"ଟିମ୍ ଇଣ୍ଡିଆ" ଭାବରେ ଏକାଠି କାମ କରି ଦେଶ ସଫଳତାର ସହ ପରିସ୍ଥିତିରୁ ମୁକୁଳି ପାରିବ ବୋଲି ବିଶ୍ୱାସ ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ସରକାରଙ୍କ ପ୍ରାଥମିକତା ହେଉଛି ଆର୍ଥିକ ଓ ବାଣିଜ୍ୟ ସ୍ଥିରତା ବଜାୟ ରଖିବା, ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା, ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ଶିଳ୍ପ ଓ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ବୋଲି ଜୋର୍‌ ଦେଇ କହିଲେ ପ୍ରଧାନମନ୍ତ୍ରୀ
ଯୋଗାଣ ଶୃଙ୍ଖଳର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ମହଜୁଦକାରୀ ଓ ଲାଭଖୋର କାରବାର ବିରୁଦ୍ଧରେ କଠୋର ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡ଼ିକୁ ଅପିଲ କଲେ ପ୍ରଧାନମନ୍ତ୍ରୀ
କୃଷି କ୍ଷେତ୍ରରେ, ବିଶେଷକରି ସାର ଭଣ୍ଡାରଣ ଓ ବଣ୍ଟନ ତଦାରଖ କରିବାରେ ଆଗୁଆ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ
ସମସ୍ତ ସ୍ତରରେ ଦୃଢ଼ ସମନ୍ୱୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ଯାହାଦ୍ୱାରା ପରିସ୍ଥିତିର ଶୀଘ୍ର ମୁକାବିଲା ହୋଇପାରିବ
ଜାହାଜ ଚଳାଚଳ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ସାମୁଦ୍ରିକ କାର୍ଯ୍ୟକଳାପ ସହ ଜଡିତ ପରିବର୍ତ୍ତିତ ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ବିଶେଷ ଧ୍ୟାନ ଦେବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ଭୁଲ ସୂଚନା ଓ ଗୁଜବ ପ୍ରସାରଣ ବିରୁଦ୍ଧରେ ସତର୍କ କରାଇବା ସହିତ ସଠିକ୍ ଓ ବିଶ୍ୱସନୀୟ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ
ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀମାନେ କଲେ ପ୍ରଶଂସା
ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଏବଂ ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜି ଆବଣ୍ଟନ ବୃଦ୍ଧି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀମାନେ କଲେ ସ୍ୱାଗତ
ନିଜ ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଏଲପିଜିର ପର୍ଯ୍ୟାପ୍ତ ଉପଲବ୍ଧତା ସହିତ ପରିସ୍ଥିତି ସ୍ଥିର ରହିଥିବା ନେଇ ବିଶ୍ୱାସ ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ଗଣ
ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ କେନ୍ଦ୍ର ସହିତ ଘନିଷ୍ଠ ସମନ୍ୱୟରେ କାମ କରିବାକୁ ପ୍ରତିବଦ୍ଧତାକୁ ପୁନଃଦୋହରାଇଲେ ମୁଖ୍ୟମନ୍ତ୍ରୀଗଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମୀକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟବାନ ପରାମର୍ଶ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ପରାମର୍ଶଗୁଡ଼ିକ ପରିବର୍ତ୍ତିତ ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାରେ ସହାୟକ ହେବ। ସେ ଆଗକୁ ଆସୁଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସତର୍କତା, ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପଶ୍ଚିମ ଏସିଆର ଜାରି ରହିଥିବା ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ବିଶ୍ୱ ବ୍ୟାଘାତର ମୁକାବିଲା କରିବାରେ ଭାରତର ପୂର୍ବରୁ ଅଭିଜ୍ଞତା ରହିଛି। ସେ କୋଭିଡ୍-୧୯ ମହାମାରୀ ସମୟରେ ସାମୂହିକ ପ୍ରତିକ୍ରିୟାକୁ ମନେ ପକାଇଥିଲେ, ଯେତେବେଳେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଯୋଗାଣ ଶୃଙ୍ଖଳ, ବାଣିଜ୍ୟ ଓ ଦୈନନ୍ଦିନ ଜୀବନ ଉପରେ ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତେ ‘ଟିମ୍ ଇଣ୍ଡିଆ’ ଭାବରେ ଏକାଠି କାମ କରିଥିଲେ। ବର୍ତ୍ତମାନର ପରିସ୍ଥିତିକୁ ମୁକାବିଲା କରିବାରେ ସହଯୋଗ ଏବଂ ସମନ୍ୱୟର ସମାନ ମନୋଭାବ ଭାରତର ସର୍ବବୃହତ ଶକ୍ତି ହୋଇ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଗତିଶୀଳ ରହିଛି। ଏହାର ମୁକାବିଲା ଲାଗି ନିରନ୍ତର ତଦାରଖ ଏବଂ ଅନୁକୂଳ ରଣନୀତି ଆବଶ୍ୟକ। ଏକ ଆନ୍ତଃ-ମନ୍ତ୍ରାଳୟ ଗୋଷ୍ଠୀ ୩ ମାର୍ଚ୍ଚରୁ କାର୍ଯ୍ୟ କରୁଛି, ଯାହା ପ୍ରତିଦିନ ପରିସ୍ଥିତିର ସମୀକ୍ଷା କରୁଛି ତଥା ସମୟୋଚିତ ନିଷ୍ପତ୍ତି ନେଉଛି। ସେ ଗୁରୁତ୍ୱାରୋପ କରି କହିଥିଲେ, ସରକାରଙ୍କ ପ୍ରାଥମିକତା ହେଉଛି ଆର୍ଥିକ ଏବଂ ବାଣିଜ୍ୟ ସ୍ଥିରତା ବଜାୟ ରଖିବା। ଏଥିସହିତ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା, ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ଶିଳ୍ପ ଓ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା।

ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ନିଷ୍ପତ୍ତିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ରାଜ୍ୟ ସ୍ତରରେ ହୁଏ। ସେ କେନ୍ଦ୍ର ଓ  ରାଜ୍ୟ ମଧ୍ୟରେ ନିରନ୍ତର ଯୋଗାଯୋଗ ଏବଂ ସମନ୍ୱୟ ପାଇଁ ଆହ୍ୱାନ କରିଥିଲେ। ଏହାସହିତ ସମୟୋଚିତ ସୂଚନା ଆଦାନପ୍ରଦାନ ଏବଂ ମିଳିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଛି ଯାହା ଦ୍ଵାରା ପ୍ରତିକ୍ରିୟାଗୁଡ଼ିକ ଶୀଘ୍ର ଏବଂ ବ୍ୟବସ୍ଥିତ ହୋଇପାରିବ।

ଯୋଗାଣ ଶୃଙ୍ଖଳର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ମହଜୁଦକାରୀ ଓ ଲାଭଖୋର କାରବାର ବିରୁଦ୍ଧରେ କଠୋର ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ସେ ରାଜ୍ୟ ଓ ଜିଲ୍ଲା ସ୍ତରରେ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିବା ଏବଂ ପ୍ରତିବନ୍ଧକକୁ ରୋକିବା ପାଇଁ ପ୍ରଶାସନିକ ସତର୍କତା ବଜାୟ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କୃଷି କ୍ଷେତ୍ରରେ, ବିଶେଷକରି ସାର ଭଣ୍ଡାରଣ ଏବଂ ବଣ୍ଟନ ତଦାରଖ କରିବାରେ ଆଗୁଆ ଯୋଜନାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ଵାରା ଆଗାମୀ ଖରିଫ ଋତୁରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ପ୍ରଧାନମନ୍ତ୍ରୀ ଭୁଲ ସୂଚନା ଏବଂ ଗୁଜବ ପ୍ରସାରଣ ବିରୁଦ୍ଧରେ ସତର୍କ କରାଇ ଦେଇଥିଲେ। ସେ କହିଥିଲେ, ଆତଙ୍କକୁ ରୋକିବା ପାଇଁ ସଠିକ୍ ଏବଂ ବିଶ୍ୱସନୀୟ ସୂଚନାର ସମୟୋଚିତ ପ୍ରସାରଣ ଅତ୍ୟନ୍ତ ଜରୁରୀ। ସେ ଅନଲାଇନ୍ ଠକେଇ ଏବଂ ନକଲି ଏଜେଣ୍ଟମାନଙ୍କ ବିରୁଦ୍ଧରେ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଜାହାଜ ଚଳାଚଳ, ଅତ୍ୟାବଶ୍ୟକ ଯୋଗାଣ ଏବଂ ସାମୁଦ୍ରିକ କାର୍ଯ୍ୟ ସହିତ ଜଡିତ ଯେକୌଣସି ପରିବର୍ତ୍ତନଶୀଳ ଆହ୍ୱାନର ମୁକାବିଲା ପାଇଁ ବିଶେଷ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ।

ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ନିଶ୍ଚିତ ହେଲେ ନାଗରିକମାନଙ୍କ ମଧ୍ୟରେ ଅନାବଶ୍ୟକ ଭୟ ସୃଷ୍ଟିକୁ ରୋକା ଯାଇପାରିବ। ପଶ୍ଚିମ ଏସିଆରେ ଯେଉଁ ରାଜ୍ୟଗୁଡ଼ିକର ନାଗରିକ ରହୁଛନ୍ତି ସେଗୁଡ଼ିକ ହେଲପଲାଇନ୍ ସକ୍ରିୟ କରିବା, ନୋଡାଲ୍ ଅଧିକାରୀ ନିଯୁକ୍ତ କରିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା କରିବା ତଥା ସମୟାନୁବର୍ତ୍ତୀ ସୂଚନା ପ୍ରବାହ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ସହାୟତା ବ୍ୟବସ୍ଥା ସ୍ଥାପନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଆର୍ଥିକ ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ପାଇଁ ଗତ କିଛି ବର୍ଷ ଧରି ନିଆଯାଇଥିବା ପ୍ରୟାସ ବର୍ତ୍ତମାନର ପରିସ୍ଥିତିରେ ଲାଭଦାୟକ ପ୍ରମାଣିତ ହେଉଛି। ଶିଳ୍ପ ଏବଂ ଏମଏସଏମଇମାନଙ୍କ ଚିନ୍ତାକୁ ଦୂର କରିବା ଏବଂ ଉତ୍ପାଦନ ଓ ନିଯୁକ୍ତିରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ସହିତ ନିରନ୍ତର ସମ୍ପର୍କ ସ୍ଥାପନ କରିବାକୁ ସେ ଆହ୍ୱାନ କରିଥିଲେ। ବିଗତ ପରିସ୍ଥିତିର ତ୍ୱରିତ ପ୍ରତିକ୍ରିୟା ପାଇଁ ମୁଖ୍ୟ ସଚିବ ସ୍ତରରେ ନିୟମିତ ସମୀକ୍ଷା ଏବଂ ଜିଲ୍ଲା ସ୍ତରରେ ନିରନ୍ତର ତଦାରଖ ସମେତ ସମସ୍ତ ସ୍ତରରେ ଦୃଢ଼ ସମନ୍ୱୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ତୁରନ୍ତ ପ୍ରତିକ୍ରିୟା ଏବଂ ଦୀର୍ଘକାଳୀନ ପ୍ରସ୍ତୁତି ଉପରେ ସମାନ୍ତରାଳ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ। ସେ ରାଜ୍ୟଗୁଡ଼ିକୁ ଜୈବ ଇନ୍ଧନ, ସୌର ଶକ୍ତି, ଗୋବର୍ଦ୍ଧନ ପଦକ୍ଷେପ, ବୈଦ୍ୟୁତିକ ପରିବହନ, ଏବଂ ପାଇପ୍ ପ୍ରାକୃତିକ ବାଷ୍ପ ସଂଯୋଗ ବିସ୍ତାର ଭଳି ବିକଳ୍ପ ଶକ୍ତି ଉତ୍ସଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ସେ ରାଜ୍ୟଗୁଡ଼ିକର ସକ୍ରିୟ ସହଯୋଗ ସହିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ଘରୋଇ ଅନୁସନ୍ଧାନ ବୃଦ୍ଧି କରିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଏହି ପରିସ୍ଥିତିର ମୁକାବିଲା କରିବା ଏକ ମିଳିତ ଦାୟିତ୍ୱ। ‘‘ଟିମ୍ ଇଣ୍ଡିଆ’’ ଭାବରେ ମିଳିତ କାର୍ଯ୍ୟ କରି ଦେଶ ସଫଳତାର ସହ ପରିସ୍ଥିତିକୁ ମୁକାବିଲା କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ବୈଠକ ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଥିଲେ, ସରକାର ଏହି ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଠିକ୍‌ ସମୟରେ ଏଲପିଜି ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଭଳି ସକାରାତ୍ମକ ପଦକ୍ଷେପ ସରକାର ନେଉଛନ୍ତି। ବର୍ତ୍ତମାନ ଜାରି ରହିଥିବା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମୂହିକ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

କ୍ୟାବିନେଟ ସଚିବ ଶ୍ରୀ ଟି ଭି ସୋମନାଥନ ବର୍ତ୍ତମାନର ପରିସ୍ଥିତି ଉପରେ ଏକ ଉପସ୍ଥାପନା ଦେଇଥିଲେ ଏବଂ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ନିମନ୍ତେ ପଦକ୍ଷେପ ଏବଂ ସୁପାରିସଗୁଡ଼ିକର ତାଲିକା ଦେଇଥିଲେ।

 

ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀମାନେ ପ୍ରଶଂସା କରିଥିଲେ। ବିଦେଶରେ ଥିବା ଭାରତୀୟ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଏହି ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଦେଶ ସହ କୂଟନୈତିକ ଯୋଗାଯୋଗକୁ ମଧ୍ୟ ସେମାନେ ପ୍ରଶଂସା କରିଥିଲେ।

ବର୍ତ୍ତମାନ ପରିସ୍ଥିତି ସ୍ଥିର ରହିଛି ବୋଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଶ୍ୱାସର ସହ ପ୍ରକାଶ କରିଥିଲେ । ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଉପଲବ୍ଧତା ଓ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିରନ୍ତର ତଦାରଖ ବ୍ୟବସ୍ଥା ରହିଛି ବୋଲି ସେମାନେ କହିଥିଲେ। ସେମାନେ ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ବ୍ୟାପକ ଭାବରେ ସ୍ୱାଗତ କରିଥିଲେ। ସେମାନେ କହିଥିଲେ,  ଏହା ବିଶ୍ୱ ଅନିଶ୍ଚିତତା ମଧ୍ୟରେ ନାଗରିକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ। ମୁଖ୍ୟମନ୍ତ୍ରୀମାନେ ରାଜ୍ୟ ଓ  କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବାଣିଜ୍ୟିକ ଏଲପିଜି ଆବଣ୍ଟନକୁ ୫୦% ରୁ ବୃଦ୍ଧି କରି ସଙ୍କଟ ପୂର୍ବ ସ୍ତରର 70% କରିବା ନିଷ୍ପତ୍ତିକୁ ମଧ୍ୟ ସ୍ୱାଗତ କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ଏବଂ ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସେମାନେ କେନ୍ଦ୍ର ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Slovak nationals welcome PM Modi with Vande Mataram, folk dance performances

Media Coverage

Slovak nationals welcome PM Modi with Vande Mataram, folk dance performances
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reaffirms commitment to building next-generation infrastructure for Viksit Bharat
June 16, 2026

The Prime Minister, Shri Narendra Modi has said that the last decade has witnessed record infrastructure upgrading. He has reiterated the Government’s commitment to building next-generation infrastructure for the people of the nation to realise the vision of a Viksit Bharat.

In a post on X, the Prime Minister said:

“The last decade has witnessed record infrastructure upgrading. We are committed to building next-generation infrastructure for the people of our nation to realise our vision of a Viksit Bharat.

#12YearsOfNayaBharatNirman”