ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବୈଠକରେ ଜାତୀୟ ପ୍ରସ୍ତୁତି ଏବଂ ଆନ୍ତଃମନ୍ତ୍ରିସ୍ତରୀୟ ସମନ୍ୱୟର ସମୀକ୍ଷା କରାଯାଇଛି ।

ବୈଠକରେ ପରିଚାଳନାଗତ ନିରନ୍ତରତା ଏବଂ ସଂସ୍ଥାଗତ ନମନୀୟତା ବଜାୟ ରଖିବା ପାଇଁ ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡ଼ିକ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ବର୍ତ୍ତମାନର ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରଣାଳୟଗୁଡ଼ିକ ଦ୍ୱାରା କରାଯାଇଥିବା ଯୋଜନା ଏବଂ ପ୍ରସ୍ତୁତିର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।

ସଚିବମାନଙ୍କୁ ନିଜ ନିଜ ମନ୍ତ୍ରଣାଳୟର କାର୍ଯ୍ୟକଳାପର ଏକ ବିସ୍ତୃତ ସମୀକ୍ଷା କରିବା ଏବଂ ପ୍ରସ୍ତୁତି, ଜରୁରୀକାଳୀନ ପ୍ରତିକ୍ରିୟା ଓ ଆଭ୍ୟନ୍ତରୀଣ ଯୋଗାଯୋଗ ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦେଇ ଅତ୍ୟାବଶ୍ୟକ ବ୍ୟବସ୍ଥାଗୁଡ଼ିକର ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସଚିବମାନେ ବର୍ତ୍ତମାନର ପରିସ୍ଥିତିରେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ସହିତ ସେମାନଙ୍କର ଯୋଜନା ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ।

ସମସ୍ତ ମନ୍ତ୍ରଣାଳୟ ସଂଘର୍ଷ ସମ୍ବନ୍ଧରେ ସେମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଚିହ୍ନଟ କରିଛନ୍ତି ଏବଂ ପ୍ରକ୍ରିୟାକୁ ମଜବୁତ କରୁଛନ୍ତି। ସମସ୍ତ ପ୍ରକାରର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରଣାଳୟଗୁଡ଼ିକ ପ୍ରସ୍ତୁତ ଅଛନ୍ତି।

ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷ କରି, ବେସାମରିକ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଭୁଲ ସୂଚନା ଏବଂ ମିଥ୍ୟା ଖବରର ମୁକାବିଲା ପାଇଁ ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ପ୍ରସଙ୍ଗକୁ ଆଲୋଚନାରେ ସାମିଲ କରାଯାଇଥିଲା। ରାଜ୍ୟ କର୍ତ୍ତୃପକ୍ଷ ଏବଂ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ବଜାୟ ରଖିବାକୁ ମଧ୍ୟ ମନ୍ତ୍ରଣାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଗଣ ଏବଂ ପ୍ରତିରକ୍ଷା, ସ୍ୱରାଷ୍ଟ୍ର, ବୈଦେଶିକ ବ୍ୟାପାର, ସୂଚନା ଓ ପ୍ରସାରଣ, ଶକ୍ତି, ସ୍ୱାସ୍ଥ୍ୟ ଏବଂ ଦୂରସଞ୍ଚାର ସମେତ ପ୍ରମୁଖ ମନ୍ତ୍ରଣାଳୟର ସଚିବମାନେ ଯୋଗ ଦେଇଥିଲେ।

ଦେଶ ଏକ ସମ୍ବେଦନଶୀଳ ସମୟ ଦେଇ ଗତି କରୁଥିବାରୁ ପ୍ରଧାନମନ୍ତ୍ରୀ ନିରନ୍ତର ସତର୍କତା, ସଂସ୍ଥାଗତ ସମନ୍ୱୟ ଏବଂ ସ୍ପଷ୍ଟ ଯୋଗାଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ଜାତୀୟ ସୁରକ୍ଷା, ପରିଚାଳନା ପ୍ରସ୍ତୁତି ଏବଂ ନାଗରିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi