ହିମାଚଳ ପ୍ରଦେଶର ଚମ୍ବାଠାରେ ହୋଇଥିବା ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ହିମାଚଳ ପ୍ରଦେଶର ଚମ୍ବାଠାରେ ଏକ ବସ ଖାଲରେ ପଡିଯିବା ଖବର ମୋତେ ଅତ୍ୟନ୍ତ ଦୁଃଖ ଦେଇଛି । ଏହି ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଉଛି । ଏହା ସହିତ ଦୁର୍ଘଟଣାରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।
हिमाचल प्रदेश के चंबा में एक बस के खाई में गिर जाने के समाचार से अत्यंत दुख पहुंचा है। इस दुर्घटना में जिन लोगों को अपनी जान गंवानी पड़ी है, मैं उनके परिजनों के प्रति संवेदना व्यक्त करता हूं। इसके साथ ही हादसे में घायल लोगों के शीघ्र स्वस्थ होने की कामना करता हूं: PM
— PMO India (@PMOIndia) March 10, 2021


