ହିମାଚଳ ପ୍ରଦେଶର ସିର୍ମାଉର ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ସେହିଭଳି ଗୁରୁତର ଭାବେ ଆହତ ପ୍ରତ୍ୟେକ ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଟ୍ଵିଟ୍ ରେ କୁହାଯାଇଛି:
“ହିମାଚଳ ପ୍ରଦେଶର ସିର୍ମାଉର ଦୁର୍ଘଟଣା ଜନିତ ମୃତକଙ୍କ ପାଇଁ ମୁଁ ମର୍ମାହତ । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ସେହିଭଳି ଗୁରୁତର ଭାବେ ଆହତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ 50 ହଜାର ଟଙ୍କା ପ୍ରଦାନ କରାଯିବ : ପ୍ରଧାନମନ୍ତ୍ରୀ ମୋଦୀ” ।
Pained by the loss of lives due to an accident in Sirmaur, HP. Condolences to the bereaved families and prayers with the injured. An ex-gratia of Rs. 2 lakh each from PMNRF would be provided to the next of kin of the deceased. Rs. 50,000 would be given to the injured: PM Modi
— PMO India (@PMOIndia) June 28, 2021


