ବରିଷ୍ଠ ଆରଏସଏସ ନେତା ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି ଯେ, ଶ୍ରୀ ମଦନ ଦାସ ଦେବୀ ନିଜ ଜୀବନକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ଦିବଗଂତ ନେତାଙ୍କ ସହ ନିଜ ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ମନେପକାଇ କହିଛନ୍ତି ଯେ, ତାଙ୍କଠାରୁ ସେ ବହୁତ କିଛି ଶିଖିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ବହୁତ ଦୁଃଖିତ । ସେ ନିଜ ସମଗ୍ର ଜୀବନ ଦେଶସେବାରେ ସମର୍ପିତ କରିଦେଇଛନ୍ତି । ତାଙ୍କ ସହ ମୋର କେବଳ ଘନିଷ୍ଠ ସମ୍ପର୍କ ନ ଥିଲା ବରଂ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଛି। ଏହି ଦୁଃଖଦ ସମୟରେ ଈଶ୍ୱର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ’ ।
श्री मदन दास देवी जी के देहावसान से अत्यंत दुख हुआ है। उन्होंने अपना पूरा जीवन राष्ट्रसेवा में समर्पित कर दिया। उनसे मेरा न सिर्फ घनिष्ठ जुड़ाव रहा, बल्कि हमेशा बहुत कुछ सीखने को मिला। शोक की इस घड़ी में ईश्वर सभी कार्यकर्ताओं और उनके परिवारजनों को संबल प्रदान करे। ओम शांति!
— Narendra Modi (@narendramodi) July 24, 2023


