ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି, ଯେଉଁଥିରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି।
ସେ କହିଥିଲେ ଯେ ସାଧାରଣ ନାଗରିକ ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ।
ଶ୍ରୀ ମୋଦୀ କହିଥିଲେ ଯେ ଭାରତ ୟୁଏଇ ସହିତ ଦୃଢ଼ ଭାବେ ଛିଡା ହୋଇଛି ଏବଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏହାର ସମର୍ଥନକୁ ଦୋହରାଇଛି।
ସେ ଗୁରୁତ୍ୱାରୋପ କରିଥିଲେ ଯେ ସ୍ଥାୟୀ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ବିଶ୍ୱ ଶକ୍ତି ସୁରକ୍ଷା ପାଇଁ ହରମୁଜ ଷ୍ଟ୍ରେଟ୍ ମାଧ୍ୟମରେ ନିରାପଦ ଏବଂ ନିରବଚ୍ଛିନ୍ନ ଜାହଜ ଚଳାଚଳ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ।
ଏକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
"ୟୁଏଇ ଉପରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି, ଯେଉଁଥିରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ସାଧାରଣ ନାଗରିକ ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ।
ଭାରତ ୟୁଏଇ ସହିତ ଦୃଢ଼ ଏକତା ସହ ଛିଡା ହୋଇଛି ଏବଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏହାର ସମର୍ଥନକୁ ଦୋହରାଇଛି।
ସ୍ଥାୟୀ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ବିଶ୍ୱ ଶକ୍ତି ସୁରକ୍ଷା ପାଇଁ ହରମୁଜ ଷ୍ଟ୍ରେଟ୍ ମାଧ୍ୟମରେ ନିରାପଦ ଏବଂ ନିରବଚ୍ଛିନ୍ନ ଜାହାଜ ଚଳାଚଳ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ।’’
Strongly condemn the attacks on the UAE that resulted in injuries to three Indian nationals. Targeting civilians and infrastructure is unacceptable.
— Narendra Modi (@narendramodi) May 5, 2026
India stands in firm solidarity with the UAE and reiterates its support for the peaceful resolution of all issues through…


