ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଓଡିଆ ସଂଗୀତକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଓଡିଆ ସଂସ୍କୃତି ଏବଂ ସଙ୍ଗୀତକୁ ତାଙ୍କର ଅନବଦ୍ୟ ଅବଦାନ ପାଇଁ ପ୍ରଫୁଲ୍ଲ କର ଜୀଙ୍କୁ ସ୍ମରଣ କରାଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶ୍ରୀ ପ୍ରଫୁଲ୍ଲ କର ଜୀଙ୍କର ପରଲୋକରେ ଦୁଃଖିତ । ଓଡିଆ ସଂସ୍କୃତି ଏବଂ ସଙ୍ଗୀତକୁ ତାଙ୍କର ଅନବଦ୍ୟ ଅବଦାନ ପାଇଁ ସେ ସର୍ବଦା ମନେରହିବେ । ସେ ବହୁମୁଖୀ ବ୍ୟକ୍ତିତ୍ୱର ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ ଏବଂ ତାଙ୍କ ସୃଜନଶୀଳତା ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”
Anguished by the passing away of Shri Prafulla Kar Ji. He will be remembered for his pioneering contribution to Odia culture and music. He was blessed with a multifaceted personality and his creativity was reflected in his works. Condolences to his family and admirers. Om Shanti.
— Narendra Modi (@narendramodi) April 18, 2022
ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ । ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ । ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।
— Narendra Modi (@narendramodi) April 18, 2022


