ଦେଶବ୍ୟାପୀ 1500ରୁ ଅଧିକ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି
ପିଏମ କେୟାର୍ସର ଯୋଗଦାନରେ ପ୍ରତିଷ୍ଠା ହୋଇଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଫଳରେ 4 ଲକ୍ଷରୁ ଅଧିକ ଅକ୍ସିଜେନଯୁକ୍ତ ଶଯ୍ୟା ପ୍ରତିଷ୍ଠା କରିବାରେ ମିଳିବ ସହାୟତା
ଏସବୁ ପ୍ଲାଣ୍ଟଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ
ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ଓ କାର୍ଯ୍ୟପ୍ରଣାଳୀ ଜାଣିବା ଲାଗି ଆଇଓଟି ଭଳି ଉନ୍ନତ ଜ୍ଞାନକୌଶଳ ପ୍ରତିଷ୍ଠା କରାଯାଉ : ପ୍ରଧାନମନ୍ତ୍ରୀ
ସାରା ଦେଶରେ ଅକ୍ସିଜେନ ଯୋଗାଣକୁ ତ୍ୱରାନ୍ୱିତ କରିବାର ସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଓ ଉପଲବ୍ଧତାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ।

ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ସାରା ଦେଶରେ 1500ରୁ ଅଧିକ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି, ଯେଉଁଥିରେ ପିଏମ କେୟାର୍ସ ପାଣ୍ଠିରୁ ଯୋଗଦାନରେ ପ୍ରତିଷ୍ଠା କରାଯାଉଥିବା ପ୍ଲାଣ୍ଟଗୁଡ଼ିକ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦ୍ୱାରା ପ୍ରତିଷ୍ଠିତ ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି।

ପିଏମ କେୟାର୍ସର ଯୋଗଦାନ ଫଳରେ ପ୍ରତିଷ୍ଠା କରାଯାଇଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଦେଶର ସମସ୍ତ ରାଜ୍ୟ ଓ ଜିଲ୍ଲାରେ ପ୍ରତିଷ୍ଠା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ସୂଚନା ଦିଆଯାଇଥିଲା ଯେ ପିଏମ କେୟର୍ସ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମସ୍ତ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଥରେ କାର୍ଯ୍ୟକ୍ଷମ ହୋଇଗଲେ 4 ଲକ୍ଷରୁ ଅଧିକ ଅକ୍ସିଜେନ ଯୁକ୍ତ ଶଯ୍ୟା ପ୍ରତିଷ୍ଠା କରାଯାଇପାରିବ।

ଏହି ପ୍ଲାଣ୍ଟଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କହିଥିଲେ। ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେମାନେ ଅକ୍ସିଜେନ ପ୍ଲାଣ୍ଟକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ନିୟମିତ ଯୋଗାଯୋଗ କରନ୍ତୁ।

ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ ଯେ ଅକ୍ସିଜେନ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ଡାକ୍ତରଖାନାର କର୍ମଚାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ସୁବିଧା ସୁନିଶ୍ଚିତ କରାଯିବା ଉଚିତ୍। ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ପ୍ରଶିକ୍ଷିତ କର୍ମଚାରୀମାନଙ୍କୁ ନିୟୋଜିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍। ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ପ୍ରଶିକ୍ଷଣ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି ଏବଂ ଦେଶରେ ପାଖାପାଖି 8000 ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦେବା ଆମର ଲକ୍ଷ୍ୟ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମେ ସ୍ଥାନୀୟ ଓ ଜାତୀୟ ସ୍ତରରେ ଏହି ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକର କାର୍ଯ୍ୟ ପ୍ରଦର୍ଶନ ଓ କାର୍ଯ୍ୟପଦ୍ଧତି ଜାଣିବା ଲାଗି ଆଇଓଟି ଭଳି ଉନ୍ନତ ଜ୍ଞାନକୌଶଳ ପ୍ରତିଷ୍ଠା କରିବା ଉଚିତ୍। ଅଧିକାରୀମାନେ ତାଙ୍କୁ ଅକ୍ସିଜେନ ପ୍ଲାଣ୍ଟର ପ୍ରଦର୍ଶନ ଅନୁଧ୍ୟାନ କରିବା ଲାଗି ଆଇଓଟିର ଉପଯୋଗ କରାଯାଉଥିବା ଏକ ପାଇଲଟ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ, ଏମଓଏଚୟୁ ସଚିବ ଏବଂ ଅନ୍ୟ ପ୍ରମୁଖ ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership