣେ ଅନୁଭବୀ ନେତା ଥିଲେ ଯିଏ କି ଲୋକଙ୍କ ସେବାରେ ବର୍ଷ ବର୍ଷ ବିତାଇଥିଲେ ଏବଂ ମ୍ୟୁନିସିପାଲ, ରାଜ୍ୟ ଏବଂ ଜାତୀୟସ୍ତରରେ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ସେ ରାଜ୍ୟର ପ୍ରଗତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ତାଙ୍କ ଯୋଗଦାନ ଉଲ୍ଲେଖନୀୟ । ଲୋକସଭା ବାଚସ୍ପତି ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ଆମ ସଂସଦୀୟ ପ୍ରକ୍ରିୟାକୁ ଅଧିକ ଜୀବନ୍ତ ଏବଂ ସହଭାଗିତାପୂର୍ଣ୍ଣ କରିବା ଲାଗି ସେ ପ୍ରୟାସ କରିଥିଲେ । ମନୋହର ଯୋଶୀଙ୍କୁ ଜଣେ ବିଧାୟକ ଭାବେ ନିଜ କର୍ମଠତା ପାଇଁ ମଧ୍ୟ ମନେ ରଖାଯିବ । ତାଙ୍କୁ ୪ ବିଧାନମଣ୍ଡଳରେ ସେବା କରିବାର ସୁଯୋଗ ମିଳିଥିଲା । ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts