ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅନ୍ତର୍ଗତ ‘ସମସ୍ତଙ୍କ ପାଇଁ ଏଆଇ : ଗ୍ଲୋବାଲ ଇମ୍ପାକ୍ଟ ଆହ୍ଵାନ’ ଲାଗି ଯୋଗ୍ୟତା ଅର୍ଜନ କରିଥିବା ୧୨ଟି ଭାରତୀୟ ଷ୍ଟାର୍ଟଅପ୍ ସେମାନଙ୍କର ଚିନ୍ତାଧାରା ଓ କାର୍ଯ୍ୟର ଉପସ୍ଥାପନା କରିଥିଲେ
ଏହି ଷ୍ଟାର୍ଟଅପ୍ ଗୁଡ଼ିକ ସ୍ୱାସ୍ଥ୍ୟସେବା, ବହୁଭାଷୀ ଏଲଏଲଏମ, ମ୍ଯାଟେରିଆଲ ରିସର୍ଚ୍ଚ, ଡାଟା ଆନାଲିଟିକ୍ସ, ଇଞ୍ଜିନିୟରିଂ ସିମୁଲେସନ୍ ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି
ଷ୍ଟାର୍ଟଅପ୍ ଗୁଡ଼ିକ ଏଆଇ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଏବଂ ବିଶାଳ ଭବିଷ୍ୟତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ, ଉଲ୍ଲେଖ କରିଥିଲେ ଯେ ଏଆଇ ନବସୃଜନ ଏବଂ ନିୟୋଜନର କେନ୍ଦ୍ର ଭାରତକୁ ସ୍ଥାନାନ୍ତରିତ ହେଉଛି
ଷ୍ଟାର୍ଟଅପ୍ ଗୁଡ଼ିକ ଏଆଇ ଇକୋସିଷ୍ଟମକୁ ଆଗକୁ ବଢାଇବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କଲେ
ଷ୍ଟାର୍ଟଅପ୍ ଗୁଡ଼ିକ ଏବଂ ଏଆଇ ଉଦ୍ୟୋଗୀମାନେ ଭାରତର ଭବିଷ୍ୟତର ସହ-ନିର୍ମାତା: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ଭାରତୀୟ ଏଆଇ ମଡେଲଗୁଡ଼ିକ ସ୍ଥାନୀୟ ଏବଂ ସ୍ୱଦେଶୀ କଣ୍ଟେଣ୍ଟ ଏବଂ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ଉଚିତ
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତୀୟ ଏଆଇ ମଡେଲଗୁଡ଼ିକ ନୈତିକ, ନିରପେକ୍ଷ, ସ୍ୱଚ୍ଛ ଏବଂ ତଥ୍ୟ ଗୋପନୀୟତାର ନୀତି ଉପରେ ଆଧାରିତ ହେବା ଉଚିତ
ଭାରତୀୟ ଏଆଇ ମଡେଲଗୁଡ଼ିକର ସଫଳତା ପାଇଁ ସମ୍ପୂର୍ଣ୍ଣ ସରକାରୀ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ସମାନଙ୍କ ସହିତ ଗୋଲଟେବୁଲ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି।
ଆସନ୍ତା ମାସରେ ଭାରତରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅନୁଷ୍ଠିତ ହେଉଛି । ତା ପୂର୍ବରୁ ଏହି ସମ୍ମିଳନୀର ଏକ ଅଂଶ "ସମସ୍ତଙ୍କ ପାଇଁ ଏଆଇ: ଗ୍ଲୋବାଲ୍ ଇମ୍ପାକ୍ଟ ଆହ୍ଵାନ" ପାଇଁ ମନୋନୀତ ୧୨ ଜଣ ଭାରତୀୟ ଏଆଇ ଷ୍ଟାର୍ଟଅପ୍ ଏହି ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ସଂପର୍କରେ ଉପସ୍ଥାପନ ଦେଇଥିଲେ। 
 

ଏହି ଷ୍ଟାର୍ଟଅପ ଗୁଡ଼ିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯେପରିକି ଭାରତୀୟ ଭାଷା ଫାଉଣ୍ଡେସନ୍ ମଡେଲ୍, ବହୁଭାଷୀ ଏଆଇ, ଭାଷଣ-ରୁ-ପାଠ୍ୟ, ପାଠ୍ୟରୁ ଅଡିଓ ଏବଂ ପାଠ୍ୟରୁ ଭିଡିଓ; ଇ-କମର୍ସ, ମାର୍କେଟିଂ ଏବଂ ପର୍ସନାଲାଇଜ୍ଡ୍ କଣ୍ଟେଣ୍ଟ ସୃଷ୍ଟି ପାଇଁ ଜେନେରେଟିଭ୍ ଏଆଇ ବ୍ୟବହାର କରି ଥ୍ରୀଡି କଣ୍ଟେଣ୍ଟ; ବିଭିନ୍ନ ଶିଳ୍ପରେ ଡାଟା ପରିଚାଳିତ ନିଷ୍ପତ୍ତି ଗ୍ରହଣ ଲାଗି ଇଞ୍ଜିନିୟରିଂ ସିମୁଲେସନ୍, ମ୍ୟାଟେରିଆଲ ରିସର୍ଚ୍ଚ ଏବଂ ଆଡଭାନ୍ସଡ୍ ଆନାଲିଟିକ୍ସ, ସ୍ୱାସ୍ଥ୍ୟସେବା ନିଦାନ ଏବଂ ଚିକିତ୍ସା ଗବେଷଣା, ଇତ୍ୟାଦି । 
ଏହି ବୈଠକ ଅବସରରେ ଏଆଇ ଷ୍ଟାର୍ଟଅପ ଗୁଡ଼ିକ ଭାରତରେ କୃତ୍ରିମ ବୁଦ୍ଧିମତ୍ତା ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଏଆଇ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଏବଂ ବିଶାଳ ଭବିଷ୍ୟତ ସମ୍ଭାବନା ଉପରେ ଆଲୋକପାତ କରି ସେମାନେ କହିଥିଲେ ଯେ ବିଶ୍ବରେ ଏଆଇ ନବସୃଜନ ଏବଂ ନିୟୋଜନର କେନ୍ଦ୍ର ଧୀର ଧୀରେ ଭାରତ ଆଡକୁ ସ୍ଥାନାନ୍ତରୀତ ହେଉଛି । ଷ୍ଟାର୍ଟଅପ୍ ପ୍ରତିନିଧିମାନେ କହିଥିଲେ ଯେ, ଭାରତ ଏବେ ଏଆଇ ବିକାଶ ପାଇଁ ଏକ ଦୃଢ଼ ଏବଂ ଅନୁକୂଳ ପରିବେଶ ପ୍ରଦାନ କରୁଛି, ଯାହା ଦେଶକୁ ବିଶ୍ୱ ଏଆଇ ମାନଚିତ୍ରରେ ଦୃଢ଼ ଭାବରେ ପ୍ରତିଷ୍ଠା କରୁଛି।
 

ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ସମାଜକୁ ପରିବର୍ତ୍ତନ କରିବାରେ କୃତ୍ରିମ ବୁଦ୍ଧିମତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଭାରତ ଆସନ୍ତା ମାସରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନ କରିବ, ଯାହା ମାଧ୍ୟମରେ ଦେଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ରୂପାନ୍ତରଣ ଆଣିବା ପାଇଁ ନିରନ୍ତର ପ୍ରୟାସ କରୁଛି।
ଷ୍ଟାର୍ଟଅପ୍ ଏବଂ ଏଆଇ ଉଦ୍ୟୋଗୀମାନଙ୍କୁ ଭାରତର ଭବିଷ୍ୟତର ସହ-ନିର୍ମାତା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ କହିଥିଲେ ଯେ ଦେଶରେ ନବସୃଜନ ଏବଂ ସେଗୁଡ଼ିକର ବଡ଼ ଧରଣର କାର୍ଯ୍ୟାନ୍ୱୟନ ପାଇଁ ଅପାର ସମ୍ଭାବନା ରହିଛି। ସେ ଆହୁରି କହିଥିଲେ ଯେ ଭାରତ ବିଶ୍ୱ ସମ୍ମୁଖରେ ଏକ ଅନନ୍ୟ ଏଆଇ ମଡେଲ୍ ଉପସ୍ଥାପନ କରିବା ଉଚିତ ଯାହାକି "ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଦି ୱାର୍ଲ୍ଡ" ଆତ୍ମାକୁ ପ୍ରତିଫଳିତ କରୁଥିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଉପରେ ବିଶ୍ୱର ବିଶ୍ୱାସ ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ଭାରତୀୟ ଏଆଇ ମଡେଲଗୁଡ଼ିକ ନୈତିକ, ନିରପେକ୍ଷ, ସ୍ୱଚ୍ଛ ଏବଂ ଡାଟା ଗୋପନୀୟତା ନୀତି ଉପରେ ଆଧାରିତ ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଷ୍ଟାର୍ଟଅପଗୁଡ଼ିକ ବିଶ୍ବ ସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ କାମ କରିବା ଉଚିତ । ସେ ଉଲ୍ଲେଖ କରିଥିଲେ ଯେ ଭାରତ ବିଶ୍ବରେ ସୁଲଭ ଏଆଇ, ସମାବେଶୀ ଏଆଇ ଓ ମୀତବ୍ୟୟୀ ଉଦ୍ଭାବନକୁ ପ୍ରୋତ୍ସାହିତ କରିପାରିବ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଥିଲେ ଯେ, ଭାରତୀୟ ଏଆଇ ମଡେଲଗୁଡ଼ିକ ସ୍ବତନ୍ତ୍ର ହେବା ସହିତ ସ୍ଥାନୀୟ ଓ ପାରମ୍ପରିକ କଣ୍ଟେଣ୍ଟ ଓ  ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରାଯିବା ଉଚିତ।
ଏହି ବୈଠକରେ ଅବତାର, ଭାରତଜେନ୍, ଫ୍ରାକ୍ଟଲ୍, ଗାନ୍, ଜେନଲୁପ୍, ଜ୍ଞାନୀ, ଇଣ୍ଟେଲିହେଲ୍ଥ, ସର୍ବମ, ଶୋଧ ଏଆଇ, ସୋକେଟ୍ ଏଆଇ, ଟେକ୍ ମହିନ୍ଦ୍ରା ଏବଂ ଜେଣ୍ଟେଇକ୍ ସମେତ ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ସର ସିଇଓ, ମୁଖ୍ୟ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ୍ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ।
 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi