୬୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୃହତ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ; ଦକ୍ଷତା ଏବଂ ଉତ୍ତରଦାୟିତ୍ୱକୁ ପ୍ରାଥମିକତା ଦେବାକୁ ଆହ୍ୱାନ
ରେରା ଅଧୀନରେ ସମସ୍ତ ଯୋଗ୍ୟ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପର ବାଧ୍ୟତାମୂଳକ ପଞ୍ଜୀକରଣ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ
ଗୃହ କ୍ରେତାମାନଙ୍କ ପାଇଁ ନ୍ୟାୟ ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ଲାଗି ଅଭିଯୋଗ ସମାଧାନର ଗୁଣବତ୍ତା ଏବଂ ସମୟାନୁବର୍ତ୍ତୀତା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ସହ ଜଡ଼ିତ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି ଆଧାରିତ ବହୁମୁଖୀ ମଞ୍ଚ ‘‘ପ୍ରଗତି " ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ ସଡ଼କ ପରିବହନଶକ୍ତି ଏବଂ ଜଳ ସମ୍ପଦ କ୍ଷେତ୍ରରେ ୬୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ସେ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଏବଂ ସେଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଲାଗି ସମନ୍ୱିତ ପ୍ରୟାସ ଲାଗି ଆହ୍ୱାନ କରିଥିଲେ।

ପ୍ରକଳ୍ପ ବିଳମ୍ବ ଯୋଗୁଁ ଉପୁଜିଥିବା ପ୍ରତିକୂଳ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଏଭଳି ବିଫଳତା କେବଳ ଖର୍ଚ୍ଚ ବୃଦ୍ଧି କରିନଥାଏବରଂ ନାଗରିକମାନଙ୍କୁ ଅତ୍ୟାବଶ୍ୟକ ସେବା ଏବଂ ଭିତ୍ତିଭୂମିରୁ ବଞ୍ଚିତ କରିଥାଏ। ଦକ୍ଷତା ଏବଂ ଉତ୍ତରଦାୟିତ୍ୱକୁ ପ୍ରାଥମିକତା ଦେବା ପାଇଁ ସେ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ ଏବଂ ସାମାଜିକ-ଅର୍ଥନୈତିକ ଫଳାଫଳକୁ ସର୍ବାଧିକ କରିବା ପାଇଁ ସଠିକ ସମୟରେ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ରେରା) ସହିତ ଜଡିତ ସାର୍ବଜନୀନ ଅଭିଯୋଗଗୁଡ଼ିକର ସମୀକ୍ଷା ସମୟରେଗୃହ କ୍ରେତାମାନଙ୍କ ପାଇଁ ନ୍ୟାୟ ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଅଭିଯୋଗ ସମାଧାନର ଗୁଣବତ୍ତା ଏବଂ ସମୟାନୁବର୍ତ୍ତୀତାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରେରା ଅଧିନିୟମ ଅନୁଯାୟୀ ସମସ୍ତ ଯୋଗ୍ୟ ରିଅଲ ଇଷ୍ଟେଟ୍ ପ୍ରକଳ୍ପର ବାଧ୍ୟତାମୂଳକ ପଞ୍ଜୀକରଣ ସୁନିଶ୍ଚିତ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ କହିଥିଲେ। ଗୃହ ନିର୍ମାଣ ବଜାର ଉପରେ ବିଶ୍ୱାସ ଫେରାଇ ଆଣିବା ପାଇଁ ରେରା ବ୍ୟବସ୍ଥାଗୁଡ଼ିକର କଡାକଡି ଅନୁପାଳନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ସମ୍ବନ୍ଧୀୟ ଉଲ୍ଲେଖନୀୟ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ସମୀକ୍ଷା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏଭଳି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ମାର୍ଗଦର୍ଶକ ମଡେଲ ଭାବରେ କାର୍ଯ୍ୟ କରିପାରିବ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପକ ଗ୍ରହଣକୁ ପ୍ରେରଣା ଦେଇପାରିବଯାହା ଦ୍ୱାରା ଜାତୀୟ ସେମିକଣ୍ଡକ୍ଟର ମିଶନକୁ ମଜବୁତ କରାଯାଇପାରିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଆୟୋଜିତ ପ୍ରଗତି ବୈଠକରେ ପ୍ରାୟ ୨୦.୬୪ ଲକ୍ଷ କୋଟି ଟଙ୍କା ମୂଲ୍ୟର 373ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”