There is so much that we share: Shared Values & Ideals, Shared Spirit of Enterprise & Innovation, Shared Opportunities & Challenges, Shared Hopes & Aspirations, says PM at #NamasteTrump
India and the US are natural partners: PM Modi at #NamasteTrump
Not only the Indo-Pacific region, partnership between India and US augurs well for peace, progress and security for the entire world: PM Modi at #NamasteTrump

ଧନ୍ୟବାଦ ରାଷ୍ଟ୍ରପତି ମହୋଦୟ,

ଆପଣ ଏବେ ଯାହା ଭାରତ ବିଷୟରେ କହିଲେ, ମହାତ୍ମା ଗାନ୍ଧୀ, ସ୍ୱାମୀ ବିବେକାନନ୍ଦ ଓ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କଲେ, ଭାରତର ଲୋକମାନଙ୍କ ସାମର୍ଥ୍ୟ ବିଷୟରେ କହିଲେ, ଉପଲବ୍ଧି ଏବଂ ସଂସ୍କୃତି ବିଷୟରେ କହିଲେ, ମୋ ବିଷୟରେ ମଧ୍ୟ ବହୁତ କିଛି କହିଲେ । ମୁଁ ସେଥିପାଇଁ ପ୍ରତ୍ୟେକ ଭାରତବାସୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ବ୍ୟକ୍ତ କରୁଛି । ରାଷ୍ଟ୍ରପତି ଟ୍ରମ୍ପ କେବଳ ଭାରତର ଗୌରବ ବଢ଼ାଇନାହାନ୍ତି ବରଂ ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ସମ୍ମାନ ଦେଇଛନ୍ତି ।

ରାଷ୍ଟ୍ରପତି ମହୋଦୟ, ଯେଉଁଠାରୁ ଆପଣ ଭାରତୀୟମାନଙ୍କୁ ସମ୍ବୋଧିତ କଲେ, ତାହା ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ । କ୍ରୀଡ଼ା ସମ୍ବନ୍ଧୀୟ କେତେକ ସୁବିଧା ଏଠାରେ ଏବେ ନିର୍ମାଣାଧୀନ ରହିଛି । ତଥାପି ଆପଣ ଏଠାକୁ ଆସିବା, କ୍ରୀଡ଼ା ଜଗତ ସହ ସମ୍ପୃକ୍ତ ପ୍ରତ୍ୟେକଙ୍କୁ ଉତ୍ସାହିତ କରିବ । ମୁଁ ଗୁଜରାଟ କ୍ରିକେଟ ଆସୋସିଏସନକୁ ମଧ୍ୟ ଧନ୍ୟବାଦ ଜଣାଉଛି । ସେମାନେ ଏହି ଚମତ୍କାର ସ୍ଥାନକୁ ଏ କାର୍ଯ୍ୟକ୍ରମ ପାଇଁ ଉପଲବ୍ଧ କରାଇଛନ୍ତି । ଏହାଦ୍ୱାରା କାମ ସାରିବା ଲାଗି ସେମାନଙ୍କ ଧାର୍ଯ୍ୟ ସମୟସୀମାରେ କିଛି ପରିବର୍ତ୍ତନ ହୋଇପାରେ, କିନ୍ତୁ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସେମାନେ ଏହି ସମୟକୁ ମଧ୍ୟ ଭରଣା କରିପାରିବେ ।

ବନ୍ଧୁଗଣ,

ଦୁଇ ଜଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଦୁଇ ଦେଶ ମଧ୍ୟରେ ସମ୍ପର୍କ, ଏହାର ସବୁଠୁ ବଡ଼ ଆଧାର ହେଉଛି ବିଶ୍ୱାସ, ପରସ୍ପର ଉପରେ ବିଶ୍ୱାସ । ଆମ ଶାସ୍ତ୍ରରେ କୁହାଯାଇଛି ଯେ –“ତନ୍ ମିତ୍ରମ ଯତ୍ର ବିଶ୍ୱାସଃ ।” ଅର୍ଥାତ ଯେଉଁଠି ଅଖଣ୍ଡ ବିଶ୍ୱାସ ଥାଏ ସେଠି ବନ୍ଧୁତା ରହିପାରେ ।

ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବିଶ୍ୱାସ ଯେଉଁ ନୂତନ ଉଚ୍ଚତାରେ ପହଁଚିଛି, ଯେତେ ଅଧିକ ସୁଦୃଢ଼ ହୋଇଛି, ତାହା ଐତିହାସିକ । ମୁଁ ଆମେରିକା ଗସ୍ତ କରିବା ସମୟରେ ଏହି ବିଶ୍ୱାସ ଦିନକୁ ଦିନ ଆହୁରି ସୁଦୃଢ଼ ହୋଇ ଚାଲିଥିବା ଦେଖିଛି ।

ମୋର ମନେ ଅଛି, ମୁଁ ଯେତେବେଳେ ୱାଶିଂଟନରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଥମ ଥର ଭେଟିଲି, ସେ ମୋତେ କହିଥିଲେ ଯେ- “ହ୍ୱାଇଟ ହାଉସରେ ଭାରତର ଜଣେ ସଚ୍ଚା ବନ୍ଧୁ ଅଛନ୍ତି ।”

ରାଷ୍ଟ୍ରପତି ଟ୍ରମ୍ପ ଭାରତ ପ୍ରତି ନିଜର ଏହି ସ୍ୱତନ୍ତ୍ର ସ୍ନେହକୁ ସବୁବେଳେ ପ୍ରଦର୍ଶିତ କରିଛନ୍ତି । ଯେତେବେଳେ ହ୍ୱାଇଟ ହାଉସରେ ଦୀପାବଳି ପାଳନ କରାଯାଏ, ଆମେରିକାରେ ରହୁଥିବା 40ଲକ୍ଷ ଭାରତୀୟ ଆମେରିକାର ସମୃଦ୍ଧି ଓ ପ୍ରଗତିରେ ସହଯାତ୍ରୀ ହେବାକୁ ନେଇ ଗର୍ବ ଅନୁଭବ କରିଥାନ୍ତି ।

ବନ୍ଧୁଗଣ,

ଆମେରିକା ଭଳି ଆଜି ଭାରତରେ ମଧ୍ୟ ପରିବର୍ତ୍ତନ ଲାଗି ଅଭୂତପୂର୍ବ ବ୍ୟଗ୍ରତା ରହିଛି । ଆଜି 130 କୋଟି ଭାରତବାସୀ ମିଳିମିଶି ନୂତନ ଭାରତ ନିର୍ମାଣ କରୁଛନ୍ତି ।

ଆମର ଯୁବଶକ୍ତି ଉଚ୍ଚାଭିଳାଷରେ ପରିପୂର୍ଣ୍ଣ ଅଛନ୍ତି । ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରି ତା’କୁ ହାସଲ କରିବା ଆଜି ନୂତନ ଭାରତର ପରିଚୟ ପାଲଟିଛି ।

ଆଜି ଭାରତରେ କେବଳ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ନାହିଁ, ବରଂ ଏଠାରେ ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ।

ଆଜି ଭାରତରେ କେବଳ ବିଶ୍ୱର ସବୁଠୁ ବଡ଼ ସୌର ପାର୍କ ନିର୍ମାଣ କରାଯାଇନାହିଁ, ବରଂ ଏଠାରେ ସବୁଠୁ ବଡ଼ ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି ।

ଆଜି ଭାରତ କେବଳ ସବୁଠୁ ଅଧିକ ସଂଖ୍ୟକ କୃତ୍ରିମ ଉପଗ୍ରହ ପ୍ରେରଣ କରିବାର ରେକର୍ଡ କରିନାହିଁ, ବରଂ ସବୁଠୁ ଦ୍ରୁତ ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ମଧ୍ୟ ବିଶ୍ୱ ରେକର୍ଡ ହାସଲ କରିଛି ।

ଏକବିଂଶ ଶତାବ୍ଦୀରେ, ଆମର ଭିତ୍ତିଭୂମି ହେଉ କିମ୍ବା ପୁଣି ସାମାଜିକ କ୍ଷେତ୍ର, ଆମେ ବିଶ୍ୱ ମାନକକୁ ନେଇ ଆଗକୁ ବଢ଼ୁଛୁ ।

ଗତ କିଛିଦିନ ହେବ ଭାରତ କେବଳ 1500 ପୁରୁଣା ଆଇନ ଶେଷ କରିଦେଇନାହିଁ, ବରଂ ସମାଜକୁ ସଶକ୍ତ କରିବା ଲାଗି ଅନେକ ନୂଆ ଆଇନ ମଧ୍ୟ ପ୍ରସ୍ତୁତ କରିଛି ।

ଉଭୟଲିଙ୍ଗ ବ୍ୟକ୍ତିଙ୍କ ଅଧିକାର ହେଉ, ତିନି ତଲାକ ବିରୋଧରେ ଆଇନ ଆଣି ମୁସଲିମ ମହିଳାମାନଙ୍କୁ ସମ୍ମାନ ଦେବା ହେଉ, ଦିବ୍ୟାଙ୍ଗ-ଜନଙ୍କୁ ପ୍ରାଥମିକତା ଦେବା ହେଉ, ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ଦରମା ସହିତ 26 ମାସର ମାତୃତ୍ୱ ଅବକାଶ ବ୍ୟବସ୍ଥା ହେଉ, ଏପରି ଅନେକ ଅଧିକାର, ଆମେ ସମାଜର ଭିନ୍ନ ଭିନ୍ନ ବର୍ଗଙ୍କ ପାଇଁ ସୁନିଶ୍ଚିତ କରିଛୁ ।

ବନ୍ଧୁଗଣ,

ମୁଁ ଆନନ୍ଦିତ ଯେ ଭାରତରେ ହେଉଥିବା ଏହି ପରିବର୍ତ୍ତନ ମଧ୍ୟରେ ଆଜି ଆମେରିକା, ଭାରତର ଏକ ଭରସାଯୋଗ୍ୟ ସହଭାଗୀ ହୋଇପାରିଛି ।

ଆଜି ଯେଉଁ ଦେଶ, ଭାରତର ସର୍ବବୃହତ ବାଣିଜ୍ୟ ସହଭାଗୀ, ସେ ଦେଶ ହେଉଛି ଆମେରିକା ।

ଆଜି ଭାରତୀୟ ସେନା ଯେଉଁ ଦେଶ ସହିତ ସବୁଠୁ ଅଧିକ ସମରାଭ୍ୟାସ କରୁଛି ତାହା ହେଉଛି ଆମେରିକା ।

ଆଜି ଯେଉଁ ଦେଶ ସହିତ ଭାରତର ସବୁଠୁ ବ୍ୟାପକ ଗବେଷଣା ଓ ବିକାଶ ଭାଗିଦାରୀ ରହିଛି-ସେ ଦେଶ ହେଉଛି ଆମେରିକା ।

ଆଜି ପ୍ରତିରକ୍ଷା ହେଉ, ଶକ୍ତି କ୍ଷେତ୍ର ହେଉ, ସ୍ୱାସ୍ଥ୍ୟ, ଆଇଟି, ପ୍ରତ୍ୟେକ କ୍ଷେତ୍ରରେ ଆମ ସମ୍ପର୍କର ପରିଧି ନିରନ୍ତର ବଢ଼ି ଚାଲିଛି ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ଏହି ଦଶକରେ, ନୂତନ ଭାରତ, ପୁନରୁତ୍ଥାନଶୀଳ ଆମେରିକା ଲାଗି ମଧ୍ୟ ନୂତନ ଅବସର ନେଇ ଆସିଛି ।

ବିକାଶର ପ୍ରତ୍ୟେକ କ୍ଷେତ୍ରରେ, ଉଭୟ ଦେଶ ନିକଟରେ ପାଇବା ଲାଗି ଅନେକ କିଛି ରହିଛି ।

ଭାରତରେ ଉତ୍ପାଦନ ବୃଦ୍ଧି ପାଇବା, ଭିତ୍ତିଭୂମି ସମ୍ପ୍ରସାରିତ ହେବା, ଆମେରିକା ଲାଗି ନୂତନ ସମ୍ଭାବନା ନେଇ ଆସିବ ।

ଇଣ୍ଡଷ୍ଟ୍ରି 4.0ର ଏହି ସମୟରେ ଭାରତରେ ଡିଜିଟାଲ ଅର୍ଥବ୍ୟବସ୍ଥାର ବିସ୍ତାର, ଆମେରିକା ଲାଗି ନିବେଶ ଅନେକ ସୁଯୋଗ ସୃଷ୍ଟି କରିବ ।

ରାଷ୍ଟ୍ରପତି ମହୋଦୟ,

ବିଗତ ଦଶନ୍ଧିରେ ଡିଜିଟାଲ ପ୍ରଯୁକ୍ତି ଭାରତ ଓ ଆମେରିକାର ସମ୍ପର୍କକୁ ନୂଆ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ଭାରତୀୟ ପ୍ରତିଭା ଏବଂ ଆମେରିକୀୟ ପ୍ରଯୁକ୍ତି ଏହି କ୍ଷେତ୍ରକୁ ନୂତନ ନେତୃତ୍ୱ ଦେଇଛି ।

ମୋର ବିଶ୍ୱାସ ଯେ, ଏକବିଂଶ ଶତାବ୍ଦୀରେ ଭାରତ ଓ ଆମେରିକା ମିଶି, ଏହି ଡିଜିଟାଲ ଯୁଗ, ଇଣ୍ଡଷ୍ଟ୍ରି 4.0ର ନେତୃତ୍ୱ ନେଇପାରିବେ ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀରେ, ନୂତନ ବର୍ଗୀକରଣ, ନୂତନ ପ୍ରତିଦ୍ୱନ୍ଦ୍ୱିତା, ନୂତନ ଆହ୍ୱାନ ଏବଂ ନୂତନ ସମ୍ଭାବନା, ପରିବର୍ତ୍ତନର ମୂଳଦୁଆ ପ୍ରତିଷ୍ଠା କରୁଛନ୍ତି ।

ଏଭଳି ସ୍ଥିତିରେ ଭାରତ – ଆମେରିକା ସମ୍ପର୍କ ଓ ସହଯୋଗ, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାର୍ଗ ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ଭାରତ ଓ ଆମେରିକା ବାସ୍ତବ ସହଭାଗୀ ବୋଲି ମୋର ସ୍ପଷ୍ଟ ମତ ।

ଆମେ କେବଳ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନୁହେଁ, ବରଂ ସମଗ୍ର ବିଶ୍ୱର ଶାନ୍ତି, ପ୍ରଗତି ଏବଂ ନିରାପତ୍ତାରେ ଏକ ପ୍ରଭାବୀ ଯୋଗଦାନ ଦେଇପାରିବା ।

ଆତଙ୍କବାଦକୁ ପରାସ୍ତ କରିବାରେ ଆମେରିକାର ପ୍ରତିବଦ୍ଧତା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱ ମାନବତାର ସେବା ଅଟେ । ସେଥିପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭଳି ବିଲକ୍ଷଣ ନେତା ଏବଂ ଭାରତର ଅନନ୍ୟ ମିତ୍ର ଚଳିତ ଦଶକର ପ୍ରାରମ୍ଭରେ ହିଁ ଭାରତ ଆସିବା, ଏକ ବହୁତ ବଡ଼ ଅବସର ବୋଲି ମୁଁ ମାନୁଛି ।

ବିଗତ ଦିନରେ, ଭାରତ-ଆମେରିକା ସମ୍ପର୍କକୁ ସଶକ୍ତ କରିବା ଲାଗି ଯେଉଁ ଆରମ୍ଭ ଆମେ କରିଥିଲୁ, ଏବେ ତାଙ୍କ ଗସ୍ତ ଦ୍ୱାରା, ଏହାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେଉଛି ।

ଆମେ କେବଳ ସ୍ୱଳ୍ପକାଳିନ ବିଚାର ଦ୍ୱାରା ନୁହେଁ, ବରଂ ଏକ ଦୀର୍ଘକାଳୀନ ସଂକଳ୍ପ ଦ୍ୱାରା ଅନୁପ୍ରାଣିତ । ଆମର ଦ୍ୱିପାକ୍ଷିକ ସମ୍ପର୍କ ଅଭିବୃଦ୍ଧି ହାସଲ କରିବ । ଆମର ଅର୍ଥନୈତିକ ଭାଗିଦାରୀ ସମ୍ପ୍ରସାରିତ ହେବ । ଆମର ଡିଜିଟାଲ ସହଯୋଗ ମଧ୍ୟ ବୃଦ୍ଧି ପାଇବ ।

ମୋର ବିଶ୍ୱାସ ଯେ ନୂତନ ଉଚ୍ଚତା ହାସଲ କରିବା ସହିତ ଭାରତ ଯେଉଁ ସ୍ୱପ୍ନକୁ ନେଇ ଆଗେଇ ଚାଲିଛି ଆମେରିକା ଯେଉଁ ସ୍ୱପ୍ନକୁ ନେଇ ଆଗେଇ ଚାଲିଛି ଆମେ ମିଳିମିଶି ସେହି ସ୍ୱପ୍ନକୁ ପୂରଣ କରିବୁ । ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କର ପୂରା ପରିବାରକୁ ସ୍ୱାଗତ ସମ୍ମାନ କରିବାର ଅବସର ମିଳିବା ମୋର ସୌଭାଗ୍ୟ । ମୁଁ ପୁଣିଥରେ ନମସ୍ତେ ଟ୍ରମ୍ପର ଏହି ଗୁଞ୍ଜରଣ ମଧ୍ୟରେ ଆପଣମାନଙ୍କୁ ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ କହିବା ଲାଗି ଅନୁରୋଧ କରୁଛି ।

ଭାରତ-ଆମେରିକା ବନ୍ଧୁତା, ଜିନ୍ଦାବାଦ, ଜିନ୍ଦାବାଦ!

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi Success Story: How Modi Govt’s street vendor scheme transformed more than 75 lakh lives across Bharat

Media Coverage

PM SVANidhi Success Story: How Modi Govt’s street vendor scheme transformed more than 75 lakh lives across Bharat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights six years of PM SVANidhi scheme and extends best wishes to beneficiaries
June 01, 2026

The Prime Minister, Shri Narendra Modi, today highlighted six years of the PM SVANidhi scheme and underscored its role in transforming the lives of street vendors across the country.

The Prime Minister noted that the scheme has ensured access to collateral-free credit, financial inclusion and new opportunities for growth for countless street vendors. He said that PM SVANidhi is a scheme rooted in trust, dignity and empowerment.

Extending his best wishes to all beneficiaries, the Prime Minister lauded their determination and enterprise, stating that their efforts continue to strengthen the nation’s economy.

In a post on X, the Prime Minister said:

“Today we mark #6YearsofPMSVANidhi, a scheme which has transformed the lives of countless street vendors by ensuring access to collateral-free credit, financial inclusion and new opportunities for growth. This scheme is all about trust, dignity and empowerment. My best wishes to all beneficiaries whose determination and enterprise continue to strengthen our nation’s economy.”