ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’କୁ ଭାରତର ନାରୀ ଶକ୍ତିଙ୍କ ପାଇଁ ପ୍ରଭାବଶାଳୀ ଓ ଲାଭକରୀ କରିବା ଦିଗରେ ତୃଣମୂଳ ସ୍ତରରେ ଅଧିକ ପରିଶ୍ରମ କରୁଥିବା ଲୋକଙ୍କ ପ୍ରଶଂସନୀୟ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅଭିଯାନକୁ ଜନ-ଭାଗିଦାରୀ ଏବଂ ଜନ-ସହଭାଗିତାର ଏକ ଅଭୂତପୂର୍ବ ଉଦାହରଣ ବୋଲି କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି କି, ଏହିପରି ସାମୁହିକ କାର୍ଯ୍ୟ ଜୀବନକୁ ସମୃଦ୍ଧ କରିବା ସହ ଏକ ସ୍ୱସ୍ଥ, ସଶକ୍ତ ସମାଜ ନିର୍ମାଣରେ ମହତ୍ତ୍ବପୂର୍ଣ୍ଣ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେପି ନଡ୍ଡାଙ୍କ ଦ୍ୱାରା ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି;
“ପ୍ରଶଂସନୀୟ ପ୍ରଚେଷ୍ଟା! ସେହି ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ, ଯେଉଁମାନେ କି ଏହି ଅଭିଯାନକୁ ଏତେ ପ୍ରଭାବଶାଳୀ ଏବଂ ଆମର ନାରୀଶକ୍ତିଙ୍କ ପାଇଁ ଲାଭକାରୀ କରିବା ପାଇଁ ତୃଣମୂଳ ସ୍ତରରେ କାମ କରିଛନ୍ତି । ଜୀବନକୁ ସମୃଦ୍ଧ କରିବା ପାଇଁ ଜଗଭାଗିଦାରୀର ଏହା ଏକ ଅଭୂତପୂର୍ବ ଉଦାହରଣ ।”
Commendable effort! Compliments to those who have worked on the ground to make it so impactful and beneficial to our Nari Shakti. This is a great example of Jan Bhagidari to improve lives. https://t.co/xCWWyjKvRf
— Narendra Modi (@narendramodi) October 4, 2025


